କଳାହାଣ୍ଡି ଅଲ ଓଡିଶା ସିଡ଼ିଲ୍ୟୁଡ଼କାଷ୍ଟ ଫେଡେରେସନର ଜରୁରୀ ବୈଠକ

ଭବାନୀପାଟଣା : ଗତ ୨୦ ତାରିଖ ଶନିବାର ଦିନ ଜାରିଙ୍ଗଠାରେ କଳାହାଣ୍ଡି ଜିଲ୍ଲାର ସମସ୍ତ ବ୍ଲକର କର୍ମକର୍ତ୍ତାଙ୍କୁ ନେଇ ଅଲ ଓଡିଶା ସିଡ଼ିଲ୍ୟୁଡ଼କାଷ୍ଟ ଫେଡେରେସନ୍, କଳାହାଣ୍ଡିର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ବ୍ଲକର କର୍ମକର୍ତ୍ତା ମାନଙ୍କ ସହିତ ଜିଲ୍ଲା କାର୍ଯ୍ୟକାରୀଣିର ସମସ୍ତ ସଦସ୍ୟ ଉପସ୍ଥିତ ହୋଇ ଜିଲ୍ଲାର ବୈଚାରୀକ ଅଗ୍ରଣୀସମାଜିକ ସଂଗଠନକୁ ଏକତ୍ରିତ କରି ସୁଦୃଢ଼ କରିବା ନିମନ୍ତେ ନିଷ୍ପତ୍ତି ହୋଇଥିଲା । ସଂଘରେ ବିଶୃଙ୍ଖଳା କରୁଥିବା ସଦସ୍ୟ ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ସମସ୍ତେ ମତ ଦେଇଥିଲେ । ପରେ ସର୍ବ ସମ୍ମତି କ୍ରମେ ବିଶୃଙ୍ଖଳିତ ଆଚରଣ ଓ ସଂଘ ବିରୋଧି କାର୍ଯ୍ୟ କରୁଥିବା ବିଭିଷଣ ନାଏକ, ଯୁଗଶ୍ୱେର ସାଗର, ତୁଶାର ମହାନନ୍ଦ, ସୁଶିଳ ବାଗ ଓ ତ୍ରିନାଥ ନାଏକଙ୍କୁ ସଂଘରୁ ବହିଷ୍କାର କରାଗଲା । ପରେ ଏକ ପଚାଷ ଜଣିଆ ପ୍ରତିନିଧି ଦଳ ଧର୍ମଗଡ ଯାଇ ୫ଟି ସଚିବ ଭି.କେ. ପାଣ୍ଡିଆନଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ । ଯେଉଁଥିରେ ଜିଲ୍ଲା ସଦର ମହକୁମାରେ ଏକ ସିଡୁ୍ୟଲ୍ଡ କାଷ୍ଟ ଭବନ, ସ୍ୱତନ୍ତ୍ର ସିଡୁଲ୍ଟକାଷ୍ଟ କମିଶନ ଗଠନ, ଭବାନୀପାଟଣା ଠାରେ ନବନିର୍ମିତ ବସଷ୍ଟାଣ୍ଡକୁ ପୂର୍ବତନ ମନ୍ତ୍ରୀ ଦୟାନିଧି ନାଏକ ନାମରେ ନାମିତ କରିବା, କଳାହାଣ୍ଡି ମେଡିକାଲ କଲେଜକୁ ରେଣ୍ଡୋ ମାଝୀ ନାମରେ ନାମିତ କରିବା, କଳାହାଣ୍ଡି ବିଶ୍ୱ ବିଦ୍ୟାଳୟକୁ ବାବାସାହେବ ଆମ୍ବେଦକରଙ୍କ ନାମରେ ନାମିତ କରିବା, କଳାହାଣ୍ଡିରେ ଏକ ବୁଦ୍ଧ ବିହାର ତିଆରି ତଥା ଅନେକ ଗୁରୁତ୍ୱପୂର୍ଣ୍ଣ ଦାବି କରାଯାଇଛି । ଏହି କାର୍ଯ୍ୟକ୍ରମରେ ନବ ନିର୍ବାଚୀତ ଜିଲ୍ଲା ଓ ବ୍ଲକସ୍ତରୀୟ କର୍ମକର୍ତ୍ତା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବରିଷ୍ଠ ଉପଦେଷ୍ଟା ବସନ୍ତ ନାଏକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ବରିଷ୍ଠ ଉପଦେଷ୍ଟା ଗଙ୍ଗାଧର ଜାଲ, ବିଜୟରାଜ ଶିଖା, ଶତ୍ରୁଘ୍ନ ବାଗ, ଦେବରାଜ ଛତ୍ରିଆ, ସଭାପତି ଧନଞ୍ଜୟ ଦୀପ, ଉପସଭାପତି ବିନ୍ଦୁ ମହାନନ୍ଦ, କୋଷାଧ୍ୟକ୍ଷ ଚୈତନ୍ୟ ବେମାଲ, ଆଇନ ବିଭାଗ ମୁଖ୍ୟ ଛବିଲାଲ ନିଆଲ, ସଂପାଦକ ଜୟପ୍ରକାଶ ଜାଲ, ଇନ୍ଦ୍ରମଣୀ ବାଗ, ଶ୍ରୀକାନ୍ତ ଛତ୍ରିଆ, ଉପସଭାପତି ଟିକେମଣୀ ସୁନା, ଯୁବବିଭାଗ ମୁଖ୍ୟ ତେଜରାଜ ବେହେରା, ସାମାଜିକ ବିଭାଗ ମୁଖ୍ୟ ଧବଳେଶ୍ୱର ନାଗ, କେସିଙ୍ଗା ବ୍ଲକ ସଭାପତି ଲୋକନାଥ ନାଗ, କେସିଙ୍ଗା ଏନ୍ଏସି ସଭାପତି ବିଷ୍ଣୁ ମଙ୍ଗରାଜ, ସଂପାଦକ ସନ୍ତୋଷ ମଙ୍ଗଗରାଜ, ଜୁନାଗଡ ଏନ୍ଏସି ସଭାପତି ଲଲିତ ବାଗ, ସଂପାଦକ ସୁନ୍ଦରଲାଲ କୁମାର, ଉପସଭାପତି ସତ୍ୟନାରାୟଣ ବୈସ୍ୟ, ଜୁନାଗଡ ବ୍ଲକ ସଭାପତି ମହାଦେବ ନାଏକ, ଗୋଲାମୁଣ୍ଡା ବ୍ଲକ ସଭାପତି କ୍ଷେତ୍ରମୋହନ ସେନାପତି, ସମ୍ପାଦକ ସୁଦର୍ଶନ ବେଶ୍ରା, କୋକସରା ବ୍ଲକ ସଭାପତି କୌସିକ୍ ଦୁରିଆ, କାର୍ଯ୍ୟକାରୀ ସଭାପତି ଅଜିତ୍ ଦୀପ, କଲମପୁର ବ୍ଲକ ସାଧାରଣ ସଂପାଦକ ବଳରାମ ଛତ୍ରିଆ, ଉପସଭାପତି ଶ୍ରୀକାନ୍ତ ଛତ୍ରିଆ, ଥୁଆମୂଳ ରାମପୁର ବ୍ଲକ ସଭାପତି କୃଷ୍ଣ ଚନ୍ଦ୍ର ନାଏକ ଓ ଜୟପାଟଣା ସଭାପତି ଥବିର ବାଗ, ଏମ୍.ରାମପୁର ବ୍ଲକ ସଭାପତି ବୃନ୍ଦାବନ ନାଗ, ସଦର ବ୍ଲକ ସଭାପତି ସୂର୍ଯ୍ୟଦେବ ବାଗ, ଥୁଆପଦର ସରପଞ୍ଚ ତଥା ପଞ୍ଚାୟତରାଜ ବିଭାଗ ମୁଖ୍ୟ ଦିଗାମ୍ବର ଲୁହା, କର୍ମଚାରୀ ବିଭାଗ ଦୟାନିଧି ନିଆଲ, ସାଂସ୍କୃତିକ ବିଭାଗ ଉପ ମୁଖ୍ୟ ଅଭିଜିତ କର,ବରିଷ୍ଠ କାର୍ଯ୍ୟକର୍ତ୍ତା ସୁବାଶ ନାଗ ତଥା ଶତାଧିକ କର୍ମକର୍ତ୍ତା ଯୋଗଦାନ କରିଥିଲେ । ଏଥିରେ ମହାସଚିବ ଜତିନ୍ଦ୍ର କର ମଞ୍ଚ ପରିଚାଳନା କରିଥିଲେ ।

Leave A Reply

Your email address will not be published.

nineteen − 13 =