ଜ଼ିଲ୍ଲା କ୍ରୀଡା ଅଧିକାରୀଙ୍କୁ ହେଲ୍ପ ଲାଇନ ସମ୍ମାନ

*ସମ୍ମାନିତ କଲେ ନବରଙ୍ଗପୁର ଜିଲ୍ଲାପାଳ

*ଜିଲ୍ଲା କ୍ରୀଡ଼ା ସଙ୍ଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ନବରଙ୍ଗପୁର : ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡକ୍ଟର କୋମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ କ୍ରୀଡ଼ା ସଙ୍ଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନବରଙ୍ଗପୁର ଜିଲ୍ଲାର କ୍ରୀଡ଼ାର ବିକାଶ ସମ୍ୱନ୍ଧରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା। ଜିଲ୍ଲା କ୍ରୀଡ଼ା ସଙ୍ଘର ସମ୍ପାଦକ ପ୍ରହଲାଦ ତ୍ରିପାଠୀ  ନବରଙ୍ଗପୁର ଏବଂ ଉମରକୋଟ ଠାରେ ଥିବା ଷ୍ଟାଡିୟମ ର ଉନ୍ନତି ନିମନ୍ତେ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ପାଣ୍ଠି ଯୋଗାଡ଼ ନିମନ୍ତେ ମତବ୍ୟକ୍ତ କରିଥିଲେ। ସଙ୍ଘର ଉପସଭାପତି ଏମ. ବାଳାକୃଷ୍ନ ରାଓ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସଙ୍ଘର ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଦିବଂଗତ କ୍ରୀଡ଼ାବିତ ପି. ଜୀବନ ରାମ, ହରେକୃଷ୍ଣ ପଣ୍ଡା ଓ ଶିବ ପଟ୍ଟନାୟକଙ୍କ ପରିବାର ବର୍ଗଙ୍କୁ ମୋରଣତ୍ତୋର ସମ୍ମାନ ଗ୍ରହଣ କରିଥିଲେ।  ସେହିପରି  ମାରାଥନ ରେ ନବରଙ୍ଗପୁର ଜିଲ୍ଲାର ନାମ ଉଚ୍ଚ କରିଥିବା କ୍ରୀଡ଼ାବିତ ଚିତ୍ତରଞ୍ଜନ ପଟ୍ଟନାୟକ ଏବଂ  ରାଜ୍ୟ ସ୍ତରୀୟ ୧୦୦ ମିଟର ଦୌଡ଼ପ୍ରତିଯୋଗିତାରେ  ଉପଲବ୍ଧି ପାଇଥିବା ମହେନ୍ଦ୍ର ସାନ୍ତା କୁ ସଙ୍ଘ ତରଫରୁ ସମର୍ଦ୍ଧିତ କରାଯାଇଥିଲା। ଜ଼ିଲ୍ଲା କ୍ରୀଡ଼ା ଅଧିକାରୀ ମହେନ୍ଦ୍ର କୁମାର ସାହୁ ଙ୍କୁ ଜ଼ିଲ୍ଲା କ୍ରୀଡା ସଙ୍ଘ ପକ୍ଷରୁ ଅବସରକାଳୀନ ସମର୍ଦ୍ଧନା ଦିଆଯାଇଥିବା ବେଳେ, ନିଜର କାର୍ଯ୍ୟ ଶୈଳୀ ଏବଂ ଜ଼ିଲ୍ଲା ରେ କ୍ରୀଡା ର ବିକାଶ ପାଇଁ ଆଦିବାସୀ ଅଧୁଷିତ ନବରଙ୍ଗପୁର ଜ଼ିଲ୍ଲା ରେ କାର୍ଯ୍ୟରତ ସ୍ଵେଛା ସେବୀ ସଂସ୍ଥା “ହେଲ୍ପ ଲାଇନ” ପକ୍ଷରୁ ମଧ୍ୟ କ୍ରୀଡା ଅଧିକାରୀ ଶ୍ରୀ ସାହୁ ଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ମାନିତ କରାଯାଇଛି । ଏହି ସମ୍ମାନ କ୍ରୀଡା ସଙ୍ଘ ର ସଭାପତି, ତଥା ନବରଙ୍ଗପୁର ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଡ଼କ୍ଟର କମଳ ଲୋଚନ ମିଶ୍ର ଉପସଭାପତି ତଥା ଓଡିଶା ଉଠା ଜଳସେଚନ ନିଗମ ର ଉପଦେଷ୍ଟା ଏବଂ ସ୍ୱେଚ୍ଛା ସେବୀ ସଂସ୍ଥା ହେଲ୍ପ ଲାଇନ ର ଉପଦେଷ୍ଟା ପ୍ରମୋଦ ପାଢ଼ୀ ଜ଼ିଲ୍ଲା କ୍ରୀଡା ସମ୍ପାଦକ ପ୍ରହଲାଦ ତ୍ରିପାଠୀ,ଜ଼ିଲ୍ଲା କ୍ରୀଡା ସଙ୍ଘ ହକି ସମ୍ପାଦକ ଏବଂ ହେଲ୍ପ ଲାଇନ ସଂସ୍ଥା ର ନିର୍ଦ୍ଦେଶକ ଦୁର୍ଗା ପ୍ରସାଦ ମଲ୍ଲିକ,ହେଲ୍ପ ଲାଇନ ସଭାପତି ତଥା ଜ଼ିଲ୍ଲା ଇଣ୍ଡୋର ସମ୍ପାଦକ କୃଷ୍ଣ ପ୍ରସାଦ ପଟନାୟକ ଉପସଭାପତି ତଥା ଜ଼ିଲ୍ଲା କ୍ରୀଡା ସଙ୍ଘ ର ମହିଳା ବିଭାଗ ସମ୍ପାଦକ ଇଂ. ଚନ୍ଦନା ମଲ୍ଲିକ ଏବଂ ହେଲ୍ପ ଲାଇନ ର କ୍ରୀଡା ସଂଯୋଜକ ସଲିମ ରାଠୋର ପ୍ରମୁଖ ପ୍ରଦାନ କରିଥିଲେ l ଏହାଛଡା ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଉପ ଆରକ୍ଷୀ ଅଧିକ୍ଷକ ଡକ୍ଟର ଚନ୍ଦ୍ର ଶେଖର ହୋତା,ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ ,ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ଜିଲ୍ଲା କ୍ରୀଡ଼ାସଙ୍ଘର ଉପସଭାପତି  ପ୍ରମୋଦ  ପାଢୀ,ତାରିଖ ହୁସେନ ଖାନ ପ୍ରମୁଖ ନିଜ ମତବ୍ୟକ୍ତ କରିଥିବା ବେଳେ କ୍ରିକେଟ ସମ୍ପାଦକ ଅଶୋକ ନାୟକ, ଏଥେଲେଟିକ ସମ୍ପାଦକ ଜିତେନ୍ଦ୍ର ପରିଛା, ଭଲି ବଲ ସମ୍ପାଦକ ଜି. ଆନନ୍ଦ ମୂର୍ତ୍ତି ,ହକି ସମ୍ପାଦକ ଦୁର୍ଗା ପ୍ରସାଦ ମଲ୍ଲିକ ,ଇଣ୍ଡୋର ସମ୍ପାଦକ କୃଷ୍ଣ ପ୍ରସାଦ ପଟ୍ଟନାୟକ ଏବଂ ମହିଳା କ୍ରୀଡ଼ା ସମ୍ପାଦକ ଚନ୍ଦନା ମଳିକ, କ୍ରୀଡ଼ା ଶିକ୍ଷକ ତପନ ବୈରାଗୀ ପ୍ରମୁଖ  ବୈଠକରେ ଉପସ୍ଥିତ ଥିଲେ। ସଙ୍ଘର ସଦସ୍ୟ ଶଶାଙ୍କ ଶେଖର ବେହେରା ,ଦୁର୍ଯ୍ୟୋ ହରିଜନ ସମେତ ଅନ୍ୟ ସମସ୍ତ ସଭ୍ୟ ମାନେ ସହଯୋଗ କରିଥିଲେ।

Leave A Reply

Your email address will not be published.

six + six =