ପ୍ରଧାନମନ୍ତ୍ରୀଙ୍କୁ ଫିଜିର ସର୍ବୋଚ୍ଚ ବେସାମରିକ ସମ୍ମାନ

ନୂଆଦିଲ୍ଲୀ : ବୈଶ୍ୱିକ ନେତୃତ୍ୱ ଲାଗି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫିଜିର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଦି କମ୍ପାନିଅନ୍ ଅଫ୍ ଦି ଅର୍ଡର ଅଫ୍ ଫିଜି’ ପ୍ରଦାନ କରାଯାଇଛି । କୌଣସି ଅଣ-ଫିଜି ନାଗରିକଙ୍କ କ୍ଷେତ୍ରରେ ଏହା ହେଉଛି ଗୋଟାଏ ଦୁର୍ଲଭ ସମ୍ମାନ । ଫିଜିର ପ୍ରଧାନମନ୍ତ୍ରୀ ସିଟିଭିନି ରାବୁକାଙ୍କଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପଦକ ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି, ଭାରତ ପାଇଁ ବିଶେଷ ସମ୍ମାନ । ବୈଶ୍ୱିକ ନେତୃତ୍ୱ ଲାଗି ଫିଜିର ପ୍ରଧାନମନ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫିଜିର ସର୍ବୋଚ୍ଚ ସମ୍ମାନ ‘ଦି କମ୍ପାନିଅନ୍ ଅଫ୍ ଦି ଅର୍ଡର ଅଫ ଫିଜି’ ପ୍ରଦାନ କରିଛନ୍ତି । ଏଯାବତ୍ ମାତ୍ର ସ୍ୱଳ୍ପ କେତେଜଣ ଅଣ-ଫିଜୀୟ ଏହି ସମ୍ମାନ ପାଇଛନ୍ତି । ଏହି ସମ୍ମାନକୁ ପ୍ରଧାନମନ୍ତ୍ରୀ ମୋଦୀ ଭାରତବାସୀ ଓ ଦୁଇ ଦେଶ ମଧ୍ୟରେ ବିଶେଷ ତଥା ସ୍ଥାୟୀ ବନ୍ଧନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ‘ଫିଜି-ଭାରତୀୟ’ ପିଢ଼ିଙ୍କ ଉଦେଶ୍ୟରେ ଉତ୍ସର୍ଗ କରିଛନ୍ତି ବୋଲି ଟୁଇଟ୍ କରି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି ।
ନ୍ୟୁ ପପୁଆ ଗିନିରେ ଆୟୋଜିତ ‘ଫୋରମ୍ ଫର୍ ଇଣ୍ଡିଆ-ପେସିଫିକ୍ ଆଇଲାଣ୍ଡସ୍ କୋଅପରେସନ୍’ (ଏଫ୍ଆଇପିଆଇସି) ଶିଖର ସମ୍ମିଳନୀର ଅନ୍ତରାଳରେ ଫିଜିର ପ୍ରଧାନମନ୍ତ୍ରୀ ରାବୁକାଙ୍କୁ ଭେଟିଥିଲେ । ଟୁଇଟ୍ କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, ଫିଜିର ପ୍ରଧାନମନ୍ତ୍ରୀ ରାବୁକାଙ୍କୁ ସାକ୍ଷାତ୍ କରି ପ୍ରୀତ ହେଲି । ବିଭିନ୍ନ ବିଷୟରେ ଆମେ ବିଶେଷ ଆଲୋଚନା କରିଛୁ । ଭାରତ ଓ ଫିଜିର ସମ୍ପର୍କ ଦୀର୍ଘ ଦିନ ଧରି ତିଷ୍ଠି ରହିଛି । ଆଗାମୀ ବର୍ଷମାନଙ୍କରେ ଏହି ସମ୍ପର୍କକୁ ଆହୁରି ନିବିଡ଼ କରିବା ଲାଗି ଆମେ ଏକତ୍ର ଉଦ୍ୟମ ଅବ୍ୟାହତ ରଖିବୁ ।

Leave A Reply

Your email address will not be published.

19 + 5 =