ଗୋଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବାଗମୁଣ୍ଡା ଠାରେ ଷୋହଳ ପ୍ରହରୀ ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି l ଏହି କାଯ୍ୟକ୍ରମରେ ଗତ ରବିବାର ଦିନ ଗ୍ରାମର ଶତାଧିକ ମହିଳା ଘଣ୍ଟବାଦ୍ୟ, ଶଙ୍ଖ ସଂକୀର୍ତ୍ତନ ସହ ହରିବୋଲ ହୁଳହୁଳି ଦେଇ ଏକ କଳସ ଶୋଭାଯାତ୍ରା ରେ ବାହାରି ସ୍ଥାନୀୟ ଉଦନ୍ତୀ ନଦୀରେ ପବିତ୍ର ପୂଜାର୍ଚ୍ଚନା କରି, ଗାଁ ପରିକ୍ରମା କରି ପ୍ରହରୀ ମଣ୍ଡପରେ ପହଞ୍ଚି କଳସ ସ୍ଥାପନ କରିଥିଲେ l ସୋମବାର ସକାଳ ୭ ଘଣ୍ଟା ସମୟରେ ନାମଯଜ୍ଞ ଆରମ୍ଭ ହୋଇଥିବା ବେଳେ ଏହି ନାମଯଜ୍ଞ ର କର୍ତ୍ତା ଭାବେ ବୁଦି ମାଝୀ ଓ ତାଙ୍କ ଧର୍ମପତ୍ନୀ ହେମଲତା ମାଝୀ ଦାୟିତ୍ତ ତୁଲାଇଥିଲେ ଓ ପୂଜକ ଭାବେ କୃଷ୍ଣଚନ୍ଦ୍ର ଅଗସ୍ତି ବେଦମନ୍ତ୍ର ପଠନ କରିଥିଲେ l ଏହି ନାମଯଜ୍ଞ ରେ ସର୍ବମୋଟ ୮ ଗୋଟି ସଂକୀର୍ତ୍ତନ ଦଳ ଉପସ୍ଥିତ ରହି ନାମ ନେଇଥିବା ବେଳେ ଗତ ରବିବାର ଦିନ ଅନୁଷ୍ଠିତ ହୋଇ ଆସନ୍ତା ବୁଧବାର ଦିନ ପୂର୍ଣ୍ଣାହୂତି ହେବ ବୋଲି କମିଟି ପକ୍ଷରୁ ପ୍ରକାଶ କରିଛନ୍ତି l ଏହି ନାମଯଜ୍ଞକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳର ଶହଶହ ଶ୍ରଦ୍ଧାଲୁଙ୍କ ଭିଡ ଜମିଥିଲା ଓ ସମସ୍ତ ଶ୍ରଦ୍ଧାଳୁ ଙ୍କ ପାଇଁ ଅନ୍ନଛତ୍ର, ପ୍ରସାଦ ସେବନର ମଧ୍ୟ ବ୍ୟବସ୍ଥା କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ପୂଜା କମିଟିର ସଭାପତି ଭୂପେନ୍ଦ୍ର ମାଝୀ, ସମ୍ପାଦକ ଦୁର୍ଜନ ମାଝୀ, ରାଜରାମ ମାଝୀ, ଇନ୍ଦ୍ରମଣି ମାଝୀ, ଶ୍ରୀଧର ମାଝୀ, ଘାସିରାମ ରଣା, ରାଜକୁମାର ପରାଭୋଇ, ପ୍ରମାନନ୍ଦ ମାଝୀ, ବବୃବାହାନ ରଣା,ଭୁବନେ ମାଝୀ, ମହିରାଜ ସାଗର, ଅରକ୍ଷିତ ସାଗର, ଜୟମଙ୍ଗଳ ତାଣ୍ଡି ସମେତ ଗ୍ରାମର ସତାଧିକ ପୁରୁଷ, ମହିଳା ଓ ଯୁବଗୋଷ୍ଠୀ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲେ l