ସାଂସଦ ଓ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭ ଉଦଘାଟନ

ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଜୋନ-2 ରେ ବିଭିନ୍ନ ପଂଚାୟତର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଗୁଡିକୁ ଆଜି ନବରଙ୍ଗପୁର ଲୋକସଭା ସାଂସଦ ରମେଶ ଚନ୍ଦ୍ର ମାଝୀ ଓ ଝରୀଗାଁ ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ମାଝୀ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଗୁଡିକ ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି l ପ୍ରଥମେ ଗମ୍ଭାରୀଗୁଡା ପଂଚାୟତର ମୋତିଗାଁ ଗ୍ରାମ୍ୟ ହାଟ, ଅଙ୍ଗନବାଡି କେନ୍ଦ୍ର, ଏଲ ଆଇ ସେଣ୍ଟର ର ଶୁଭ ଉଦଘାଟନ , ମା ଖମ୍ବେଶ୍ବରୀ ମନ୍ଦିର ଏବଂ ଛୋଟି ଗୁଡ଼ି ଶିଳାନ୍ୟାସ ପ୍ରାରମ୍ଭ କରି ,ଦ୍ୱତୀୟରେ ପାଟଖଲିଆ ପଂଚାୟତ ର ଧୂରୁଆପଡା ଠାକୁରାଣୀ ମନ୍ଦିର ର ଭିତ୍ତିପ୍ରସ୍ତର ତୃତୀୟରେ କରଲାପଡା ଭଣ୍ଡାରୁଣୀ ମନ୍ଦିର ଭିତ୍ତିପ୍ରସ୍ତର ,ପାଟଖଲିଆ ପୂଜାରୀପଡା ଅଷ୍ଟପ୍ରହରୀ ମଣ୍ଡପ, ମଣିପଦର ଠାକୁରାଣୀ ମନ୍ଦିର ଭିତ୍ତିପ୍ରସ୍ତର ସହ ଦଳବେଡା ପଂଚାୟତ ର ଖୁଟୁଗୁଡା ଛୋଟି ଗୁଡ଼ି, ଭାଟିପଡ଼ା ଡ଼ୁମାଗୁଡ଼ି ର ଭୂମିପୂଜନ ପରେ ଭାରଯୋଡି ଅଙ୍ଗନବାଡି କେନ୍ଦ୍ରର ଏବଂ ରାମପୁର ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରସୂତି କକ୍ଷର ଶୁଭ ଉଦଘାଟନ ଓ ଶିବ ମନ୍ଦିର କାର୍ଯ୍ୟ ପରିଦର୍ଶନ କରାଯାଇଥିବା ବେଳେ ଦଳବେଡା ମା ପାଟଦି ପାଟରାଣୀ ମନ୍ଦିର ଶିଳାନ୍ୟାସ କରିଥିଲେ , ଏହା ପରେ କୁହୁଡି ପଂଚାୟତ ର ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଡହିମାଲ ଏବଂ ଧୁମlକୋଟ ନାଳରେ ବ୍ରିଜ କାର୍ଯ୍ୟ ପାଇଁ ଶିଳାନ୍ୟାସ,କୁହୁଡି ରାଧାକୃଷ୍ଣ ମନ୍ଦିର ଓ ଠାକୁରାଣୀ ମନ୍ଦିର ପାଚେରୀ ର ଭିତ୍ତିପ୍ରସ୍ତର ,ଧୋଡ଼ିପାଣି ପଂଚାୟତ ର ଫଳସପାଣି ଗସ୍ତ କରି ଠାକୁରାଣୀ ମନ୍ଦିରର ଭିତ୍ତିପ୍ରସ୍ତର,ମାଲଗାଁ ପଂଚାୟତର ଲଦଳଦିଆଣୀ ମନ୍ଦିର ଓ ଶିବ ମନ୍ଦିର ର ଶୁଭ ଭୂମିପୂଜନ ଏବଂ ମାଲଗା ଗ୍ରାମ୍ୟ ହାଟ ର ଶୁଭ ଉଦଘାଟନ ପରେ ଭୋଜପୁର ଠାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମାଣ ହେବାକୁ ଥିବା ବ୍ରିଜ ର ଭିତ୍ତିପ୍ରସ୍ତର କରାଯାଇଥିଲା l ଶେଷରେ ଗମ୍ଭାରୀଗୁଡା ପଂଚାୟତର ଅଙ୍ଗନବାଡି କେନ୍ଦ୍ର ଏବଂ ମିଶନ ଶକ୍ତି ଗୃହ ର ଉଦଘାଟନ ଏବଂ ଭୂମିପୂଜନ ସହ ଜନସମ୍ପର୍କ କାର୍ଯ୍ୟକ୍ରମ ମାନ ପ୍ରତେକ ସ୍ଥାନରେ କରାଯାଇ ରାଜ୍ୟ ସରକାର ଙ୍କ ଲୋକାଭିମୁଖୀ ଯୋଜନା ଲୋକଙ୍କ ପାଖରେ ପହଂଚି ପାରୁଛି କି ନାହିଁ ପଚାରି ବୁଝିବା ସହ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ସାଂସଦ ଓ ବିଧାୟକ ଶ୍ରୀମାଝୀ ପ୍ରତିଶୃତି ଦେଇଥିଲେ l ଏହି ଅବସରରେ ଚନ୍ଦାହାଣ୍ଡି ବ୍ଲକ ଜୋନ 2 ରେ ଠାରେ ଆଜି ସାଂସଦ ଓ ବିଧାୟକଙ୍କ ଦ୍ୱାରା ବ୍ଲକ, ଏସଡିସି, ବିଧାୟକ ଓ ସାଂସଦ ପାଣ୍ଠି ଅନୁଦାନ ର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ନେଇ ଅଂଚଳରେ ଏକ ପ୍ରକାର ଖୁସିର ଲହରୀ ଦେଖିବାକୁ ମିଳିଛି l ଆଜିର ଏହି କାର୍ଯ୍ୟକ୍ରମରେ ଓଏଲଆଇସି ଉପଦେଷ୍ଟା ପ୍ରମୋଦ କୁମାର ପାଢ଼ୀ,ବ୍ଲକ ଅଧକ୍ଷା ସୁମିତ୍ରl ପୂଜାରୀ,ଉପାଧ୍ୟାକ୍ଷ ବାସୁଦେବ ଗୌଡ଼, ଜିଲ୍ଲାପରିଷଦ ବର୍ଷାରାଣୀ ପଟେଲ ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରାଜ ମାଝୀ,ସମାଜସେବୀ ଗୌରହରି ନାୟକ,ବଳରାମ ପଟନାୟକ,ତ୍ରିନାଥ ଦାଶ,ସନୀନ୍ଦ୍ର ସୋରି, ଦ୍ରୌପଦୀ ସୋରି,ଏସଡିସି ସଦସ୍ୟ ହର ପୂଜାରୀ, ଲଛମନ ମାଝୀ ପୁରୁଷୋତ୍ତମ ପାରି,କିଶୋର ଖମାରି ,ଝୁମୁକଲାଲ ସାହୁ, ମଧୁ ନାଗେଶ,ଚୈତୁ ଦଣ୍ଡସେନା,ପ୍ରଶାନ୍ତ ପାରି,ଯୁଗେଶ୍ୱର ନାଗ,ଶ୍ୟାମ ସୁନ୍ଦର ସୁନାନୀ ,ଗଙ୍ଗାରାମ ମାଳି,ତୁଲା ବାଗ,ଡମ୍ବରୁ ମାଝୀ,ନିଁଳେନ୍ଦ୍ରି ଗୌଡ଼,ମାଲଗାଁ ସମିତି ସଭ୍ୟl କ୍ଷୀରଦେଇ ଚଣ୍ଡୀ,ଗୌରୀ ନେଙ୍ଗୀ, ଭାନୁମତି ମାଝୀ,ସରପଞ୍ଚ କୃଷ୍ଣ ଜାନି,ଦୁର୍ଲବ ପୂଜାରୀ,ହରଲାଲ ଝାଙ୍କର,ପ୍ରମୁଖଙ୍କ ସମେତ ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ଉପରୋକ୍ତ ଗ୍ରାମର ଗ୍ରାମବାସୀ ଏବଂ ବ୍ଲକ କନିଷ୍ଠ ଯନ୍ତ୍ରୀ ଚନ୍ଦନ ଦଳେଇ ଏବଂ ଆର ଡି ବିଭାଗ ସହକାରୀ ଯନ୍ତ୍ରୀ ଅର୍ଜୁନ ମୁଦୁଲି, କନିଷ୍ଠ ଯନ୍ତ୍ରୀ ସାଲହାଇ ହେମ୍ବ୍ରମ ଏବଂ ବିଭାଗୀୟ କର୍ମଚାରୀଙ୍କ ସମେତ ଜନସାଧାରଣ ଉପସ୍ଥିତ ଥିଲେ l

Leave A Reply

Your email address will not be published.

5 × one =