ଆଦାନି ଫାଉଣ୍ଡେସନ୍ ପକ୍ଷରୁ ଉତ୍ଥାନ ପ୍ରକଳ୍ପ ଅଧିନରେ ଗ୍ରୀଷ୍ମକାଳୀନ ଶିବିର

ଧାମରା : ଆଦାନି ଗ୍ରୂପ ଅଫ୍ କମ୍ପାନୀର ସିଏସ୍ଆର୍ ବିଭାଗ, ଆଦାନି ଫାଉଣ୍ଡେସନ ପକ୍ଷରୁ ଉତ୍ଥାନ ପ୍ରକଳ୍ପ ଅଧିନରେ ଏକ ଗ୍ରୀଷ୍ମକାଳୀନ ଶିବିର ଆୟୋଜିତ ହୋଇଯାଇଛି । ଉତ୍ଥାନ ପ୍ରକଳ୍ପ ଅଧିନରେ ପୋର୍ଟ ପାରିପାଶ୍ୱର୍ସ୍ଥ ୪୦ ଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ଶିବିରରେ ସକ୍ରିୟ ଅଂଶଗ୍ରହଣ କରିଛନ୍ତି । ଚଳିତବର୍ଷ ନିରନ୍ତର ଗ୍ରୀଷ୍ମପ୍ରବାହ ଯୋଗୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଏପ୍ରିଲ ୨୧ ତାରିଖରୁ ଜୁନ ମାସ ୧୮ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମଛୁଟି ଘୋଷଣା କରାଯାଇଛି । ଏହି ଗ୍ରୀଷ୍ମଛୁଟି ଅବସରରେ ବିଦ୍ୟାଳୟଗୁଡ଼ିକର ଶିକ୍ଷକମାନଙ୍କ ତଦାରଖରେ, ଆମର ଉତ୍ଥାନ ସହାୟକମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ଗୋଷ୍ଠୀସ୍ତରୀୟ କାର୍ଯ୍ୟକ୍ରମମାନ ଯୋଜନା କରାଯାଇଛି । ବିଶେଷ କରି ଏହି ଛୁଟିର ସଦୁପଯୋଗ କରିବା ପାଇଁ ତଥା ଛାତ୍ରଛାତ୍ରୀମାନଙ୍କୁ ଗଣିତ ଓ ମାନସାଙ୍କ ଭଳି ବିଷୟରେ ଅଧିକ ପାରଙ୍ଗମ କରିବା ପାଇଁ ଏହି ଶିବିରର ଆୟୋଜନ କରାଯାଇଛି । ଚଳିତବର୍ଷ ଉତ୍ଥାନ ସହାୟକମାନଙ୍କ ଦ୍ୱାରା ପରିଚାଳିତ ଏହି ଗ୍ରୀଷ୍ମକାଳୀନ ଶିବିରରେ ୨୫୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି । ଶିବିରରେ ଛାତ୍ରଛାତ୍ରୀମାନଙ୍କୁ ଚିତ୍ରକଳା, ଭାଷାଗତ ଦକ୍ଷତା, କ୍ରୀଡ଼ା ଆଦି ବିଷୟ ଉପରେ ତାଲିମ ଦିଆଯାଇଥିଲା ଏବଂ ଯେଉଁଥିରେ ସେମାନେ ନିଜକୁ ସାମିଲ କରିପାରିଛନ୍ତି । ଏହା ବ୍ୟତୀତ, ଚଳିତ ବର୍ଷ ଏହି ଗ୍ରୀଷ୍ମକାଳୀନ ଶିବିରର ମୁଖ୍ୟ ଉଦେଶ୍ୟ ସଂଗଠନ ଉତ୍ଥାନ ଥିଲା ସ୍କୁଲ ପାଠରେ ପଛୁଆ ରହୁଥିବା ଛାତ୍ରଛାତ୍ରୀମାନଙ୍କୁ ଏକତ୍ର କରିବା ଏବଂ ସେମାନଙ୍କ ଅଭିଭାବକମାନଙ୍କୁ ବିଶେଷ କରି ମା’ମାନଙ୍କୁ ଏଥିରେ ସାମିଲ କରାଇବା । ଏଥିସହ ମା’ମାନଙ୍କ ଏକ ଗ୍ରୂପ ଗଠନ କରାଯାଇ ପ୍ରତି ମାସରେ ଅଭିଭାବକ ବୈଠକ ମାଧ୍ୟମରେ ବର୍ଷତମାମ ଏହି କାର୍ଯ୍ୟକ୍ରମର ଚାଲୁରଖିବା ଉପରେ ଗୁରୁତ୍ୱ ଦିଆଯାଇଛି । ୨୦୧୯ ମସିହାରୁ ଚାନ୍ଦବାଲି ବ୍ଲକରେ ୩ ଟି ଶିକ୍ଷା କ୍ଲଷ୍ଟର ଉତ୍ଥାନ ପ୍ରକଳ୍ପ କରାଯାଇଥିବା ବେଳେ ଏହାଦ୍ୱାରା ୭୦୦୦ ଛାତ୍ରଛାତ୍ରୀ ଲାଭବାନ ହୋଇପାରିଛନ୍ତି ।

Leave A Reply

Your email address will not be published.

16 − sixteen =