କରଞ୍ଜିଆରେ ରାସ୍ତା ସମସ୍ୟା ପାଇଁ ବଦଳିଲା ପରମ୍ପରା; ପ୍ରଥମ ଥର ପାଇଁ ଲୁହାରେ ୩ ଗୋଟି ରଥ ନିର୍ମାଣ ପାଇଁ ନିଷ୍ପତି

କରଞ୍ଜିଆ : କରଂଜିଆ ସହରେ ଆବାହମାନ କାଳରୁ ଚାଲି ଆସିଥିବା ରଥଯାତ୍ରାରେ ଗତବର୍ଷ ରାସ୍ତା ସମସ୍ୟା ପାଇଁ ଅଧା ବାଟରେ ରଥଟି ଅଟକିଯାଇଥିବାରୁ ଭକ୍ତମାନେ ଉଦବେଗ ପ୍ରକାଶ କରିବାପରେ ଚଳିତ ବର୍ଷ ଗୋଟିଏ ବଦଳରେ ୩ ଗୋଟି ଲୁହାରଥ ନିର୍ମାଣ କରାଯାଉଥିବା ମନ୍ଦିର କମିଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ପୂର୍ତ୍ତ ବିଭାଗ ଅଧିନରେ ଥିବା ବଡଦାଣ୍ଡ ରାସ୍ତାଟି ବର୍ତ୍ତମାନ ସୁଦ୍ଧା ମରାମତି ହୋଇନଥିବାରୁ ଚଳିତ ବର୍ଷ ପରମ୍ପରାକୁ ବଦଳାଇବାକୁ ପଡ଼ିଛି । ଆବହମାନ କାଳରୁ ପରମ୍ପରା ଅନୁଯାୟୀ ଏଠାରେ ଗୋଟିଏ ରଥ କାଠରେ ନିର୍ମାଣ ହେଉଥିଲା । କାଳକ୍ରମେ ରାସ୍ତା ସଙ୍କୁଚିତ ହେବା ସହିତ ବିପଦପୂର୍ଣ୍ଣ ହମ୍ପସ କରାଯିବାରୁ ରଥ ଟାଣିବାରେ ଅସୁବିଧା ଦେଖି ରଥକୁ ଛୋଟ କରାଯାଇଥିଲା । ଏଥିରେ ମଧ୍ୟ ସୁଫଳ ନମିଳିବାରୁ ତଥା ଗତବର୍ଷ ରଥ ଅଧା ବାଟରେ ଅଟକିଯିବାରୁ ଚଳିତ ବର୍ଷ ୬ ଚକ ବିଶିଷ୍ଟ ୩ ଗୋଟି ଛୋଟ ଛୋଟ ରଥ ଲୁହାରେ ନିର୍ମାଣ କରିବାକୁ ସ୍ଥିର କରାଯାଇ ନିର୍ମାଣ କାର୍ଯ୍ୟ ଜାରିରହିଥିବା ମୁଖ୍ୟ ପୂଜକ ସନ୍ତୋଷ ମିଶ୍ର ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.

16 − 1 =