ଚନ୍ଦାହାଣ୍ଡି : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ଆଦେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଦିବ୍ୟାଙ୍ଗଙ୍କ ମାନଙ୍କ ପାଇଁ ସ୍ଵତନ୍ତ୍ର ଅଭିଯାନର ଶେଷ ଦିନରେ (ଅଷ୍ଟମ) ଚନ୍ଦାହାଣ୍ଡି ବ୍ଲକ ପରିସରରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ, ନବରଙ୍ଗପୁରର ମିଳିତ ପ୍ରୟାସରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ନବରଙ୍ଗପୁର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ସଂଜୀବ ଦୁବେଙ୍କ ନିର୍ଦେଶ କ୍ରମେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡ.କମଲ ଲୋଚନ ମିଶ୍ର, ଜିଲ୍ଲା ଅରକ୍ଷୀ ଅଧିକ୍ଷିକା ଏସ ସୁଶ୍ରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ନବରଙ୍ଗପୁର ସୁଧାଂଶୁ କୁମାର ପାତ୍ର, ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଆଇନଜୀବୀ ମହମ୍ମଦ ହୁସେନ, ହୁମେଶ୍ଵର ହଁସ , କୋର୍ଟ କର୍ମଚାରୀ ନିରଞ୍ଜନ ସେଠି ଓ ପାରା ଲିଗାଲ ସ୍ବେଛାସେବୀ ନକୁଳ ମନହିରା, ନିରଞ୍ଜନ କେଉଟ, ଭୁବନ ସୁନା,ଦେନାଥ କେଉଟ, ଭୂପେନ୍ଦ୍ର ଗଣ୍ଡା, ପ୍ରେମଲାଲ ଜଗତ, ଜୟଦେବ ବାଘ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ୧୧ ଜଣଙ୍କୁ ହୁଇଲ ଚେୟାର, ୦୨ ଜଣଙ୍କୁ ଅନ୍ଧବାଡି, ୧୮ ଜଣଙ୍କୁ ଆଶାବାଡି, ଜଣଙ୍କୁ ସହାୟକ ଆଶାବାଡି, ୦୩ ଜଣଙ୍କୁ କର୍ଣ୍ଣ ଉପକରଣ ଏବଂ ୨୦ ଜଣଙ୍କୁ ଭତ୍ତା ପ୍ରଦାନ କରଯାଇଥିଲା। ଏହି ଦିବ୍ୟାଙ୍ଗ ମାନଙ୍କ ପାଇଁ ସ୍ଵତନ୍ତ୍ର ଅଭିଯାନରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ପାରାଲିଗାଲ ସ୍ଵେଚ୍ଛାସେବି ମାନେ ଲୋକଙ୍କ ଘର ଘର ବୁଲି ଦିବ୍ୟାଙ୍ଗମାନେ କିପରି ସେମାନଙ୍କର ନାଜ୍ୟ ଅଧିକାରରୁ ବଞ୍ଛିତ ନ ହେବେ ସେଥିପାଇଁ ପ୍ରଚାର ଜାରି ରଖିଛନ୍ତି ଏବଂ ଯେଉଁମାନେ ସେମାନଙ୍କର ନାଜ୍ୟ ଅଧିକାରରୁ ବଞ୍ଚିତ ସେମାନଙ୍କୁ ଚିହ୍ନଟ କରୁଛନ୍ତି । ସାରା ଜିଲ୍ଲାର ପ୍ରତେକ ବ୍ଲକରେ ଏହି ସ୍ଵତନ୍ତ୍ର ଅଭିଯାନ ୨୨.୦୫.୨୦୨୩ ଠାରୁ ୨୯.୦୫.୨୦୨୩ ପର୍ଯ୍ୟନ୍ତ ଚଲା ଯାଇଥିଲା ।