ଉନ୍ମୋଚନ ହେବ କବି ଧର୍ମରାଜଙ୍କ ରଚିତ ୪ ପୁସ୍ତକ

ନବରଙ୍ଗପୁର : ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜ଼ିଲ୍ଲାରେ କାର୍ଯ୍ୟରତ ଚନ୍ଦାହାଣ୍ଡି ବି ଡି ଓ ତଥା ସ୍ୱେଚ୍ଛାସେବୀ ସଂସ୍ଥା ହେଲ୍ପ ଲାଇନର ଉପଦେଷ୍ଟା, ସମାଜସେବୀ ଯୁବ କବି ଧର୍ମରାଜ ମାଝୀ ଙ୍କ ରଚିତ ପୁସ୍ତକ ଉନ୍ମୋଚନ ହେବ l ଏକାବେଳକେ ୪ ଟି ସଂକଳନ ଉନ୍ମୋଚନ ହେବାକୁ ଥିବାବେଳେ, ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟ ବାହାରୁ କବି, ଗାଳ୍ପିକ, ଲେଖକ, ରଚୟତା ଓ ପୁସ୍ତକ ପବ୍ଲିସର ମାନେ ଯୋଗଦେବେ ବୋଲି ଜଣାପଡିଛି l ଆସନ୍ତା ୪ ତାରିଖ ରବିବାର ଦିନ ହେବାକୁଥିବା ଏହି କାର୍ଯ୍ୟକ୍ରମ ନବରଙ୍ଗପୁର ଜ଼ିଲ୍ଲାର ପ୍ରମୁଖ ସହର ଉମରକୋଟରେ ଥିବା ହୋଟେଲ ଏସ ଏସ ଇଣ୍ଟରନେସନାଲର ସମ୍ମିଳନୀ କକ୍ଷରେ ଆୟୋଜିତ କରାଯିବ l କବି ଧର୍ମରାଜ ମାଝୀଙ୍କ ଦ୍ୱାରା ଲିଖିତ ସାଧାରଣ ମଣିଷ ର ଦୈନ୍ୟଦିନ ଜୀବନ ଉପରେ ଆଧାରିତ ବହୁ ପୁସ୍ତକ ପୂର୍ବରୁ ଉନ୍ମୋଚନ ହୋଇ ଅଗଣିତ ପାଠକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି l ଯୁବ କବି ଧର୍ମରାଜ ମାଝୀ ପେସାରେ ରାଜ୍ୟ ସରକାରଙ୍କ ଜଣେ ଉଚ୍ଚ ପଦସ୍ତ ଅଫିସର ହୋଇଥିଲେ ମଧ୍ୟ ନିଶା ତାଙ୍କର ସମାଜସେବା ସହ କାହାଣୀ, କବିତା, ଗଳ୍ପ ଏକାଙ୍କିକା ଆଦି ରଚନା ମାଧ୍ୟମରେ ସମାଜ କୁ ସଚେତନତାର ବାର୍ତ୍ତା ଦେଇଥାନ୍ତି l ଆଦିବାସୀ ବହୁଳ ଅଞ୍ଚଳରେ ଏହିଭଳି  କାର୍ଯ୍ୟକ୍ରମ ଆୟୋଜନ କରି ରାଜ୍ୟ ତଥା ରାଜ୍ୟ ବାହାରର କବି, ଲେଖକ, ଗାଳ୍ପିକଙ୍କୁ ଏକତ୍ରିତ କରିବାକୁ ଯେଉଁ ଉଦ୍ୟମ କରାଯାଇଛି ସେଥିପାଇଁ ସ୍ବେଛାସେବୀ ସଂସ୍ଥା ହେଲ୍ପ ଲାଇନ ପରିବାର ପକ୍ଷରୁ ସଂସ୍ଥାର ନିର୍ଦ୍ଦେଶକ ସମାଜସେବୀ ଦୁର୍ଗା ପ୍ରସାଦ ମଲ୍ଲିକ, ସଭାପତି କୃଷ୍ଣ ପ୍ରସାଦ ପଟନାୟକ, ଉପସଭାପତି ଇଂ. ଚନ୍ଦନା ମଲ୍ଲିକ ପ୍ରମୁଖ ଯୁବ କବି ତଥା ଚନ୍ଦାହାଣ୍ଡି ବି ଡି ଓ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି l

Leave A Reply

Your email address will not be published.

twenty − 8 =