ଧର୍ମ ନାଁରେ ଲୋକଙ୍କୁ ଲୁଟୁଛନ୍ତି ଠକ, ସାମ୍ୱାଦିକଙ୍କୁ କହିଲେ ଠକାମୀର କାହାଣୀ

କରଂଜିଆ : ଧର୍ମ କୁ ଆଖ୍ୟା କରି ଲୁଟୁଛନ୍ତି ଠକ ବାବା ଆମ ଭାରତ  ଯେହେତୁ ଏକ ଧର୍ମ ପରାୟଣ ଦେଶ ତେଣୁ ଏଠାକାର ପ୍ରାୟତଃ ଲୋକ ଧର୍ମବିଶ୍ୱାସୀ, ଏହି ଧର୍ମନାମରେ ଅପପ୍ରଚାର କରି ବହୁତ ଜଣକୁ ଠକିବାର ଦେଖିବାକୁ ମିଳୁଛି| ଏହାର ପ୍ରଭାବ ପଡିଛି ମୟୁରଭଞ୍ଜ ଜିଲ୍ଲା କରଂଜିଆ ଅଂଚଳରେ,କେତେକ ବ୍ୟକ୍ତି ଧାର୍ମିକବାଦୀ କଥା କହି ଲୋକଙ୍କ ଭାବନା ବିଶ୍ୱାସ ସହିତ ଖେଳି ତାଙ୍କୁ ଲୁଟୁଛନ୍ତି| ଏମିତି ଏକ ଠକ ବାବାସଂସ୍ଥା ଶିରିଡି ସାଇବାବା ଙ୍କ ଫୋଟ ସାମ୍ନାରେ ରଖି ଭିତରେ ତାରିଣୀ, ଶିବ ଠାକୁର ଙ୍କ ଫୋଟ  ରଖି ଭୋଜଗାନ କରୁଥିବା ଏକ ଯାନ ଧରି ବୁଲୁଥିବା ବେଳେ ଆମ ପ୍ରତିନିଧି ଙ୍କ ହାବୁଡ଼ରେ ପଡିଥିଲେ|ତାଙ୍କୁ ବହୁତ ପଚାରିବା ପରେ ସେ ଧର୍ମ କୁ ଆସରା କରି ନିଜ ଦୈନନ୍ଦିନ ଜୀବନର ରୋଜଗାର ନାମରେ ଏହି ସଂସ୍ଥା କୁ ଆକାର ଦେଲେ ଏଵଂ ତାଙ୍କର ଏପରି କାମ ପଛରେ କୌଣସି ସଂସ୍ଥା ରହିଥିବାର ମଧ୍ୟ ସେ କହିଛନ୍ତି| ତାଙ୍କ ପରିଚୟ ପତ୍ର ପ୍ରମାଣ ହିସାବରେ ସେ ଯେଉଁ ପରିଚୟ ପତ୍ର ଦେଖାଇଲେ ତାହା ମଧ୍ୟ ମିଥ୍ୟା ଅଟେ|ସେମାନେ ତାଙ୍କ ରୋଜଗାର ମାଧ୍ୟମର ଆଖ୍ୟା ଯାହାକୁ ଦେଉଛନ୍ତି,ତାହା ତାଙ୍କର ନିଶା ସେବନ, ମଜା ମଜଲିସ ଏଵଂ ଜାଗା ଜାଗା ବୁଲିବାର ମାଧ୍ୟମ ରୂପରେ ପରିଲକ୍ଷିତ ହେଉଅଛି| ତେଣୁ ଆମ ସାଧାରଣ ଜନସାଧାରଣ ଙ୍କୁ ଗଣମାଧ୍ୟମ ଦ୍ୱାରା ଏତେ ସଜାଗ କରିବା ସତ୍ୱେ ମଧ୍ୟ ଏପରି ମିଥ୍ୟା ଅପପ୍ରଚାର କୁ ସେମାନେ ପ୍ରଶ୍ରୟ ଦେବାଯୋଗୁଁ ଆଜି ଆମ ଭକ୍ତି ଭାବନା ସହିତ ଖେଳିବାକୁ ମଧ୍ୟ ଏମାନେ ପଛାଉ ନାହାନ୍ତି| ଏପରି ଭଣ୍ଡ ଲୋକ ଦିନରେ ଧର୍ମ ନାମ ଗାନ କରୁଛନ୍ତି ରାତିରେ ଘରେ ପଷି ଚୋରି କରୁଛନ୍ତି| ଏମିତି ସାଧାରଣ ସମୟରେ ଆମ ପ୍ରଶାସନ କୌଣସି ଯାନର ସିକ୍ୟୁରୀଟି ନମ୍ବର ନଦେଖିଲେ ସେମାନଙ୍କ ଠାରୁ ଶୁକ୍ଳ/ଫାଇନ କାଟିଥାନ୍ତି,କିନ୍ତୁ ଏହି ଭୁଲ ନମ୍ବର ପ୍ଲେଟ ଲଗାଇ ବୁଲୁଥିବା ଭଣ୍ଡ ବାବାଙ୍କୁ ଧରିବା ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ ତେବେ ଏମାନଙ୍କୁ ଧରିବା ତାଙ୍କ ଦାୟିତ୍ୱ ନୁହେଁ କି?|ଅଣଦେଖା ମନଭାବ ଯୋଗୁଁ ଏମାନେ ନିର୍ଦ୍ୱନ୍ଦ୍ୱ ରେ ଘୁରିବୁଲି ନିଜର ସଂସ୍ଥା ଚଳାଉଛନ୍ତି |ଯେହେତୁ ମୟୁରଭଞ୍ଜ ଏକ ଆଦିବାସୀ ବହୁଳ ଅଂଚଳ ଏଠାକାର ବ୍ୟକ୍ତିଗଣ ବହୁତ ସାଧାରଣ ଏଵଂ ନିରୀହ ତେଣୁ ଏହି ମିଥ୍ୟାବାଦୀ ଲୋକମାନଙ୍କ ଜାଲରେ ଫସିଯାଉଛନ୍ତି ତେଣୁ ପ୍ରଶାସନ ଏହାପ୍ରତି ସଜାଗ ମନବୃତି ପୋଷଣ କଲେ ଲୋକଙ୍କ ତଥା ଦେଶର କଲ୍ୟାଣ ହୋଇପାରିବ|

Leave A Reply

Your email address will not be published.

eight − 3 =