ଦୁର୍ନୀତିର ଗନ୍ତାଘର ପାଲଟିଛି ବଡ଼ଚେରଗାଁ ପଞ୍ଚାୟତ

ବିନା ସୂଚନା ଫଳକରେ କଲଭଟ କାମ ଶେଷ

ଗୋଳାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ବଡ଼ଚେରଗାଁ ପଞ୍ଚାୟତରେ ଅନେକ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି । ପୂର୍ବରୁ ଲତାବାଞ୍ଜି ଡ୍ରେନ କାମର ଟଙ୍କା ହଡପ କରିଥିବା ନେଇ ବିଭିନ୍ନ ଖବରକାଗଜରେ ପ୍ରକାଶ ପାଇଥିଲେ ସୁଦ୍ଧା ଥମିବାର ନା ଧରୁନି ପୁଣି ଗୋଟିଏ ପରେ ଗୋଟିଏ ଦୁର୍ନୀତି ସାମ୍ନାକୁ ଆସୁଛି । ଲତାବାଞ୍ଜି ଗ୍ରାମରୁ କାର୍ଲ। ଗାଁକୁ ସଂଯୋଗ ହେଉଥିବା ରାସ୍ତାରେ ବିନା ସୂଚନା ଫଳକରେ ଏକ କଲଭଟ କାମ ଶେଷ ହୋଇଥିବା ବେଳେ କାମର ସ୍ଥାୟୀତ୍ୱ ଉପରେ ସନ୍ଦେହ ଉପୁଜିଛି । ଏପଟେ ସ୍ଥାନୀୟ ଶ୍ରମିକ ବଦଳରେ ନବରଙ୍ଗପୁର ଶ୍ରମିକ କାମ କରିଥିବା ନେଇ ଅଞ୍ଚଳବାସୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି । କଲଭଟ କାମକୁ ନେଇ ବିରୋଧ କଲେ ମିଳୁଛି ଧମକ ଏପରି ଅଞ୍ଚଳରେ ଭୟ ଦେଖାଇ ସମସ୍ତ କାମ ହରିଲୁଟ କରାଯାଉଥିବା ଗାଁଲୋକଙ୍କ ପକ୍ଷରୁ କୁହାଯାଉଛି । ଏ ନେଇ ବଡ଼ଚେରଗାଁ ପିଇଓ ଓ ଜି ଆର ଏସଙ୍କୁ ପଚାରିଲେ ମୁହଁ ଖୋଲୁ ନାହାନ୍ତି । ବୋଧେ ପଞ୍ଚାୟତର ପିଇଓ,ଜିଆରଏସ ଓ ସରପଞ୍ଚଙ୍କ ମିଳିତ ଉଦ୍ୟମରେ ଆତ୍ମସାତ କରାଯାଉ ନାହିଁ ତ ? ଏ କାମ ଉପରେ ଜିଲ୍ଲା ପ୍ରଶାସନ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଗ୍ରାମବାସୀ ପକ୍ଷରୁ ଦାବି ହେଉଛି ।

Leave A Reply

Your email address will not be published.

7 + 11 =