ଯୁବ କବି ଧର୍ମରାଜ ମାଝୀଙ୍କ ପୁସ୍ତକ ଉନ୍ମୋଚିତ

*ଆଦିବାସୀ ଙ୍କ ଦୈନ୍ୟଦିନ ଜୀବନ କାହାଣୀ ଉପରେ ଆଧାରିତ ପୁସ୍ତକ

*ରାଜ୍ୟର ବିଭିନ୍ନ ପ୍ରାନ୍ତରର ମାନ୍ୟଗନ୍ୟ ବିଶିଷ୍ଠ କବି, ଲେଖକ, ଗାଳ୍ପିକଙ୍କ ସମାଗମ 

ନବରଙ୍ଗପୁର : ନବରଙ୍ଗପୁର ଜ଼ିଲ୍ଲା ଚନ୍ଦାହାଣ୍ଡି ପଞ୍ଚାୟତ ସମିତିରେ କାର୍ଯ୍ୟରତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ସମାଜସେବୀ ସଂସ୍ଥା ହେଲ୍ପ ଲାଇନର ଉପଦେଷ୍ଟା ଯୁବ କବି ଧର୍ମରାଜ ମାଝୀ ଙ୍କର ୪ ଟି ପୁସ୍ତକ ଏକାବେଳକେ ଉନ୍ମୋଚିତ ହୋଇଯାଇଛି l ସେଗୁଡିକ ହେଲା “ସ୍ମୁତି ତୁମେ ଇନ୍ଦ୍ରଧନୁ”, “ଛୁଇଁ ବାକୁ ଚାହେଁ ଜହ୍ନ “,”କିଛି ମୋର ହେଇ ଥାଉ “ଏବଂ “ବାବୁଲାଲ ” l ଏହି ଉନ୍ମୋଚନ ଉତ୍ସବ ସ୍ଥାନୀୟ ହୋଟେଲ ଏସ. ଏସ ଇଣ୍ଟରନେସନାଲ ର ସମ୍ମିଳନୀ କକ୍ଷ ରେ ହୋଇଥିବା ବେଳେ, ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ନବରଙ୍ଗପୁର ଜିଲ୍ଲାପାଳ ଡ଼କ୍ଟର କମଳ ଲୋଚନ ମିଶ୍ର, ବିଶିଷ୍ଠ ଅତିଥି ଭାବେ ନବରଙ୍ଗପୁର ଲୋକସଭା ସାଂସଦ ରମେଶ ଚନ୍ଦ୍ର ମାଝୀ, ମୁଖ୍ୟ ଅତିଥି ଭାବେ ଓଡିଶା ର ପ୍ରଖ୍ୟାତ କବି ଡ଼କ୍ଟର ଫନି ମହାନ୍ତି, ସମ୍ମାନିତ ଅତିଥି ଭାବେ ଝରୀଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ,ସମାଜସେବୀ ସଂସ୍ଥା ହେଲ୍ପ ଲାଇନ ର ଉପଦେଷ୍ଟା ତଥା ଓଡିଶା ଉଠା ଜଳସେଚନ ନିଗମର ଉପଦେଷ୍ଟା ସମାଜସେବୀ ପ୍ରମୋଦ କୁମାର ପାଢ଼ୀ,ନବରଙ୍ଗପୁର ଉପ ଆରକ୍ଷୀ ଅଧିକ୍ଷକ ତଥା କବି ଡ଼କ୍ଟର ଚନ୍ଦ୍ର ଶେଖର ହୋତା, ପ୍ରୀତିଧାରା ସାମଲ, ହିମାଂଶୁ ଶେଖର ବୈଦ୍ୟ, କବି ଗୋପାଳ ମହାରଣା, ଡ଼କ୍ଟର ପ୍ରଦୀପ କୁମାର ମିଶ୍ର, ଟୁଟୁ ବାବୁ ପଟନାୟକ, ବଲ୍ଳଭ ରାଉତ, କାଦମ୍ବିନୀ ବେଶ୍ରା, ଅଂଶୁମାନ ସାହୁ, ବଳରାମ ପୂଜାରୀ, ସବ୍ୟସାଚୀ ବିଷୋୟୀ, ଅଜୀତ କୁମାର ବିଷୋୟୀ, ଗୁରୁଦାଶୀ ମଣ୍ଡଳ, ହିମାଂଶୁ ଆଚାରୀ, ପ୍ରଶାନ୍ତ କୁମାର ଦାଶ, ମନୋଜ କୁମାର ରାୟ, ଧର୍ମରାଜ ମହାଲିକ, ତପନ ସାହୁ ଇଂ. ଚନ୍ଦନା ମଲ୍ଲିକ ଏବଂ ରାଧାରାଣୀ ସରକାର ପ୍ରମୁଖ ଅତିଥି ଏବଂ ସମୀକ୍ଷକ ଭାବେ ଯୋଗ ଦେଇଥିଲେ l ଇଂ. ଚନ୍ଦନା ମଲ୍ଲିକ ଙ୍କ ପ୍ରାରମ୍ଭିକ ସଂଗୀତ ଗାନ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଆଦିବାସୀ ସାହିତ୍ୟିକ ସାଇମନ ବିଡ଼ିକା ସଭାପତିତ୍ୱ କରିଥିବା ବେଳେ, ଆଦିବାସୀ ବହୁଳ ନବରଙ୍ଗପୁର ଜ଼ିଲ୍ଲା ରେ ଲୋକଙ୍କ ସେବାରେ ନିୟୋଜିତ ଥିବା ନିଜ ବ୍ୟସ୍ତ ବହୁଳ ଜୀବନ ଯାପନ ମଧ୍ୟରୁ ସମୟ ବାହାର କରି ନିଜର ପ୍ରତିଭାକୁ ଲୋକ ଲୋଚନକୁ ଆଣିପାରିଥିବା ଯୋଗୁଁ ନବରଙ୍ଗପୁର ଜିଲ୍ଲାପାଳ ଡ଼କ୍ଟର କମଳ ଲୋଚନ ମିଶ୍ର, ସାଂସଦ ରମେଶ ଚନ୍ଦ୍ର ମାଝୀ, ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ,ଓଡିଶା ଉଠା ଜଳସେଚନ ନିଗମ ଉପଦେଷ୍ଟା ପ୍ରମାଦ ପାଢ଼ୀ ପ୍ରମୁଖ ଯୁବ କବି ଧର୍ମରାଜ ମାଝୀଙ୍କର ବହୁ ଉଚ୍ଚ ପ୍ରଶଂସା କରିଥିଲେ l ଏହାଛଡା କବିଙ୍କର ଲୁକାୟିତ ପ୍ରତିଭା ପାଇଁ କବି ଧର୍ମରାଜ ମାଝୀ ଙ୍କୁ ଅତିଥି ମାନେ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ l

Leave A Reply

Your email address will not be published.

four × 5 =