ନୂଆଗାଁ ଗ୍ରାମୀଣ ବିକାଶ ମଞ୍ଚ ପାଳିବ ନିଆରା ରଜ

ଭୁବନେଶ୍ୱର : ଓଡ଼ିଶାର ଗଣପର୍ବ ରଜ ଆମ ରାଜ୍ୟର କଳା, ସଂସ୍କୃତି ଓ ପ୍ରକୃତି ସହ ଗଭୀର ସମ୍ପର୍କରେ ଜଡିତ । ଏହି କଳା ଓ ସଂସ୍କୃତିକୁ ଅକ୍ଷୂର୍ଣ୍ଣ ରଖି ଏହାକୁ ଅଧିକରୁ ଅଧିକ ଭାବେ ପରିବ୍ୟାପ୍ତ କରିବା ପାଇଁ ନୂଆଗାଁ ଗ୍ରାମୀଣ ବିକାଶ ମଞ୍ଚ ପ୍ରତିବଦ୍ଧ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ନୂଆଗାଁ ଗ୍ରାମୀଣ ବିକାଶ ମଞ୍ଚର ସମ୍ପାଦକ ଚିନ୍ମୟାନନ୍ଦ ବଡଜେନା । ଚଳିତବର୍ଷ ନୂଆଗାଁ ଗ୍ରାମୀଣ ବିକାଶ ମଞ୍ଚ ପକ୍ଷରୁ ରାଜ୍ୟସ୍ତରୀୟ ରଜ ମହୋତ୍ସବ ପାଳନକୁ ବେଶ୍ ଧୁମଧାମରେ ବ୍ୟାପକ ରୂପେ ଏକ ସ୍ୱତନ୍ତ୍ର ଢଙ୍ଗରେ ପାଳନ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଆସନ୍ତା ୧୩ ତାରିଖରୁ ଚାରିଦିନ ବ୍ୟାପୀ ଏହି ପର୍ବ ନୂଆଗାଁ ରଜ ମହୋତ୍ସବ ପଡିଆରେ ପାଳନ କରାଯିବ । ଏଥିରେ ରାଜ୍ୟ ଓ ରାଜ୍ୟ ବାହାରର ସୁନାମଧନ୍ୟ କଣ୍ଠଶିଳ୍ପୀ, ନୃତ୍ୟଶିଳ୍ପ, ହାସ୍ୟ ଅଭିନେତା ଓ ଅନ୍ୟାନ୍ୟ ପ୍ରତିଭାଧାରୀ ଯୋଗ ଦେଇ ସେମାନଙ୍କର କଳାନୈପୁଣ୍ୟ ପ୍ରଦର୍ଶନ କରିବେ । ସେହିପରି ଖୋର୍ଦ୍ଧାଗଡର ପାଇକ ପୁଅ ସେମାନଙ୍କର ଗରିମାମୟ ବୀରତ୍ୱର ଗାଥାକୁ ମଧ୍ୟ ସୁସଜ୍ଜିତ ଢଙ୍ଗରେ ପ୍ରଦର୍ଶନ କରିବେ । ଆହୁରି ମଧ୍ୟ ରାଜ୍ୟସ୍ତରୀୟ ବଡିବିଲ୍ଡିଂ ଆକର୍ଷଣର ଅନ୍ୟତମ ବିନ୍ଦୁ ରହିବ । କୁନିକୁନି ଶିଶୁମାନଙ୍କ ଦ୍ୱାରା ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ ସାଙ୍ଗକୁ ନାରୀ ଶକ୍ତିର ନିଆରା ଝଲକ ମଧ୍ୟ ଏହି ରଜ ମହୋତ୍ସବ ପାଳନର ପ୍ରତ୍ୟେକଟି ଭାଗରେ ପ୍ରତିବିମ୍ବିତ ହେବ । ମିଶନ ଶକ୍ତି ଗ୍ରୁପର ମହିଳା ମାନଙ୍କ ୨ଶହରୁ ଉର୍ଧ ସ୍ୱତନ୍ତ୍ର ଷ୍ଟଲମାନ ଖୋଲାଯାଇ ଓଡ଼ିଆ ଘରର ପିଠା, ମିଠା, ପାନ ଓ ଅନ୍ୟାନ୍ୟ ରଜ ବ୍ୟଞ୍ଜନର ଉପଲବ୍ଧ ହେବ । ଅନ୍ୟପଟେ ଏହି ସମ୍ବାଦିକ ସମ୍ମିଳନୀରେ ସଭାପତି ବସନ୍ତ ବରାଳ, ପଦ୍ମଶ୍ରୀ ଶିଳ୍ପୀଗୁରୁ ପ୍ରଭାକର ମହାରଣା ଏବଂ ନୂଆଗାଁ ଗ୍ରାମୀଣ ବିକାଶ ମଞ୍ଚର ସମସ୍ତ ସଦସ୍ୟ / ସଦସ୍ୟା ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

fourteen + five =