ଚମ୍ପୁଆ : ନିକଟରେ ଓଡ଼ିଶା ଶିକ୍ଷା ସେବାରେ କୃତିତ୍ଵ ହାସଲ କରିଥିଵା ଶିକ୍ଷା ସେବା ଅଧିକାରୀଙ୍କୁ ନିଯୁକ୍ତି ମିଳିଛି । ଏହି କ୍ରମରେ ଚମ୍ପୁଆ ବ୍ଲକ ଶିକ୍ଷା ଅଧିକାରୀ ଭାବେ ପ୍ରକାଶ ସାହୁ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି । ସେ ଓଡ଼ିଶା ଶିକ୍ଷା ସେବା ପାଇବା ପୂର୍ବରୁ କେନ୍ଦୁଝର ଡି.ଏନ ହାଇସ୍କୁଲରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ । ଶିକ୍ଷା ସେବା ପାଇବା ପରେ ପ୍ରଥମେ ନୂଆକରି ଏଠାରେ ତାଙ୍କୁ ନିଯୁକ୍ତି ମିଳିଛି । ତାଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିକଟସ୍ଥ ଶାଳବଣି ଗ୍ରାମରେ । ତେବେ ଆଦିବାସୀ ଅଧ୍ୟୁଷିତ ଚମ୍ପୁଆ ବ୍ଲକର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ନେଇ ପଚରାଯିଵାରୁ ପ୍ରତିକ୍ରିୟାରେ କହିଛନ୍ତି ୫ ଟି ଆଧାର ସହ ଗୁଣାତ୍ମକ ଶିକ୍ଷା ପ୍ରଦାନ ମୋର ପ୍ରାଥମିକତା ରହିବ। ଶିକ୍ଷାନୁଷ୍ଠାନର ୩ଟି ସ୍ତମ୍ଭ ଶିକ୍ଷକ, ଛାତ୍ର ଓ ଅଭିଭାବକଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ସହ ସଚେତନତା ବୃଦ୍ଧି କରି ଶୈକ୍ଷିକ ପରିବେଶ ସୃଷ୍ଟି କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବି । ତେବେ ଘରେ ନ ପଶୁଙ୍କୁ ଚାଳ ବାଜିବା ପରି ଆଜି ଗଣମାଧ୍ୟମ ପ୍ରତିନିଧି ମାନେ ନିଉଜ କଭର କରିବାକୁ ଯାଇଥିବା ବେଳେ ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ଶିକ୍ଷା ଅଧିକାରୀ ଭାବେ ତାଙ୍କର ଆଗାମୀ ଦିନରେ କାର୍ଯ୍ୟ କଣ ରହୁଛି ତାହା ସମୟ କହିବ ।