ଚନ୍ଦାହାଣ୍ଡି : ସ୍ୱାମୀ ଙ୍କ ମୃତ୍ୟୁ ପରେ ଦୁଇ ଝିଅ ଙ୍କ ସହ ଝାଟିମାଟି କୁଡିଆରେ ଅସହାୟ ଅବସ୍ଥାରେ ରହୁଛନ୍ତି ଚଁଚଳା । ଇଟାଭାଟିରେ କାମ ଓ କୁଲି କରି ପରିବାର ଚଳାଉଛନ୍ତି। ଆବାସ ଯୋଜନାରେ ସାମିଲ କରାଯାଇନଥିବାରୁ ଦୁର୍ବିସହ ଜୀବନ ବିତାଉଛନ୍ତି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଲାଙ୍ଘପଡା ଗ୍ରାମର ଚଞଳା ଓ ଦୁଇ ନାବାଳିକା ଝିଅ। ଏହି ଖବର ଜଣାପଡିବା ରୁ ବିଭିନ୍ନ ସାମାଜିକ କର୍ମୀ ୫ଟି ସଚିବ ଙ୍କୁ ଟ୍ବିଟ କରିବା ପରେ ଚଞଳାଙ୍କ ଘରେ ପହଞ୍ଚିଛି ପ୍ରଶାସନ। ଯେତେବେଳେ ବି କୌଣସି ଗରିବ ଓ ଅସହାୟ ବ୍ୟକ୍ତି ଙ୍କ ବିଷୟରେ ରାଜ୍ୟ ସରକାର ଏବଂ 5 T ସଚିବ ଙ୍କ କାନରେ ପଡେ ତୁରନ୍ତ ତାଙ୍କୁ ସହାୟତା ର ହାତ ବଢେ଼ଇବା କୁ ଆଗେଇ ଆସନ୍ତି 5 T ସଚିବ । ସେ ପାଠ ପଢା ର କଥା ହୋଉ କି ରହିବା ପାଇଁ ବାସଗୃହ କଥା ହେଉ ସଙ୍ଗେ ସଙ୍ଗେ ସାହାଯ୍ୟ କରିଥାନ୍ତି 5T ସଚିବ । ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରେ । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଜମାଦାରପଡା ପଞ୍ଚାୟତ ର ଲାଙ୍ଗପଡା ଗ୍ରାମ ର ଚଞ୍ଚଳା ସୁନା ନାମକ ଜଣେ ବିଧବା ମହିଳା ଦୁଃଖ ରେ ଚଳୁଥିଲେ । ଲାଙ୍ଗପଡା ଗ୍ରାମର ସ୍ୱର୍ଗତ ରାଜମଲ୍ ସୁନା ଙ୍କ ବିଧବା ପତ୍ନୀ ଚଞ୍ଚଳା ଗତ ୨୦୧୮ ମସିହା ରେ ନିଜର ସ୍ବାମୀ ର ଅକାଳ ବିୟୋଗ ପରେ ବହୁ କଷ୍ଟ ରେ ନିଜର ଛୋଟ ଛୋଟ ଦୁଇ ଝିଅ ତିଲୋତ୍ତମା ଓ ଚାନ୍ଦିନୀ ସହ କାଳାତିପାତ କରୁଛନ୍ତି। ସ୍ୱାମୀ ରାଜମଲ୍ ଙ୍କ ମୃତ୍ୟୁ ପରେ ଜୀବନ ଯୁଦ୍ଧ ରେ ସଂଗ୍ରାମ କରି ପରିବାର ପୋଷଣ କରୁଥିଲେ । ଦୁଇ ଛୋଟ ଛୋଟ ଶିଶୁ କନ୍ୟା ଓ ତାଙ୍କ ପାଇଁ ସରକାର ଙ୍କ ତରଫରୁ ମାସକୁ ୧୫ କେଜି ଚାଉଳ ଓ ୫୦୦ ତାଙ୍କ ବିଧବା ଭତ୍ତା ବି ମିଳୁଛି । ରହିବା ପାଇଁ ଚଞ୍ଚଳା ଙ୍କ ପାଖରେ ଭଲ ଘର ଖଣ୍ଡେ ନଥିବାରୁ ତାଙ୍କୁ ସହାୟତା ର ହାତ ବଢ଼ାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଟୁଇଟ ପରେ ଚଞ୍ଚଲା ଙ୍କ ପରିବାର କୁ ସାହାଯ୍ୟ କରିବାକୁ ଜିଲ୍ଲାପାଳ ଚନ୍ଦାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲଙ୍ଗପଡ଼ା ଗ୍ରାମକୁ ଭାରପ୍ରାପ୍ତ ଜିପିଇଓ ଙ୍କୁ ପଠାଇ ତଦନ୍ତ କରିଛନ୍ତି । ଏବଂ ରାଜ୍ୟ ସରକାରଙ୍କ ମୋ କୁଡିଆ ଯୋଜନା ରେ ଚଞ୍ଚଳା ଙ୍କ ପରିବାରଙ୍କୁ ସାମିଲ କରାଯିବ । ଏଥିସହ ଦୁଇ ଝିଅଙ୍କ ପାଠପଢ଼ା ପାଇଁ ମାସକୁ ଚାରି ଚାରି ହଜାର ଟଙ୍କା ଆର୍ଥିକ ସାହାଯ୍ୟ ସେମାନଙ୍କ ବୟସ ୧୮ ବର୍ଷ ହେବାଯାଏ ଦିଆଯିବ । ମୋ କୁଡିଆ ଯୋଜନା ରେ ଏଥିପାଇଁ ଆବଶ୍ୟକ କାଗଜପତ୍ର ସଂଗ୍ରହ କରି ନେଇଛନ୍ତି ପ୍ରଶାସନ। ରାଜ୍ୟ ସରକାର ଓ 5 T ସଚିବଙ୍କ ଠାରୁ ସାହାଯ୍ୟ ପାଇଥିବାରୁ ରାଜ୍ୟ ସରକାର ଓ 5 T ସଚିବଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ଚଞ୍ଚଳାଙ୍କ ପରିବାର ।