ରାସ୍ତା ଅବସ୍ଥା ଶୋଚନୀୟ

ଯାଜପୁର : ଯାଜପୁର ଜିଲା ବରୀ ବ୍ଲକ ଗୋଳକୁଣ୍ଡ ପଂଚାୟତର ମଙ୍ଗଳାଙ୍କ ନିକଟ ନଦୀବନ୍ଧରୁ ସ୍ୱାଇଁଖଣ୍ଡ ପଂଚାୟତର ଖରିପଡ଼ିଆ ପର୍ଯ୍ୟନ୍ତ ନଦୀବନ୍ଧରୁ ପିଚୁ ରାସ୍ତାର ବହୁ ସ୍ଥାନରେ ବଡ଼ ବଡ଼ ଗାଡ଼ ସୃଷ୍ଟି ହୋଇଛି । ଯାହାଫଳରେ ଏହି ଗାଡ଼ରେ ପାଣି ଜମି ରହୁଥିବାରୁ ଲୋକେ ନାହିଁ ନଥିବା ହଇରାଣର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତା ଦେଇ ପ୍ରତିଦିନ ଶତାଧିକ ବାଇକ ଓ ଚାରି ଚକିଆ ଯାନ ଯାତାୟାତ କରିଥାଏ । ରାସ୍ତାର ଅବସ୍ଥା ଶୋଚନୀୟ ଯୋଗୁ ଗାଡ଼ି ଚଳାଚଳରେ ବାଧା ସୃଷ୍ଟି ହେଉଛି । ଏପରିକି ବର୍ଷା ଦିନେ ଗାଢ଼ରେ ପାଣି ଜମି ରହିବା ଦ୍ୱାରା ବାଇକ ଆରୋହୀ ଖାଲ ସମ୍ପର୍କରେ ଜାଣି ନ ପାରି ପଡ଼ି ଖଣ୍ଡିଆ ଖାବରା ହେଉଛନ୍ତି । ବର୍ଷାଦିନ ପୂର୍ବରୁ ରାସ୍ତା ମରାମତି କରାଯିବାର ନିୟମ ଥିଲେ ମଧ୍ୟ ଏହି ରାସ୍ତା ମରାମତି କରାଯାଇନଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଗକୁ ବର୍ଷାର ପରିମାଣ ଅଧିକା ହେବାର ସମ୍ଭାବନା ଥିବାରୁ ଜଳ ସମ୍ପଦ ବିଭାଗ ତୁରନ୍ତ ରାସ୍ତା ମରାମତି କରିବାକୁ ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.

seventeen − 5 =