ଉପଜିଲ୍ଲାପାଳଙ୍କ ଅଚାନକ ମହତାବ ହାଇସ୍କୁଲ ପରିଦର୍ଶନ

ଚମ୍ପୁଆ : ଆଜି ପୂର୍ବାହ୍ନରେ ସ୍ଥାନୀୟ ଉପଜିଲ୍ଲାପାଳ ସୁକାନ୍ତ କୁମାର ମାଝୀ ସଦର ମହକୁମାରେ ଅବସ୍ଥିତ ସର୍ବପୁରାତନ ମହତାବ ଉଚ୍ଚ ବିଦ୍ୟାଳୟକୁ ଅଚାନକ ପରିଦର୍ଶନ କରିଥିବା ଜଣାପଡିଛି । ରାଜ୍ୟ ସରକାର ମାଧ୍ୟମିକ ଶିକ୍ଷାର ଉନ୍ନତିକରଣ ନିମନ୍ତେ ୫ଟି ଯୋଜନାରେ ବହୁ କାର୍ଯ୍ୟକ୍ରମ ହାତକୁ ନେଇ ଶିକ୍ଷାଦାନ ବ୍ୟବସ୍ଥାକୁ ଅଧିକ ଶାଣିତ କରିଛନ୍ତି । ଏଥିସହ ଛାତ୍ର ଛାତ୍ରୀ ମାନଙ୍କୁ ସରକାରୀ ବିଦ୍ୟାଳୟ ମୁହାଁ କରିବା ପାଇଁ ୫ଟି ଯୋଜନାରେ ବିଦ୍ୟାଳୟର ରୂପାନ୍ତରଣ କାମ କରାଯାଇଛି । ଉପଜିଲ୍ଲାପାଳ ସେ ସବୁ ତଦାରଖ କରିଵା ସହ ଅନଲାଇନ ପାଇଁ ଡିଜିଟାଲ ଶ୍ରେଣୀ ଗୃହ ଛୁଟି ପରଠାରୁ କାମ କରୁନଥିବା ଛାତ୍ର ଛାତ୍ରୀ ମାନେ ଅଭିଯୋଗ କରିଥିଲେ । ଶ୍ରୀ ମାଝୀ ଇ-ଲାଇଵ୍ରେରୀ ,କମ୍ପ୍ୟୁଟର ଲ୍ୟାଵ, ବିଜ୍ଞାନାଗାର ର ବ୍ୟବସ୍ଥା ଓ ସ୍ଵଛତା ବୁଲି ଦେଖିଥିଲେ । କ୍ଲାସ୍ ରୁମ ଯାଇ ଯେଉଁ ଵିଷୟ ପଢା ଚାଲିଥିଲା ତା ଉପରେ ପିଲାମାନଙ୍କୁ ଵିଭିନ୍ନ ପ୍ରଶ୍ନ ପଚାରି ବ୍ଲାକଵୋର୍ଡ ଅପରେସନ ମାଧ୍ୟମରେ ବୁଝାଇଥିଲେ। ତାଙ୍କ ସହ ବିଦ୍ୟାଳୟର ପ୍ରଧାନଶିକ୍ଷକ ଲୋକନାଥ ଗୁଇଁ ଉପସ୍ଥିତ ଥିଲେ । ତେବେ ବିଦ୍ୟାଳୟର ପାସହାର ଠିକ୍ ଥିଲେ ମଧ୍ୟ ଏ ଓ ବି ଗ୍ରେଡରେ ପିଲା ପାସ୍ କରୁ ନଥିବାରୁ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଆସନ୍ତା ବୋର୍ଡ ପରୀକ୍ଷା ପୂର୍ବରୁ ନିୟମିତ ଶିକ୍ଷକ ମାନଙ୍କୁ ନେଇ ସମୀକ୍ଷା ବୈଠକ କରି ତାର ଫଟୋ ପଠାଇବା ପାଇଁ କହିଥିଲେ । ଗୁଣାତ୍ମକ ଶିକ୍ଷା ବୃଦ୍ଧି ନେଇ ସେ ପ୍ରଧାନ ଶିକ୍ଷକଙ୍କ ସହ ଆଲୋଚନା କରିଥିଲେ । ଶିକ୍ଷକ ସମସ୍ୟା ନେଇ ଲିଖିତ ଆକାରରେ ଜଣାଇଲେ ସେ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଜଣାଇଵେ ବୋଲି ପ୍ରତିଶ୍ରୁତି ଦେଇଥିଲେ । 

Leave A Reply

Your email address will not be published.

seven − five =