୧୩ରେ ଚନ୍ଦ୍ରଯାନ-୩ର ଉତକ୍ଷେପଣ

ମୁମ୍ବାଇ : ଭାରତର ବହୁ ପ୍ରତୀକ୍ଷିତ ଚନ୍ଦ୍ର ଅଭିଯାନ ଚନ୍ଦ୍ରଯାନ-୩ର ଉତକ୍ଷେପଣ ଆସନ୍ତା ୧୩ରେ ହେବ ବୋଲି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ଅଧ୍ୟକ୍ଷ ଏସ.ସୋମନାଥ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଆସନ୍ତା ୧୩ରେ ଉତକ୍ଷେପଣ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଛି । ସବୁକିଛି ବୈଷୟିକ ପ୍ରସ୍ତୁତି ଠିକ୍ ରହିଲେ ୧୩ ତାରିଖରେ ଶ୍ରୀହରିକୋଟା ସ୍ଥିତ ସତୀଶଧାୱନ ମହାକାଶ କେନ୍ଦ୍ରରୁ ପିଏସ୍ଏଲ୍ଭି-୩ ରକେଟ ଦ୍ୱାରା ଏହାକୁ ଚନ୍ଦ୍ରପୃଷ୍ଠକୁ ଉତକ୍ଷେପଣ କରାଯିବ । ଅନ୍ୟଥା ୧୯ ତାରିଖ ପର୍ଯ୍ୟନ୍ତ ଉତକ୍ଷେପଣ ଅଭିଯାନକୁ ସମ୍ପ୍ରସାରଣ କରାଯାଇପାରେ ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଚନ୍ଦ୍ରଯାନ ଚନ୍ଦ୍ରରେ ଏକ ସଫ୍ଟ ଲାଣ୍ଡିଂ କରିବାରେ ସକ୍ଷମ ହେବ । ଜିଏସ୍ଏଲ୍ଭି ମାର୍କ-୩ ଉତକ୍ଷେପଣ ଯାନ ସାହାଯ୍ୟରେ ଚନ୍ଦ୍ରଯାନ-୩କୁ ମହାକାଶକୁ ପଠାଯିବ । ଏହାକୁ ସଫଳ କରିବା ପାଇଁ ଇସ୍ରୋ ପକ୍ଷରୁ ଅନେକ ପ୍ରସ୍ତୁତି କରାଯାଇଛି । ଲ୍ୟାଣ୍ଡର ଓ ଅନ୍ୟାନ୍ୟ ଉପକରଣର ଗଭୀର ପରୀକ୍ଷଣ କରାଯାଇଛି । ସମଗ୍ର ପ୍ରକ୍ରିୟାକୁ ଫେପପ୍ରୁଫ ( ଯେମିତି ବିଫଳ ହେବ ନାହିଁ) କରାଯାଇଛି, ଯାହାଦ୍ୱାରା ମିଶନକୁ ସର୍ବନିମ୍ନ କ୍ଷତି ସହ ସଫଳ କରାଯାଇପାରିବ । ଏହା ପୂର୍ବରୁ ମଧ୍ୟ ସୋମନାଥନ ଚନ୍ଦ୍ରାୟନ ଲଞ୍ଚ୍ ତାରିଖ ନେଇ ସଂକେତ ଦେଇଥିଲେ । ଜୁଲାଇ ୧୨ ତାରିଖରୁ ୧୯ ତାରିଖ ମଧ୍ୟରେ ହେବ । ଏଥିରେ କମ ଇନ୍ଧନ କମ ହେବା ସହିତ ଅଧିକ ପ୍ରଭାବୀ ରହିବ । ବର୍ତ୍ତମାନ ଚନ୍ଦ୍ରାୟନ-୩ ଉତକ୍ଷେପଣ ପାଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ୨୦୧୯ ସେପ୍ଟେମ୍ବରରେ ଚନ୍ଦ୍ରଯାନ-୨ ଅଭିଯାନ ସମୟରେ ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ରପୃଷ୍ଠରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଭାରତ ପାଇଁ ଏହା ଏକ ବଡ଼ ଝଟକା ଥିଲା । ଚନ୍ଦ୍ରରେ ଅବତରଣ ପାଇଁ ଆମର ପ୍ରଥମ ପ୍ରୟାସ ବିଫଳ ହୋଇଥିଲା । ଏହାପରେ ଚନ୍ଦ୍ରଯାନ-୩ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । କିନ୍ତୁ ଏଥର ଚନ୍ଦ୍ରଯାନ ସଫଳତାର ସହ ଓହ୍ଲାଇବାକୁ ସକ୍ଷମ ହେବ ବୋଲି ଇସ୍ରୋ ମୁଖ୍ୟ ଆଶା କରିଛନ୍ତି । ସୂଚନାଯୋଗ୍ୟ ଯେ, ୨୦୦୮ ମସିହାରେ ପ୍ରଥମଥର ପାଇଁ ଇସ୍ରୋ ଚନ୍ଦ୍ରଯାନ-୧କୁ ଚନ୍ଦ୍ରପୃଷ୍ଠକୁ ପ୍ରେରଣ କରିଥିଲା । ଚନ୍ଦ୍ରାୟନ-୧ ଚନ୍ଦ୍ରପୃଷ୍ଠରେ ଜଳ ଥିବା ନେଇ ଇସ୍ରୋର ପ୍ରଥମ ରାଷ୍ଟ୍ର ଭାବେ ସୂଚନା ଦେଇଥିଲା । ନାସା ସମେତ ବିଶ୍ୱର ଚନ୍ଦ୍ର ଅଭିଯାନ କରିଥିବା ବହୁ ମହାକାଶ ଗବେଷଣା ସଂସ୍ଥା ଏହାକୁ ଗ୍ରହଣ କରିନେଇଥିଲେ । ସୂଚନା ଥାଉକି ବର୍ତ୍ତମାନ କେବଳ ୩ଟି ଦେଶ ଆମେରିକା, ଋଷ ଓ ଚୀନ ଚନ୍ଦ୍ରପୃଷ୍ଠରେ ଏୟାରକ୍ରାଫ୍ଟ ଲାଣ୍ଡ କରିବାରେ ସଫଳ ହୋଇଛନ୍ତି । ଯଦି ଭାରତ ଏହି ପ୍ରୟାଶରେ ସଫଳ ହେଲା ତେବେ ଚତୁର୍ଥ ଦେଶ ଭାବେ ଭାରତ ଜହ୍ନରେ ଓହ୍ଲାଇବ ।

Leave A Reply

Your email address will not be published.

five × 3 =