ରାୟଗଡା ଜିଲ୍ଲାରେ ତୃତୀୟ କୋରନା ଆକ୍ରାନ୍ତ ଚିହ୍ନଟ

ରାୟଗଡା (ନିପ୍ର) – ପୂର୍ବରୁ ରାୟଗଡା ଜିଲ୍ଲାରେ୨ଜଣ ମହିଳା ଚିହ୍ନଟ ହୋଇଥିବା କୋରନା ଆଜି ପୁଣି ଜଣେ ମହିଳା କୋରନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଆକ୍ରାନ୍ତ ମହିଳା ଜଣଙ୍କ ୨୭ ବର୍ଷ ବୟସ୍କା ହୋଇଥିବା ବେଳେ ସେ ଦିଲ୍ଲୀରେ ଏକ ଘରୋଇ କଂପାନୀରେ କାର୍ଯ୍ୟରତ ଥିଲେ । ମଇ ୨୦ ତାରିଖ ଦିନ ଦିଲ୍ଲୀରୁ ଭୂବନେଶ୍ୱର ରାଜଧାନୀ ଟ୍ରେନ ଯୋଗ ଫେରିଥିଲେ । ଭୂବନେଶ୍ୱର ଠାରୁ ଏକ ସ୍ୱତନ୍ତ୍ର ଗାଡି ଯୋଗେ ନିଜ ଗାଁ ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଡୁକୁମ ପଂଚାୟତକୁ ୨୨ ତାରିଖ ଦିନ ଫେରିଥିଲେ । ମହିଳା ଜଣଙ୍କ ନିଜ ଘରେ ହୋମ କ୍ୱାରାଟାଂଇନରେ ଥିଲେ । ୨୪ ତାରିଖ ଦିନ ଯୁବତୀ ଜଣଙ୍କ ଅସୁସ୍ଥ ଅନୁଭବ କରିବାରୁ ତାଙ୍କ ସ୍ୱାବ ସଂଗ୍ରହ କରାଇଯାଇ ଭୂବନେଶ୍ୱର ସ୍ଥିତ ଆରଏମଆରସିକୁ ପଠାଯାଇଥିଲା । ସ୍ୱାବ ପରୀକ୍ଷଣ ପରେ ଯୁବତୀଙ୍କ କରୋନା ପଜେଟିଭ୍ ଆସିଥିଲା ଏବଂ ସ୍ୱାସ୍ଥ୍ୟ ନିର୍ଦେଶକଙ୍କ ନିର୍ଦେଶ ଅନୁଯାୟୀ ଯୁବତୀ ଜଣଙ୍କୁ ପଡୋଶୀ ଗଜପତି ଜିଲ୍ଲା ସ୍ଥିତ କୋଭିଡ ହସ୍ପିଟାଲକୁ ପଠାଯାଇଥିବା ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସୂଚନା ଦେଇଛନ୍ତି । ବର୍ତମାନ ଯୁବତୀଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ଜିଲ୍ଲାପାଳ ଶ୍ରୀବେହେରା ପ୍ରକାଶ କରିଛନ୍ତି । ଯୁବତୀ ଜଣଙ୍କ ରହୁଥିବା ସ୍ଥାନ ଡୁକୁମ ରୋଡକୁ ନିଷିଧାଚଂଳ ଜୋନ ଭାବେ ଘୋଷଣା କରାଯାଇଛି ।

Leave A Reply

Your email address will not be published.

thirteen − nine =