ବିବାଦୀୟ ଇଚ୍ଛାପୁର ପଞ୍ଚାୟତ

* କାର୍ଯ୍ୟାଳୟ ଭଙ୍ଗାରୁଜା, କାର୍ଯ୍ୟାଳୟ  ଚାରି ପାଖ ହଳ କରି ଚାଷ

ଝରିଗାଁ :  ସର୍ବଦା ବିବାଦ ଘେରରେ ରହିଥିବା ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଇଚ୍ଛାପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ଭଙ୍ଗାରୁଜା ହେବାର ଛଅ ଦିନ ବିତି ଯାଇଥିବା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୁନ। ସୁଚନା ପ୍ରକାରେ ଗତ ୨/୨୩ ରିଖ ଜୁଲାଇ ରବିବାର ଦିନ ଇଚ୍ଛାପୁର ପଞ୍ଚାୟତ କାର୍ଯ୍ୟାଳୟ ଭିତର ଗ୍ରିଲ, କବାଟ, ଝରକା, ଚେୟାର ଟେବୁଲ୍ ଓ ଅନ୍ୟାନ୍ୟ ବସ୍ତୁ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଥିବା ଅଭିଯୋଗ ପରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଅନ୍ୟପଟେ ପଞ୍ଚାୟତ କାର୍ଯ୍ୟାଳୟ ପରିସର ଜମିକୁ ଚାରି ପାଖ ଚାରି ଗୋଟି ଟ୍ରାକ୍ଟର ଲଗାଇ ହଳ କରି ମକା ଧାନ ବୁଣି ସାରିଥିଲେ ମଧ୍ୟ କାହାରିକି ଏହି ଘଟଣା ପ୍ରଭାବ ପଡୁନାହିଁ। ଘଟଣା ର ପାଞ୍ଚ ଦିନ ପରେ ଉକ୍ତ ଗ୍ରାମ ସିନ୍ଧି ଭଟା ର ଦୁଇ ନମ୍ୱର୍ ୱାର୍ଡ ସଭ୍ୟା ଚନ୍ଦ୍ର ବତି ଜାନି ଝରିଗାଁ ଥାନାକୁ ଯାଇ ଘଟଣା ସମନ୍ଧାରେ ଏତଲା ଦେବା ପରେ ଥାନାଧିକାରୀ ଏତଲା ଗ୍ରହଣ କରିବାକୁ ମନା କରୁଥିବାରୁ ସେ ସେଠାରୁ ଫେରି ଆସିଲେ। ଯେହେତୁ ଘଟଣା ଏକ ସରକାରୀ କାର୍ଯ୍ୟାଳୟ ଭଙ୍ଗାରୁଜା ହୋଇଥିବାରୁ ବ୍ଲକ୍ ପ୍ରଶାସନ ବା ସଂପୃକ୍ତ ଅଧିକାରୀ ଏତଲା ଦେବା ପରେ କାର୍ଯ୍ୟାନୁଷ୍ଠନ କରାଯିବ ବୋଲି (ଏସ ଡି ପି ଓ)ଶୁଭେନ୍ଦୁ ଶବର କହିଁଥିବା ୱାର୍ଡ ମେମ୍ବର ଚନ୍ଦ୍ରବତୀ ଜାନି  ପ୍ରକାଶ କରିଛନ୍ତି। ପ୍ରସଙ୍ଗ ଉପରେ  ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପଚାରି ବୁଝିବା ପରେ ସେ ଥାନାରେ ଏତଲା ଦେଇଛନ୍ତି କିନ୍ତୁ ଏତଲା ଦେବା ତାରିଖ ମନେ ପଡୁ ନାହିଁ ବୋଲି କହୁଥିବା ବେଳେ ଥାନାଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଭିତର ମତ ତାଳ ମେଳ ଖାଉ ନ ଥିବା ଦେଖା ଦେଇଛି। ଲକ୍ଷାଧିକ ଟଙ୍କାରେ ନିର୍ମିତ କୋଠା ଏବଂ କାର୍ଯ୍ୟାଳୟ ମୂଲ୍ୟବାନ  ବସ୍ତୁ ସବୁ ଭଙ୍ଗାରୁଜା କରି ସର୍ବସାଧାରଣ ପାଇଁ ଉଦ୍ଦିଷ୍ଟ ସରକାରୀ ସମ୍ପତିକୁ ନଷ୍ଟ କରିଥିବା ଅଭିଯୁକ୍ତଙ୍କୁ ଆଇନ୍ ଅନୁଯାୟୀ ଦଣ୍ଡିତ କରିବାକୁ ଗୋଟିଏ ଗୋଷ୍ଠୀ ଥାନାର ଦ୍ୱାରସ୍ଥ ବାରମ୍ବାର ହେଉଥିଲେ ମଧ୍ୟ ସମାଧାନ ବାଟବଣା ହେଉଛି। ଜିଲ୍ଲାରେ ଏପରି ଘଟଣା ପ୍ରଥମ ଥର ଦେଖିବକୁ ମିଳିଛି କିନ୍ତୁ କିଏ, କାହିଁକି ଓ କେଉଁ ପରିସ୍ଥିତିରେ କାର୍ଯ୍ୟାଳୟ ଭଙ୍ଗାରୁଜା କରି କାର୍ଯ୍ୟାଳୟ ଆଖ ପାଖ ହଳ କରି ଚାଷ କରି କାର୍ଯ୍ୟାଳୟର ପ୍ରବେଶ ରାସ୍ତାରେ ମଧ୍ୟ ହଳ ଲଗାଇ ମକା ଲଗାଇଥିବା ଦେଖିବାକୁ ମିଳିଛି। କେଉଁ ମାନେ ଅପରାଧୀ ମାନଙ୍କୁ ଘଣ୍ଟ ଘଡାଇ ରଖିଛନ୍ତି ତାହା ଆଶ୍ଚର୍ୟ୍ଯ ଚକିତ କରୁଛି। ପ୍ରକାଶ ଥାଉକି ପଞ୍ଚାୟତର ୧୧ ଟି ୱାର୍ଡ ମଧ୍ୟରେ ବିବାଦ ଓ ଗୋଷ୍ଠୀ କନ୍ଦଳ ଥମିବାର ନା ନାହିଁ। ଗୋଟିଏ ପକ୍ଷ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ସପକ୍ଷରେ ରହିଥିବା ବେଳେ ଆଉ ଏକ ପକ୍ଷ ବିରୁଦ୍ଧରେ ରହିଛନ୍ତି। ଶେଷରେ  ବିବାଦ  ଓଡ଼ିଶା ଉଚ୍ଚ ନ୍ୟାୟାଳୟ ନିକଟରେ ପହଁଚିଥିଲା ବା ପରେ ଯେଉଁଥିରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟକୁ କାର୍ଯ୍ୟକାରୀ କରିବା ପାଇଁ ଉଚ୍ଚ ନ୍ୟାୟଳୟ ନିର୍ଦ୍ଦେଶ ପତ୍ର ପ୍ରଦାନ କରିଛନ୍ତି। ନିର୍ଦ୍ଦେଶ ପତ୍ର ଅନୁସାରେ ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସତ୍ୟନାରାୟଣ ମେହେରେଙ୍କ ତତ୍ତ୍ଵାବଧାନରେ ସରପଂଚଙ୍କୁ ନୂତନ ପଞ୍ଚାୟତ କାର୍ଯ୍ୟାଳୟ କୋଠା ହସ୍ତାନ୍ତର କରିଥିବା ଶ୍ରୀ ମେହେର ସୂଚନା ଦେଇଛନ୍ତି। ଗ୍ରାମ ପଞ୍ଚାୟତ ପାଣ୍ଠି ଏବଂ ମନରେଗା ପାଣ୍ଠିରୁ ୩୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା କୋଠା ଭାଙ୍ଗିବା ଅତ୍ୟନ୍ତ ପରିତାପର ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ପଞ୍ଚାୟତ କାର୍ଯ୍ୟାଳୟ ତିନିଥର  ଭଙ୍ଗାରୁଜା କରାଯାଇଥିବା ପଞ୍ଚାୟତ ବାସୀ ଅଭିଯୋଗ କରିଛନ୍ତି। ଅଭିଯୁକ୍ତଙ୍କୁ ଆଇନ୍ ଅନୁଯାୟୀ ଦଣ୍ଡିତ କରିବାକୁପଞ୍ଚାୟତବାସୀ ଦାବୀ  କରିଛନ୍ତି।

Leave A Reply

Your email address will not be published.

seventeen − 6 =