ନାରାୟଣପୁର ପଞ୍ଚାୟତବାସୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ପ୍ରଦର୍ଶନ କରିଥିଲେ

ରାୟଗଡ଼ : ଗଜପତି ଜିଲ୍ଲା ରାୟଗଡ ବ୍ଲକ୍ ନାରାୟଣପୁର ପଞ୍ଚାୟତବାସୀ ବିଭିନ୍ନ ସମସ୍ୟାକୁ ନେଇ ରାୟଗଡ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି ସୂଚନା ଯୋଗ୍ୟ ଯେ ନାରାୟଣପୁର ପଞ୍ଚାୟତବାସୀକୁ ବିକାଶମୂଳକ କାର୍ଯ୍ୟରୁ ଉପେକ୍ଷିତ କରାଯାଉଛି, ପ୍ରକୃତ ଗରିବ ବିକଳାଙ୍ଗ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ପଞ୍ଚିତ କରାଯାଉଛି  l ଏହା କିଭଳି ନିଷ୍ପତି ବୋଲି ପ୍ରଶ୍ନ କରିଛନ୍ତି ଯେତେବଳେ ପ୍ରଧାମନ୍ତ୍ରୀ ଆବାସ ଯୋଜନାର ଯୋଗ୍ୟ ହିତାଧକାରୀଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା  l ତେବେ ରାୟଗଡ଼ ବ୍ଲକ ର ପ୍ରଶାସନ ଅଧିକାରୀମାନେ ଅନ୍ୟ ବ୍ଲକ୍ କୁ ଯାଇଥିଲେ ଏବଂ ଉକ୍ତ ବ୍ଲକ୍ କୁ ଅନ୍ୟ ବ୍ଲକ ର ଅଧିକାରୀମାନେ ଆସିଥିଲେ , ହେଲେ ସ୍ଥାନୀୟ ବ୍ଲକ ର ଏ ବି ଡି ଓ ପିତାମ୍ବର ବେହେରା କେଉ କାରଣରୁ ସ୍ଥାନୀୟ ବ୍ଲକ ନାରାୟଣପୁର ଗ୍ରାମକୁ ଗଲେ ବୋଲି ପ୍ରଶ୍ନ କରିଛନ୍ତି l  ବିନା ୱର୍କ୍ ଅର୍ଡର୍ ରେ କାମ କରାଯାଉଛି, ନାରାୟଣପୁର ପଞ୍ଚାୟତରେ ପିଇବା ପାଣି ର ସମସ୍ୟା ଦୀର୍ଘ ବର୍ଷ ହବ ରହି ଆସୁଛି ହେଲେ ରାୟଗଡ ବ୍ଲକ୍ ପ୍ରଶାସନ ଏଥି ପ୍ରତି କୌଣସି ପ୍ରକାର ଦୃଷ୍ଟି  ନେବାର ଦେଖାଯାଉନାହିଁ ବୋଲି ଦୀର୍ଘ କିଛି ଘଣ୍ଟା ଧରି  ରାୟଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଥିଲେ l ରାୟଗଡ଼ ବଡିଓ ସାତ ଦିନ ଭିତରେ ସମାସ୍ୟ ର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଲା ପରା ନାରାୟଣପୁର ପଞ୍ଚାୟତବାସୀ ପ୍ରତିବାଦ ରୁ ହଟି ଥିଲେ l  ଉକ୍ତ ସ୍ଥାନର ରାୟଗଡ଼ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ଙ୍କ ସହ ଥାନ ଷ୍ଟାପ୍ ଉପସ୍ଥିତ ଥିଲେ l

Leave A Reply

Your email address will not be published.

one × 3 =