କଣିହାଁ : ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଓଡ଼ିଶା ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ସଂଘର ବିଭିନ୍ନ ଦାବି ପୂରଣ ଦିଗରେ ରାଜ୍ୟ ସରକାର ଟାଳଟୂଳ ନୀତି ଗ୍ରହଣ କରୁଛନ୍ତି। ଏଥିନେଇ ବାରମ୍ବାର ଗୁହାରି କଲେ ମଧ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହା ଶୁଣୁ ନଥିବା ସଂଘ ଅଭିଯୋଗ କରିଛି। ଆଜି ଏଥିନେଇ କଣିହାଁ ବ୍ଲକ କୃଷି କାର୍ଯ୍ୟାଳୟ ଠାରେ କଣିହାଁ ବ୍ଲକ କୃଷି କର୍ମଚାରୀ ଓ ମହିଳା କୃଷି କର୍ମଚାରୀଙ୍କ କଳାବ୍ୟାଚେ ପରିଧାନ କରିଛନ୍ତି ବିଭିନ୍ନ ଦାବିକୁ ନେଇ ୧୪ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ସଂଘର ସଦସ୍ୟମାନେ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ କରିବେ ବୋଲି ଜଣାଇଛନ୍ତି। ଏହା ସତ୍ୱେ ଦାବି ପୂରଣ ନ ହେଲେ ଆସନ୍ତା ଅଗଷ୍ଟ ପହିଲାରୁ ସାମୂହିକ ଛୁଟିରେ ଯିବେ ବୋଲି ଚେତବନୀ ଦେଇଛନ୍ତି। ସଂଘ ପକ୍ଷରୁ ଦାବି କରାଯାଇଛି ଯେ, ଗ୍ରାମ୍ୟ କୃଷି କର୍ମଚାରୀ ପଦବିର ନାମ ପରିବର୍ତ୍ତନ କରି କୃଷି ସଂପ୍ରସାରଣ ଅଧିକାରୀ କରାଯାଉ। ସେହିପରି ଗ୍ରେଡ ପେ ୨୦୦୦ ଟଙ୍କାରୁ ୪୨୦୦ ଟଙ୍କାକୁ ବଢ଼ାଇବା, ଗ୍ରାମ୍ୟ କୃଷି କର୍ମଚାରୀଙ୍କୁ ଚାକିରିକାଳ ମଧ୍ୟରେ ସର୍ବନିମ୍ନ ୩ ରୁ ୪ ଗୋଟି ପଦୋନ୍ନତି, ସାଧାରଣ ପ୍ରଶାସନ ବିଭାଗ ଦ୍ବାରା ଚୁକ୍ତିଭିତ୍ତିକ ବ୍ୟବସ୍ଥାର ବିଲୋପ ପରେ ୨୦୧୩ ମସିହା ପୂର୍ବରୁ ନିଯୁକ୍ତି ପାଇଥିବା ଗ୍ରାମ୍ୟ କୃଷି କର୍ମଚାରୀଙ୍କ ୬ ବର୍ଷ ଚୁକ୍ତିଭିତ୍ତିକ ସମୟକୁ ମୂଳ ଚାକିରିରେ ଗଣନା କରି ୬ ଇନକ୍ରିମେଣ୍ଟ ପ୍ରଦାନ, ପଞ୍ଚାୟତ ବା ବ୍ଲକ୍ରେ କାର୍ଯ୍ୟାଳୟ ସହ ସରକାରୀ କାମ ପାଇଁ କମ୍ପ୍ୟୁଟର ଓ ମୋବାଇଲ ଚାର୍ଜ ଖର୍ଚ୍ଚ ପ୍ରଦାନ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ଏହି ଦାବିକୁ ନେଇ ସଂଘର ସଭାପତି ଶରତ ଚନ୍ଦ୍ର ପ୍ରଧାନ ସଂପାଦକ ମାନଗୋବିନ୍ଦ ସାହୁଙ୍କ ସମେତ କର୍ମକର୍ତ୍ତାମାନେ କଣିହାଁ ବ୍ଲକ କୃଷି ଅଫିସ ଠାରେ ଉପସ୍ଥିତ ରହି କଳାବ୍ୟାଚେ ପରିଧାନ କରିଥିଲେ ।