ବିରୁପା ନଦୀରେ ବୁଡି ବିଏସଏଫ ଯବାନ ମୃତ

ଯାଜପୁର (ନି.ପ୍ର) – ଆଜି ପୂବାହ୍ନ ୧୧ ଟା ସମୟରେ ବିରୁପା ନଦୀର ତାଳୁଆ ପୋଲ ନିକଟ ଛନ୍ଦାରେ ଗାଧୋଉଥିବା ବେଳେ ବୁଡିଯାଇ ଜଣେ ବିଏସଏଫ ଯବାନଙ୍କର ମୃତ୍ୟୁ ଘଟିଛି । ଘଟଣାରୁ ଜଣାପଡିଛି ବରୀ ରାମଚନ୍ଦ୍ରପୁର ଥାନା ଅଧିନ ଧାରପୁର ଗ୍ରାମ ପଂଚାୟତ ନାଥପୁର ପଟଣା ଗ୍ରାମର କବିନ୍ଦ୍ର ପଣ୍ଡାଙ୍କ ପୁଅ ବିକାଶ ଚନ୍ଦ୍ର ପଣ୍ଡା(୩୬) । ଦୁଇଜଣ ସାଙ୍ଗ ସହିତ ନିକଟସ୍ଥ ବିରୁପା ନଦୀକୁ ଗାଧେଇବାକୁ ଯାଇଥିଲେ । କୈାଣସି କାରଣରୁ ଗୋଡ ଖସିଯିବାରୁ ବୁଡିଯାଇ ନିଖୋଜ ହୋଇଯାଇଥିଲେ । ବରୀ ଓ ବଡଚଣା ଦମକଳ ବାହୀନି ବହୁ ଖୋଜାଖୋଜି କରିଥିଲେ ମଧ୍ୟ କୈାଣସି ପତା ପାଇ ପାରିନ ଥିଲେ । ଘଟଣାସ୍ଥଳରୁ ୪ କିମି ଦୂର କମ୍ପଗଡ- ବେଣିପୁର ପୋଲ ନିକଟରୁ ସ୍ଥାନୀୟ ମତ୍ସ୍ୟଜୀବୀ ନିଖୋଜ ଯୁବକଙ୍କ ଉଦ୍ଧାର କରିଥିଲେ । ୧୦୮ ଆମ୍ଭୁଲାନ୍ସ ଯୋଗ ଯୁବଗକଙ୍କୁ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହ ଶବ ବ୍ୟବଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଯିବ ବୋଲି ଡାକ୍ତର କୈାସିକ ପାତ୍ର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

five + fifteen =