କାମର ମାସେ ହୋଇନି ହାତରେ ବାହାରୁଛି ପିଚୁ
ବାଲିଗୁଡା : କନ୍ଧମାଳ ଜିଲ୍ଲାରେ ସବୁ ଗ୍ରାମକୁ ରାସ୍ତା ନାହିଁ । ଗାଁକୁ ରାସ୍ତା ପାଇଁ ଅନେକ ଥର ଅଭିଯୋଗ ଓ ଦାବୀ ପରେ ବହୁ କଷ୍ଟରେ ଗ୍ରାମର ରାସ୍ତାକୁ ଆସୁଛି ଅନୁଦାନ ଓ ତାପରେ ତିଆରି ହୋଉଛି ରାସ୍ତା । ରାସ୍ତା ପାଇଁ ଅନୁମତି ଓ ରାସ୍ତା କାମ ଆରମ୍ଭ ହୋଇଗଲେ ଅଂଚଳବାସୀ ଖୁସି ଅନୁଭୁତି କରନ୍ତି ଓ ରାସ୍ତା ପାଇଁ ଅନେକ ସମସ୍ୟାର ବାଟ ଫିଟିବ ଭାବିଥାନ୍ତି । କିନ୍ତୁ କିଛି ଅସାଧୁ ଠିକାଦାର ଏବଂ ବିଭାଗୀୟ ଯନ୍ତ୍ରୀ ମାନଙ୍କ ସ୍ୱାର୍ଥ ଓ ମଧୁଚନ୍ଦ୍ରିକା ଯୋଗୁଁ ଆସିଥିବା କାମ ପାଇଁ ବାଟମାରଣା ହୁଏ ଓ ରାସ୍ତା କାମ ନିମ୍ନମାନର ହୋଇଯାଏ । ଏହିଭଳି ଏକ ରାସ୍ତା ଦେଖିବାକୁ ମିଳିଛି ବାଲିଗୁଡା ବ୍ଲକ ସିନ୍ଦ୍ରିଗାଁ ପଂଚାୟତର ବ୍ଲଦୁ ଛକ ଠାରୁ ମାଣିକୁଟି ଓ ସଲଗପଦର ରାସ୍ତା ହୋଇଛି ପିଚୁ ରାସ୍ତା ଏହି ରାସ୍ତା ବାଲିଗୁଡା ଗ୍ରାମ୍ୟଉନ୍ନୟନ ବିଭାଗ ଦ୍ୱାରା କରାଯାଇଛି ।ଏହି ଦୁର୍ଗମ ଅଂଚଳରେ ବ୍ୟାପକ ଦୁର୍ନିତି ହୋଇଥିବା ଅଭିଯୋଗ ହୋଇଛି ।ମାସ ତଳେ ହୋଇଥିବା କାମ ବର୍ତମାନ ଅବସ୍ଥା ଖରାପ । ଏହି ରାସ୍ତାରେ ଆବଷ୍ୟକ ପରିମାଣରେ ପିଚୁ ପଡିନାହିଁ ।ଯାହାଫଳରେ ରାସ୍ତାରୁ ପିଚୁ ଉଠିଯାଉଛି ଓ ରାସ୍ତା ଫାଟିବାକୁ ଲାଗିଲାଣି । ଗୋଟିଏ ଟ୍ରାକ୍ଟର କିମ୍ବା ଅନ୍ୟ ଗାଡି ଗଲେ ରାସ୍ତା ଦବିଯାଉଛି ।ରାସ୍ତାର ଉଭୟ ପାଶ୍ୱର୍ରୁ ମାଟି ଖସିବାକୁ ଲାଗିଲାଣି । ହାତ ମାରିଲେ ପିଚୁ ଉଠିଯାଉଛି,ହାତରେ ଆଡେଇଲେ ପିଚୁ ଉଠିଯାଉଛି ।ଏହି କାମଟି ୩୯ଲକ୍ଷ ଟଙ୍କା ବ୍ୟୟଅଟକଳରେ ରାସ୍ତା ନିର୍ମାଣ ହୋଇଛି । ଗାଗା କହଁର,ରିପୁ କହଁର, ଲୁସାଲି କହଁର, ବାସନ୍ତି କହଁର,ରନିତି କହଁର,ପଦ୍ମାବତୀ କହଁର,ମନେ କହଁର,ବୁବୁ କହଁର,ବିନୟ କହଁର ଓ ଅନେକ ଅଂଚଳବାସୀ କହିଛନ୍ତି ଯେ ଆମେ ବହୁୁ କଷ୍ଟରେ ଅନେକ ଥର ଦାବୀ ପରେ ରାସ୍ତା କାମ ଆସିଲା କିନ୍ତୁ ଠିକାଦାର ଏହାକୁ ଅତି ନିମ୍ନମାନର କାମ କରିଛନ୍ତି ଗାଡିର ଚକା ବାଜିଲେ ରାସ୍ତାରୁ ପିଚୁ ଉଠିଯାଉଛି ଯାହାକି ଆମକୁ ଦୁଃଖ ଲାଗୁଛି । ଏହାକୁ ନେଇ ସିନ୍ଦ୍ରିଗାଁ ପଂଚାୟତର ସରପଂଚ ରଘୁନାଥ ମଳିକ କହିଛନ୍ତି ଯେ ଏହି ରାସ୍ତା କାମ ଅତିନିମ୍ନ ମାନର ହୋଇଛି ଓ ଅତି କଦର୍ଯ୍ୟ କାମ ହୋଇଛି ତେଣୁ ଏହାକୁ ନେଇ ଅଧିକାରୀ ମାନେ ରାସ୍ତା ଦେଖି ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବା ସହ ରାସ୍ତାକୁ ପୁର୍ଣ୍ଣବାର କରିବାକୁ କହିଛନ୍ତି । ଏହି ରାସ୍ତା ଉପରେ ସିନ୍ଦ୍ରିଗାଁ ପଂଚାୟତର ୬ଟି ଗାଁ ଯଥା ମହାଶିଙ୍ଗପାଙ୍ଗା, ସଲଗପଦର,ମାଣିକୁଟି,ଡଲାମିଲା ଆଦି ଗ୍ରାମ ନିର୍ଭର କରନ୍ତି । ଏହି ଗ୍ରାମ ମାନଙ୍କୁ ରାସ୍ତା ନଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ଏହି ଅଂଚଳବାସୀ କିନ୍ତୁ ରାସ୍ତା କାମ ହୋଇଗଲା ତାହା ପୁଣି ଏହିଭଳି ନିମ୍ନ ମାନର ତାକୁ ଦେଖି ଅଂଚଳବାସୀ ମନକଷ୍ଟ କରୁଛନ୍ତି । ଏହାକୁ ନେଇ ଗ୍ରାମ୍ୟ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ମତପ୍ରକାଶ କରିନାହାନ୍ତି । ଏହାକୁ ନେଇ ଉଚ୍ଚ ଅଧିକାରୀମାନେ ନଜର ଦେଇ ତଦନ୍ତ କରିବାକୁ ଦାବୀ କରୁଛନ୍ତି ଅଂଚଳବାସୀ ।