ଟାଟା ଆନ୍ଦୋଳନ ସମୟରେ ପୋଲିସ ଅଧିକାରୀଙ୍କୁ ହତ୍ୟା ଘଟଣା

ପୂର୍ବତନ ବିଧାୟକ ଙ୍କ ସହ ୧୩ ଜଣକୁ ୨୦ବର୍ଷ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର : ଗୋପାଳପୁର ଟାଟା ପ୍ରକଳ୍ପକୁ ବିରୋଧ କରି ଆନ୍ଦୋଳନ କରିବା ସମୟରେ ଜଣେ ପୋଲିସ ଅଧିକାରୀଙ୍କୁ ବୋମାମାଡ କରାଯାଇ ହତ୍ୟା କରାଯାଇଥିବା ଘଟଣା ।୨୫ ବର୍ଷ ତଳର ଟାଟା କମ୍ପାନୀ ପାଇଁ ଜମି ଅଧିଗ୍ରହଣ ବେଳେ ଗଞ୍ଜାମ ଜିଲ୍ଲାର  ପୋଲିସ ରିଜର୍ଭ ଇନ୍ସପେକ୍ଟର ବିନୋଭା ମେହରଙ୍କୁ ବୋମାମାଡ କରାଯାଇ  ହତ୍ୟା କରାଯାଇଥିଲା ।  ଯେଉଁଥିରେ ଛତ୍ରପୁରର ପୂର୍ବତନ ବିଧାୟକ ଏନ୍.ନାରାୟଣ ରେଡି ଙ୍କ ସମେତ ମୋଟ ୨୪ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ଆଜି ମାମଲାର ଶୁଣାଣି ହୋଇଥିଲା ,ଏଥିରେ ପୂର୍ବତନ ବିଧାୟକ ଏନ ନାରାୟଣ ରେଡିଙ୍କ ସହ ୧୩ଜଣଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ବ୍ରହ୍ମପୁର ଏଡିଜେ-୩ ରାଜ କୁମାର ଦାସ । କୋର୍ଟରୁ କଡ଼ା ସୁରକ୍ଷା ଭିତରେ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲକୁ ପଠାଇଦିଆଯାଇଛି। ମକଦ୍ଦମା ପରିଚାଳନା କରୁଥିବା ସ୍ୱତନ୍ତ୍ର ପିପି ନିରଞ୍ଜନ ପାଢ଼ୀ ଏହି ସୂଚନା ଦେଇଛନ୍ତି। ଦୋଷୀଙ୍କ ଭିତରେ ଜଣେ ପଖ୍ୟାଘାତ ରୋଗୀ ଅଛନ୍ତି।

Leave A Reply

Your email address will not be published.

seventeen − 2 =