ଅସ୍ୱାସ୍ଥ୍ୟକର ପରିବେଶରେ ଚାଲିଛି ଭୁଇଁପୁର ହାଟ

ଚମ୍ପୁଆ : ଚମ୍ପୁଆ ନିୟନ୍ତ୍ରିତ ବଜାର କମିଟି ଅଧିନରେ ରହିଥିବା ଭୁଇଁପୁର ସପ୍ତାହିକ ହାଟର ଅବସ୍ଥା ଦିନକୁ ଦିନ ଦୟନୀୟ ହୋଇପଡିଲାଣି । ବୁଧବାର ହେଉଥିବା ଏହି ସାପ୍ତାହିକ ହାଟର ପରିବେଶ ବିଗିଡିବାରେ ଲାଗିଛି । କିଛି ଦିନ ତଳେ ଏକ ପୁରାତନ ଆମ୍ବ ଗଛ ଉପୁଡି ଛାଉଁଣି ଭାଙ୍ଗି ଦେଇଥିଲେ ମଧ୍ୟ ତାହା ବର୍ତମାନ ସୁଧା ମରାମତି ହୋଇପାରି ନାହିଁ । ଏପରିକି ଅନ୍ୟ ଦ୍ରବ୍ୟ ବିକ୍ରି ପାଇଁ ହାଟକୁ ଆସୁଥିବା ଚାଷୀ ମାନଙ୍କ ପାଇଁ ବିଭାଗ ପକ୍ଷରୁ ଉଚିତ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ପନିପରିବା ବିକ୍ରି ପାଇଁ ଉଦିଷ୍ଠ ପିଣ୍ଡି ଉପରେ ଗଛ ଉଠି ଯାଇଥିବା ବେଳେ ପିଣ୍ଡିର ଛାଉଁଣି ଉପରେ ମଧ୍ୟ ଗଛ ଉଠିଯାଇଥିବା ଦେଖିବାକୁ ମିଳିଛି । ଫଳରେ ସାଂପ୍ରତିକ ପରିସ୍ଥିତିରେ ସାପ କାମୁଡା ଏକ ପ୍ରମୁଖ ଘଟଣା ଭାବେ ଉଭା ହୋଇଥିବା ବେଳେ ଏଥିପ୍ରତି ବିଭାଗୀୟ ପଦକ୍ଷେପ ଅତ୍ୟାଵଶୀକ୍ୟ ହୋଇପଡିଛି । ଏହି ଅସ୍ୱାସ୍ଥ୍ୟକର ପରିବେଶ ପାଇଁ ଚାଷୀ ମାନେ କଷ୍ଟ ଭୋଗୁଥିବା ଦେଖିବାକୁ ମିଳିଛି । ଏ ନେଇ ନିୟନ୍ତ୍ରିତ ବଜାର କମିଟି ସଂପାଦକ ଦିଗାମ୍ବର ପ୍ରଧାନଙ୍କୁ ପଚାରିବାରୁ କହିଛନ୍ତି ଏ ସମସ୍ୟା ବିଷୟରେ ମୁ ଅବଗତ ଅଛି । ଲଗାଣ ବର୍ଷା ଫଳରେ ଏହି ପରିସ୍ଥିତି ଉପୁଜିଥିବା ବେଳେ ଏଥିପାଇଁ ୨ ଦିନ ମଧ୍ୟରେ ପଦକ୍ଷେପ ଗ୍ରହଣ କରାଯାଇ ସୁଚାରୁ ରୁପେ ସପ୍ତାହିକ ହାଟ ପରିଚାଳନା କରାଯିବ ।

Leave A Reply

Your email address will not be published.

fourteen − 8 =