ଅଭିଯାନ”ମୁଁ ବି ମିତା” ଉଦଘାଟିତ

ନବରଙ୍ଗପୁର : ସୁଦୃଢ ଗଣତନ୍ତ୍ର ସୁସ୍ଥ,ସବଳ ରାଷ୍ଟ୍ର। ଗଣତନ୍ତ୍ର ର ମହାସ୍ରୋତ ରେ ପ୍ରତ୍ୟେକ ନାଗରିକ ଏବଂ ବିଶେଷ କରି ଯୁବ ଭୋଟର ଯେଉମାନଙ୍କର ବୟସ 18 ବର୍ଷ ସେମାନେ କିପରି ଏଥିରେ ସାମିଲ ହୋଇ ନିର୍ବାଚନ ରେ ନିଜର ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିବାରେ ସକ୍ଷମ ହୋଇପାରିବେ ସେସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ “ମୁଁ ବି ମିତା ” ଅଭିଯାନ ର ଏକ ସଚେତନତା ଶୋଭାଯାତ୍ରା ଡକ୍ଟର ଭୀମ ରାଓ ଆମ୍ବେଦକର ଛକ ରୁ ବାହାରି ମିଶନ ଶକ୍ତି ସଭା ଗୃହ ପର୍ଯ୍ୟନ୍ତ ପରିକ୍ରମା କରିଥିଲା।ଏହି ଶୋଭାଯାତ୍ରାରେ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଯୋଗଦେଇ ଏହି ଅଭିଯାନ ର ଶୁଭ ଉଦ୍ଘାଟନ କରିଥିଲେ । ଏଥିରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ବର ଚନ୍ଦ୍ର ନାୟକ, ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ଡେପୁଟି ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ନବରଙ୍ଗପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଭାସ୍କରନାଥ ବିଶ୍ଵାଳ,ବିଭିନ୍ନ ବିଭାଗୀୟ ଅଧିକାରୀ, ବିଦ୍ୟାଳୟ, ମହାବିଦ୍ୟାଳୟର ଶିକ୍ଷକ,ଶିକ୍ଷୟିତ୍ରୀ,ଛାତ୍ର ଛାତ୍ରୀ ପ୍ରମୁଖ ଯୋଗଦେଇ ” ମୁଁ ବି ମିତା” ଅଭିଯାନର  ସ୍ଲୋଗାନ୍ ଦେଇ ସହର ପରିକ୍ରମା କରିଥିଲେ। ଏହି ଅବସରରେ ମିଶନ ଶକ୍ତି ସଭା ଗୃହରେ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲାପାଳ ଡଃ ମିଶ୍ର ସମସ୍ତଙ୍କୁ ସ୍ଵାଗତ ଓ ଶୁଭେଚ୍ଛା ଜଣାଇ  “ମୁଁ ବି ମିତା” ଅଭିଯାନର ଆଭିମୁଖ୍ୟ ସମ୍ପର୍କରେ ଉଲ୍ଲେଖ ଏକ ସୁଦୃଢ଼ ଗଣତନ୍ତ୍ର ର ପ୍ରତୀକ ହେଉଛି ସୁସ୍ଥ ସବଳ ରାଷ୍ଟ୍ର। ଗଣତନ୍ତ୍ର ର ମହାସ୍ରୋତ ରେ ସମସ୍ତ ନାଗରିକ ଏବଂ ବିଶେଷ କରି ଯୁବ ଭୋଟର ଯେଉଁ ମାନଙ୍କର ବୟସ 18 ବର୍ଷ ସେମାନେ କିପରି ସାମିଲ ହୋଇ ନିଜର ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିପାରିବେ ସେସମ୍ପର୍କରେ ଆଲୋକପାତ କରିଥିଲେ। ନୂତନ ଭୋଟର ତାଲିକାରେ କିପରି ନିଜର ନାମ ପଞ୍ଜୀକରଣ କରି ପାରିବେ ସେ ସମ୍ପର୍କରେ ସମସ୍ତ ବିଦ୍ୟାଳୟ,ମହାବିଦ୍ୟାଳୟ ସ୍ତରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଜିଲ୍ଲାପାଳ ଡଃ ମିଶ୍ର ପରାମର୍ଶ ଦେଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ, ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ଡେପୁଟି କଲେକ୍ଟର ଦୁର୍ଯ୍ୟୋଧନ ଭୋଇ,ଅଧ୍ୟକ୍ଷ ନବରଙ୍ଗପୁର ମହାବିଦ୍ୟାଳୟ ଭାସ୍କର ନାଥ ବିଶ୍ବାଳ ଯୋଗଦେଇ ଏହି ଅଭିଯାନ ର ସଫଳ ରୂପାୟନ କିପରି ହୋଇ ପାରିବ ସେ ସମ୍ପର୍କରେ ଆଲୋକପାତ କରିଥିଲେ। ଶେଷରେ ଡେପୁଟି କଲେକ୍ଟର ଶ୍ରୀ ଭୋଇ ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ।

Leave A Reply

Your email address will not be published.

2 × 3 =