ମାଲକାନଗିରି : ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ଷ୍ମୀ ଯୋଜନାରେ ମାଲକାନଗିରି ଜିଲ୍ଲାକୁ ଅନୁର୍ଭୁକ୍ତ କରିବା ପରେ, ଜିଲ୍ଲାରେ ପହଞ୍ଚିଛି ମୋଟ ୧୫ଟି ବସ୍। ଲକ୍ଷ୍ମୀ ଯୋଜନାରେ ଅନ୍ତର୍ଭୁକ୍ତ ବସ୍ ଗୁଡ଼ିକ ପଞ୍ଚାୟତ ସ୍ତରରୁ ବ୍ଲକ ଏବଂ ସହରକୁ ଗଢ଼ିବାର ଯୋଜନା ସରକାର ରଖିଛନ୍ତି। ତେବେ ଆଜି ୩୬ ଟି ବସ୍ ମଧ୍ୟରୁ ଜିଲ୍ଲାରେ ୧୫ଟି ବସ ପହଞ୍ଚି ସାରିଛି, ବାକି ବସ୍ ଗୁଡ଼ିକ ଆସନ୍ତା ଦିନେ ଦୁଇ ଦିନ ଭିତରେ ଆସି ପହଞ୍ଚିବ ଯାହା ବିଶେଷ ସୂତ୍ରରୁ ଜଣାପଡିଛି।। ଏହି ଯୋଜନା ଯୋଗୁଁ ଜିଲ୍ଲାର ପ୍ରତି ବ୍ଲକ ସଦର ମହକୁମାଠାରୁ ପଞ୍ଚାୟତକୁ ଅତି ସହଜରେ ଯାତ୍ରା କରିପାରିବେ ସାଧାରଣ ଲୋକେ ଏନେଇ ଦାୟିତ୍ଵରେ ଥିବା ଇଞ୍ଜିନିୟର ବିଭୁ ପ୍ରସାଦ ତ୍ରିପାଠୀ ସୂଚନା ଦେଇଛନ୍ତି। ସମସ୍ତ ବସ୍ ଗୁଡ଼ିକ ଜିଲ୍ଲା ସଦରମହକୁମା ଷ୍ଟାଡିୟମ ଠାରେ ରଖାଯାଇଥିବା ବେଳେ ସମସ୍ତ ବସ୍ ଗୁଡ଼ିକ ଆସିବା ପରେ ଅକ୍ଟୋବର ୦୨ତାରିଖ ଗାନ୍ଧି ଜୟନ୍ତୀ ଦିନ ଓ.ଏସ.ଆର୍.ଟି.ସିର ରାଜ୍ୟ ମୂଖ୍ୟ ଏବଂ ଜିଲ୍ଲାର ଜିଲ୍ଲାପାଳଙ୍କ ଉପସ୍ଥିତିରେ ମୂଖ୍ୟମନ୍ତ୍ରୀ ଭିଡିଓ କନଫ୍ରନ୍ସସିଂ ମାଧ୍ୟମରେ ଉଦ୍ଘାଟନ କରିବେ ବୋଲି ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି ।