ମୌଳିକ ସମସ୍ୟା ସମାଧାନ ପାଇଁ ଦାବି

*ନ ହେଲେ ଭୋଟ ବର୍ଜନ ପାଇଁ ୨୨ ଖଣ୍ଡ ଗ୍ରାମବାସୀ ଙ୍କ ଚେତାବନୀ

 *ଚକଲାପଦର ପଂଚୟତର ୬ଟି ୱାର୍ଡ ବାସୀଙ୍କ ବିଭିନ୍ନ ସମସ୍ୟା ନେଇ ବୈଠକ ଲ

ଝରିଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚକଲାପଦର ପଂଚାୟତର ୨୨ଟି ଗ୍ରାମର ୬ଟି ୱାର୍ଡରେ ରହୁଥିବା ଲୋକ ମାନେ ବିଭିନ୍ନ ସମସ୍ୟା ନେଇ ବାହାରକରମରି ଠାରେ ଆଜି ଏକ ବୈଠକ କରିଥିଲେ। ପିତାମ୍ବର ଗୋପାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ୨୨ଟି ଗ୍ରାମର ୬ଟି ୱାର୍ଡରେ ଉପାନ୍ତ ଗ୍ରାମର ମୁଖ୍ୟ ଲୋକ ମାନେ ଉପସ୍ଥିତ ରହିଥିଲେ।ବିଶେଷ କରି ୨୨ଟି ଗ୍ରାମର ୬ଟି ୱାର୍ଡରେ ବିଭିନ୍ନ ସମସ୍ୟା ଘେରରେ ରହିଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ କରିଥିଲେ। 10ଟି ଗ୍ରାମର ୬ଟି ୱାର୍ଡରେ ଗ୍ରାମରେ ବିଦ୍ୟୁତ ସେବା ନଥିବା ବେଳେ ୭ଟି ଗ୍ରାମରେ ପାନୀୟ ଜଳ ସମସ୍ୟା ଲାଗି ରହିଥିବା ଅଭିଯୋଗ କରିଛନ୍ତି। ସେହିପରି ୧୫ ଟି ଗ୍ରାମରେ ରାସ୍ତା ନଥିବା ନେଇ ଅଭିଯୋଗ କରିଛନ୍ତି। ପଂଚାୟତର ନନ୍ଦନଚୂଆଁ ଗ୍ରାମରେ ପ୍ରଶାସନ ପକ୍ଷରୁ ନୂତନ ନଳକୂପ ଖନନ ହୋଇନଥିବା ବେଳେ ଜିତ୍ରୁପୋଡା,ଜାମକୋଟ,ଅଁଳାଝର,ଲଷ୍ମୀପୁର, କୁସୁମବାହଲ, ଘୁମରମୁଣ୍ଡା ଗ୍ରାମରେ ପ୍ରଶାସନ ପକ୍ଷରୁ ନଳକୂପ ଖନନ ହୋଇଥିବା ବେଳେ ପାନୀୟ ଉପଯୋଗୀ ନଥିବା ଅଭିଯୋଗ କରିଥିଲେ। ସେହିପରି ଜାମକୋଟ,ଜିତ୍ରୁପୋଡା,ଅଁଳାଝର,ଘୁମରମୁଣ୍ଡା,ଲଷ୍ମୀପୁର,ନନ୍ଦନଚୂଆ,କୁସୁମବାହଲ,ଚାର ଡଙ୍ଗରିଆପୋଡା,ରତାଲୁପଡା, ଟିକରପାଣି ଗ୍ରାମରେ ଆଜି ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ବିଦ୍ୟୁତ ସଂଯୋଗ ହୋଇନଥିବ ଅଭିଯୋଗ କରିଛନ୍ତି। ସେହିପରି ଭିତରକରମରି ଠାରୁ ବାଘପାଣି,ବାଘପାଣି ଠାରୁ ଅଁଳାଝର,ବାଘପାଣି ଠାରୁ ଜାମକୋଟ,ଜାମକୋଟ ଠାରୁ ଜିତ୍ରୁପୋଡା,ଭିତରକରମରି ଠାରୁ ସର୍ଗିପାଣି, ସର୍ଗିପାଣି ଠାରୁ ମରାଘାଟ,ଡାଇମାଲ ଠାରୁ ଘୁମରମୁଣ୍ଡା,ଡାଇମାଲ ଠାରୁ ଲଷ୍ମୀପୁର, ଗାଇବନ୍ଧା ଠାରୁ କୁସୁମବାହଲ, ଡକରିକୋଟ ଠାରୁ ଚାରଡଙ୍ଗରିପୋଡା,ଡକରିକୋଟ ଠାରୁ ରତାଲୁପଡା,ଜଡ଼ାଆମ୍ବ ଠାରୁ ସର୍ଗିପାଣି, କଂଗ୍ରା ଠାରୁ ପୋଡ଼ପାଣି,ଅଁଳାଝର ଠାରୁ ସୁନାଖଣ୍ଡି ପୋଡା,ଲହଣ୍ଡାସିଲ ଠାରୁ ମହୁଲକୋଟ ଗ୍ରାମକୁ ପ୍ରଶାସନ ପକ୍ଷରୁ ରାସ୍ତା ନଥିବା ଯୋଗୁଁ ଗ୍ରାମବାସୀ ମାନେ ଯାତାୟତରେ ସମସ୍ୟା ହେଉଥିବା ଅଭିଯୋଗ କରିଛନ୍ତି। ୬ ଟି ୱାର୍ଡ ର ମହିଳା ପୁରୁଷ ଯେଉଁମାନେ ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି ସେହି ବ୍ୟକ୍ତି ସମୂହ ୧୨,୧୫,୧୮,୨୦ କିମି ବାଟ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ପଡୁ ଛି। ଗାଡ଼ି ଭଡା କରି ଭତ୍ତା ଏବଂ ରାସନ୍ କାର୍ଡ ଚାଉଳ ଆଣିବାକୁ ପଡୁଛି। ୬ ଟି ୱାର୍ଡ ର ସମୁଦାୟ ଜନସଂଖ୍ୟା ୩,୨୦୦ ରୁ ଉର୍ଦ୍ଧ ରହିଥିବା ବେଳେ ୭୫୦ ରୁ ଉର୍ଦ୍ଧ ପରିବାର ରହୁଛନ୍ତି। ମୋବାଇଲ୍ ସେବା ରୁ ବଞ୍ଚିତ ଅଛନ୍ତି ଏହି ପଞ୍ଚାୟତ ର ୱାର୍ଡ ବାସୀ। ଫୋନ ଟାୱାର ନେଟୱର୍କ ନଥିବାରୁ ଗୁରୁତର ରୋଗୀ ଖବର ଦେବାରେ ଅସୁବିଧା ହେଉଛି। ରାସ୍ତା ସମସ୍ୟା ରହିଥିବାରୁ ପାଦ ଚଲା ଗାଁ ମାନଙ୍କରେ ଗର୍ଭବତୀ ମହିଳା ଏବଂ ଗୁରୁତର ରୋଗୀ ସେବା ଏବଂ ଆମ୍ବୁଲାନ୍ସ ସେବାରୁ ବଞ୍ଚିତ ହେଉଛନ୍ତି। ଇତ୍ୟାଦି ମୌଳିକ ସମସ୍ୟା କୁ ନେଇ ୬ ଟି ୱାର୍ଡ ମଧ୍ୟରେ ପ୍ରସାଦ ଭୁଞ୍ଜିଆ,ଲଛମନ ଭୁଞ୍ଜିଆ,ତ୍ରିପୁରା ମାଝୀ, ଧନମତି ହରିଜନ,ପୂର୍ଣ୍ଣମୀ ମାଝୀ, ଡୁମେରେ ମାଝୀ,ସମେତ ଗ୍ରାମବାସୀ ମଧ୍ୟରେ ରୁଦ୍ରଦେବ ପୂଜାରୀ,ଧନେଶ୍ଵର ଶବର ,ଫକୀର ହରିଜନ,ପିତାମ୍ବର ଜାନି,ଖଗେଶ୍ବର ମାଝୀ,ପର୍ସୁ ମାଝୀ ପ୍ରମୁଖ ସଭାରେ ଉପସ୍ଥିତ ଥିଲେ। ଆଗାମୀ ନିର୍ବାଚନରେ ଏସବୁ ସମସ୍ୟାର ସମାଧାନ ନହେଲେ ସମସ୍ତେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.

four × 5 =