ଜେଏସପି କାସିଆ ମାଇନ୍ସ ଦ୍ୱାରା ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆୟୋଜନ

ଯୋଡା : ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ‘ସ୍ୱଚ୍ଛ ଭାରତ ମିଶନ’ରେ ଯୋଗଦାନ ସ୍ୱରୂପ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି), କାସିଆ ମାଇନ୍ସ ଦ୍ୱାରା ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ‘ସ୍ୱଚ୍ଛତା ଅଭିଯାନ’ ଆୟୋଜିତ ହୋଇଥିଲା । କର୍ମଚାରୀ, ସେମାନଙ୍କ ପରିବାର ସଦସ୍ୟ, ସ୍ଥାନୀୟ ସରକାରୀ ଅଧିକାରୀ, ବିଦ୍ୟାଳୟ ଛାତ୍ର ଛାତ୍ରୀ ଏବଂ ନିକଟସ୍ଥ ଗ୍ରାମବାସୀ ବୃନ୍ଦ ଏଥିରେ ଅଂଶ ଗ୍ରହଣ କରିଥିଲେ । ୟୁନିଟ୍ ମୁଖ୍ୟ, ଶ୍ରୀ ପ୍ରମୋଦ କୁମାର ପାତ୍ର ଓ ମାନବସମ୍ଭଳ ବିଭାଗ ମୁଖ୍ୟ ଶ୍ରୀ ଆଶିଷ ରଞ୍ଜନ ମହାନ୍ତି, ସକାଳ ୭.୩୦ ଘଟିକା ସମୟରେ ପତାକା ଦେଖାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କମ୍ପାନୀର, ବରିଷ୍ଠ ଅଧିକାରୀ ଓ ଆଖପାଖ ଗ୍ରାମର ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।  ଏହି ‘ସ୍ୱଚ୍ଛତା ଅଭିଯାନ’ ମାଇନ୍ସ କଲୋନୀ ରୁ ଆରମ୍ଭ ହୋଇ କାସିଆ କ ଗ୍ରାମରେ ପହଂଚି, ଗ୍ରାମ ପରିସରରେ ସଫେଇ କାର୍ଯ୍ୟକ୍ରମ ପରେ, ଶିକ୍ଷକ ଓ ଛାତ୍ର ଛାତ୍ରୀମାନଙ୍କ ସହଯୋଗରେ ବିଦ୍ୟାଳୟ ପ୍ରାଙ୍ଗଣରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା | ପରେ ସେଠାରୁ କାସିଆ ଖ ଗ୍ରାମ ଅଭିମୁଖେ ଯାଇ, ଗ୍ରାମ ଓ ସେଠାରେ ଥିବା ବଡ ଦୁର୍ଗେଶ୍ୱର ମନ୍ଦିର ପ୍ରାଙ୍ଗଣ ଗ୍ରାମବାସୀଙ୍କ ସହଯୋଗରେ ସଫା କରାଯାଇଥିଲା | ୫୦୦ରୁ ଅଧିକ ବ୍ୟକ୍ତି ସ୍ୱଚ୍ଛତା ସମ୍ଭାଦ୍ଧିୟ ବିଭିନ୍ନ ସଚେତନତା ପ୍ଲାକାର୍ଡ଼ ଧରି ଓ ସ୍ଲୋଗାନ ଦେଇ ଏଥିରେ ଅଂଶ ଗ୍ରହଣ କରି ଦୀର୍ଘ ୩ କିଲୋମିଟର ଗ୍ରାମ ରାସ୍ତା, ମନ୍ଦିର ଓ ବିଦ୍ୟାଳୟ ପରିସର ସଫା କରିଥିଲେ | ମାନବ ସମ୍ବଳ ବିଭାଗର ଶ୍ରୀଚନ୍ଦ୍ରଶେଖର ମିଶ୍ର ଓ ସିଏସଆର ବିଭାଗର ଶ୍ରୀ ଯଦୁମଣି ମହନ୍ତଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଅଥିଲା | ଏହି ପଦକ୍ଷେପକୁ ପ୍ରଶଂସା କରି ୟୁନିଟ୍ ମୁଖ୍ୟ, ଶ୍ରୀ ପାତ୍ର କହିଛନ୍ତି, “ଆମ କର୍ମଚାରୀମାନଙ୍କ ଦ୍ୱାରା ଗାନ୍ଧୀ ଜୟନ୍ତୀ ଭଳି ଏକ ପବିତ୍ର ଦିନରେ ସ୍ୱଚ୍ଛତା କାର୍ଯ୍ୟକ୍ରମ, ସ୍ଥାନୀୟ ଜନସାଧାରଣ ଓ ସରକାରୀ ଅଧିକାରୀମାନଙ୍କ ସକ୍ରିୟ ଯୋଗଦାନରେ ଆୟୋଜନ ନିଶ୍ଚିତରେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଏହି ପ୍ରୟାସର ଉଦ୍ଦେଶ୍ୟ ହେଉଛି ପରିପାର୍ଶ୍ଵିକ ସ୍ୱଚ୍ଛତା ସମ୍ଭନ୍ଧରେ ସମାଜରେ ସଚେତନତା ସୃଷ୍ଟି କରିବା”

Leave A Reply

Your email address will not be published.

three × four =