ଓଡିଶା ସୀମାନ୍ତରେ ହାତିପଲ

* ବୋରେଇ ମୁଖ୍ୟ ରାସ୍ତା ଅତିକ୍ରମ କଲେ ହାତୀପଲ

*ସୀମାନ୍ତ ରେ ଭୟ ର ବାତାବରଣ

ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତରେ ରହିଥିବା ବୋରେଇ ମୁଖ୍ୟ ରାସ୍ତା ଉପରେ ଆଜି ଏକ ହାତୀପଲ ଅତିକ୍ରମ କରୁଥିବା ଦେଖିବାକୁ ମିଳିଥିଲା l ଆଜି ଅପରାହ୍ନରେ ପ୍ରାୟ ୩୦ରୁ ଉର୍ଧ ଗୋଟି ହାତୀ ଏହିି ରାସ୍ତା ପାର କରି ଖଲାରୀ ଜଙ୍ଗଲକୁ ପ୍ରବେଶ କରିଥିଲେ l ସୀମାନ୍ତରେ ଚଳପ୍ରଚଳ କରୁଥିବା ଏହିି ହାତୀପଲ ଓଡ଼ିଶାରେ ପ୍ରବେଶ କରିବାକୁ ଆଉ ମାତ୍ର ୬ କିଲୋମିଟର ବାଟ ରହିଥିବା ଜଣାପଡ଼ିଛି l ସୂଚନା ଅନୁଯାଇ କିଛି ଦିନ ବ୍ୟବଧାନ ପରେ ପୁଣି ଥରେ ଛତିଶଗଡ ହାତୀପଲ ଓଡ଼ିଶା ସୀମାନ୍ତରେ ପ୍ରବେଶ କରିବା ସମ୍ଭାବନା ରହିଛି | ଆଜି ପ୍ରାୟ ୩୦ ରୁ ଉର୍ଦ୍ଧ୍ବ ହାତୀଙ୍କୁ ନେଇ ଏକ ହାତୀପଲ ଓଡ଼ିଶା ରୁ ଛତିଶଗଡକୁ ଯାଉଥିବା ଜାତୀୟ ରାଜପଥକୁ ଅତିକ୍ରମ କରୁଥିବା ଦେଖିବାକୁ ମିଳିଥିଲା l ସେଠାରୁ ସେମାନେ ଖଲାରୀ ଜଙ୍ଗଲରେ ପ୍ରବେଶ କରିଥିବା ଜଣାପଡିଛି l ଅପରପକ୍ଷରେ ଏହି ଜଂଗଲ ଓଡ଼ିଶା ସୀମାନ୍ତକୁ ଲାଗି ରହିଥିବା ବେଳେ ହାତୀପଲ ମାତ୍ର ୬ କିଲୋମିଟର ଦୂରରେ ରହିଥିବା ଅନୁମାନ କରାଯାଉଛି l ତେବେ କୌଣସି ମୁହୂର୍ତ୍ତରେ ଏହି ହାତିପଲ ଓଡ଼ିଶାରେ ପ୍ରବେଶ କରିପାରେ ବୋଲି ଆଲୋଚନା ହେଉଛି l ମୁଖ୍ୟତଃ ସ୍ଥାନୀୟ ବ୍ଲକର ସୀମାନ୍ତ ଗ୍ରାମ ଗୁଡ଼ିକ ମଧ୍ୟରୁ ସମ୍ବଲପୁର, ସେମରଡିହି, ଛାପରପାଣି , ଚିଡ଼େଇପାଣି , ଗରଞ୍ଜୀ, ଲାଲଭଟରଲି ଓ କୁନ୍ଦେଇ ଆଦି ଅଂଚଳକୁ ଏହି ଜଂଗଲ ଲାଗି ରହିଥିବାରୁ ଆଗକୁ ହାତିପଲ ଏ ଅଂଚଳରେ ପ୍ରବେଶ କରିବାର ସମ୍ଭାବନା ରହିଛି | 

Leave A Reply

Your email address will not be published.

6 + 7 =