ଚିଠି ଭୋଟର ତାଲିକା ୨୦୨୪ ପ୍ରକାଶିତ

ଚୁଡାନ୍ତ ତ୍ରୁଟି ଶୂନ୍ୟ ତାଲିକା ପ୍ରସ୍ତୁତି ନେଇ ଉପଖଣ୍ଡ ପ୍ରଶାସନର ବୈଠକ

ଚମ୍ପୁଆ : ଚୁଡାନ୍ତ ଓ ତ୍ରୁଟି ଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନେଇ ଆଜି ଚମ୍ପୁଆ ଉପଜିଲ୍ଲାପାଳ ସୁକାନ୍ତ କୁମାର ମାଝୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚମ୍ପୁଆ ଓ ପାଟଣା ବିଧାନସଭା କ୍ଷେତ୍ରର ଵିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଓ କର୍ମକର୍ତ୍ତା ଯୋଗ ଦେଇଥିଲେ । ଏହି ଅବସରରେ ଚିଠା ଭୋଟର ତାଲିକା ୨୦୨୪ ସର୍ଵସାଧାରଣଙ୍କ ନିମନ୍ତେ ପ୍ରକାଶ କରାଯାଇଥିଲା । ତଥାପି ଯେଉଁ ଯୁବ ଭୋଟର ଓ ଅନ୍ୟମାନେ ଭୋଟର ତାଲିକାରେ ନାମ ପଂଜିକରଣ,ଭୋଟର ତାଲିକାରୁ ବାଦ ଏବଂ ସଂଶୋଧନ କରିଵାକୁ ଚାହୁଁଛନ୍ତି ସେମାନେ ଅକ୍ଟୋବର ୨୭ରୁ ଡିସେମ୍ବର ୯ ତାରିଖ ଭିତରେ ଏହି ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଅବଧିର ଫାଇଦା ନେଵାକୁ ଉପଜିଲ୍ଲାପାଳ ଶ୍ରୀ ମାଝୀ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ  ପରାମର୍ଶ ଦେଇଥିଲେ । ପ୍ରତିଟି ଭୋଟ ମୂଲ୍ୟବାନ। ପ୍ରତ୍ୟେକ ଭୋଟର ସେମାନଙ୍କ ମୂଲ୍ୟବାନ ମତାଧିକାରକୁ ସାଵ୍ୟସ୍ତ କରିଵାକୁ ନିଜ ନାମ ଭୋଟର ତାଲିକାରେ ସାମିଲ କରିବା ଜରୁରୀ । ଯୁବ ଭୋଟରମାନଙ୍କ ପଂଜିକରଣ ପାଇଁ ବର୍ଷରେ ଗୋଟିଏ ଯୋଗ୍ୟତା ସୂଚକ ବଦଳରେ ୪ଟି ଯୋଗ୍ୟତା ସୂଚକ ତାରିଖ ଯଥା -ଜାନୁଆରୀ-୧, ଏପ୍ରିଲ -୧,ଜୁଲାଇ-୧ ଏବଂ ଅକ୍ଟୋବର -୧, ଏବଂ ଅନଲାଇନ୍ ମାଧ୍ୟମରେ ଭୋଟର ତାଲିକାରେ ନାମ ପଂଜିକରଣ କରିପାରିବେ । ଏଥିପାଇଁ ଯୁବ ଭୋଟରମାନେ ଵିଏଲଓ ଏବଂ ପ୍ଲେ ଷ୍ଟୋରରୁ ଭୋଟର ଅନଲାଇନ ଆପ ଡାଉନଲୋଡ କରି  ଘରେ ବସି ପଂଜିକରଣ ପାଇଁ ଆବେଦନ କରିପାରିବେ । ଯୋଗ୍ୟ ଭୋଟରଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରାଇବା ଚିଠା ଭୋଟର ତାଲିକାକୁ ନେଇ ଯଦି କୌଣସି ବ୍ୟକ୍ତି ବିଶେଷ କିମ୍ବା ରାଜନୈତିକ ଦଳର ଆପତ୍ତି ଅଭିଯୋଗ ଥାଏ,ସେ ବିଷୟରେ ଅବଗତ କରାଇବା ଆଜିର ବୈଠକରେ ମୂଳ ଉଦ୍ଦେଶ୍ୟ  । ତାଲିକାରେ ନାମ ଯୋଗ ନିମନ୍ତେ ଫର୍ମ ନଂ -୬, ତାଲିକାରୁ ବାଦ୍ କିମ୍ବା ଅଭିଯୋଗ କରିବା ପାଇଁ ଫର୍ମ ନଂ -୭,ତ୍ରୁଟି ସଂଶୋଧନ, ସ୍ଥାନାନ୍ତରଣ,ଫଟୋ କିମ୍ବା ମୋବାଇଲ୍ ନମ୍ବର୍ ପେଷ୍ଟ କରିଵା ନିମନ୍ତେ ଫର୍ମ ନଂ -୮ ରେ ଆବେଦନ କରିପାରିବେ । ଏଠାରେ ସୂଚନାଯୋଗ୍ୟ କି ଚମ୍ପୁଆ ବିଧାନସଭା କ୍ଷେତ୍ରର ୧୦ଟି ପୁଲିଂ ଵୁଥ୍ ଯଥା ଵଲାଣି, ବାମେଵାରି,ଡଡୁଆଁ,ଵିରିକଳା, ଗୋବିନ୍ଦପୁର,ମରସୁଆଁ, ରେଭେନ୍ସାପୁର ଏବଂ ରୁଗୁଡ଼ି ଆଦିରେ ଵେସରକାରୀ ବିଦ୍ୟାଳୟରେ ଥିଵା ଵୁଥ୍ ଗୁଡିକୁ ନିକଟସ୍ଥ ସରକାରୀ ବିଦ୍ୟାଳୟକୁ ପରିବର୍ତ୍ତନ କରାଯାଇଛି । ଏତଦବ୍ୟତୀତ ଵଡଵିଲ ମୁନିସପାଲଟିର ଵୁଥ୍ ନଂ ୯,୨୩,୨୭,୩୧,୪୦,୪୨ ଏବଂ ଯୋଡା ମୁନିସପାଲଟିର ଵୁଥ୍ ନଂ ୯୧,୯୪ ରେ ଯେଉଁ ଠାରେ ୧୫୦୦ ରୁ ଉର୍ଦ୍ଧ୍ବ ଭୋଟର ଅଛନ୍ତି ସେଠାରେ ଆଉ ଗୋଟିଏ ଅଧିକ ଵୁଥ୍ ଖୋଲିବା ପାଇଁ ଉପଜିଲ୍ଲାପାଳ ସୂଚନା ଦେଇଥିଲେ ।
ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଜିଲ୍ଲାପାଳ (ନିର୍ବାଚନ) ଶର୍ମିଷ୍ଠା ସାହୁ, ସହକାରୀ ଜିଲ୍ଲାପାଳ ଫୁରଲାରି ଵେସରା ଓ ସୁଜିତ କୁମାର ସ୍ଵାଇଁ, ନିର୍ବାଚନ ବିଭାଗର କର୍ମଚାରୀ,ଵିଭିନ୍ନ ରାଜନୈତିକ ଦଳର ପ୍ରତିନିଧି , କର୍ମକର୍ତ୍ତା ସାମ୍ବାଦିକ ବନ୍ଧୁମାନେ ଉପସ୍ଥିତ ଥିଲେ । 

Leave A Reply

Your email address will not be published.

fourteen + 17 =