ବିଦ୍ୟୁତ ସଂସ୍ପର୍ଷରେ ଆସି ନାବାଳକ ଗୁରୁତର


ଗଜପତି : ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗୁରାଣ୍ଡି ଗ୍ରାମସ୍ଥ ଗଜପତି ନଗର ଦେଇ ଯାଇଥିବା ଉଚ୍ଚ ସମ୍ପନ୍ନ ତଥା 33 କେଭି ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ନାବାଳକ ଜଣକ ଗୁରୁତର ହୋଇପଡିଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଗୁରାଣ୍ଡି ଗ୍ରାମସ୍ଥ ଗଜପତି ନଗରର ୟୁ.ଶ୍ୟାମ ସୁନ୍ଦର ରାଓ(15) ଏବଂ ତାଙ୍କ ସାଙ୍ଗସାଥି ଛାତ ଉପରେ ଚଢି ଖେଳୁଥିବା ସମୟରେ ଉକ୍ତ ଘରର ଛାତ ଦେଇ ଯାଇଥିବା ଉଚ୍ଚ ସମ୍ପନ୍ନ ବିଦ୍ୟୁତ ତାର ଟାଣି ନେଇଥିଲା । ଫଳରେ ଶ୍ୟାମ ସୁନ୍ଦର ଏହାର ସଂସ୍ପର୍ଷରେ ଆସି ଯାଇ ତାଙ୍କ ମୁହଁରେ ଗଭୀର ଆଘାତ ଲାଗିଥିବା ବେଳେ ଗୋଡ ପୋଡିଯାଇଛି । ତୁରନ୍ତ ତାଙ୍କୁ ତାଙ୍କ ପରିବାର ଲୋକେ ଓ ଗ୍ରାମବାସୀ ମାନେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ଅବସ୍ଥା ସଂକଟାପନ୍ନ ହୋଇଥିବାରୁ ତାଙ୍କୁ ଶ୍ରୀକାକୁଲମ ସ୍ଥାନାନ୍ତରିତ କରାଯାଇଛି । ପ୍ରକାଶ ଯେ, ଗୁରୁତର ଶ୍ୟାମ ସୁନ୍ଦର ଗୁରାଣ୍ଡି ସ୍ଥିତ ଏସକେସିଜି ହାଇସ୍କୁଲରେ ଅଧ୍ୟୟନ ରତ ଅଟନ୍ତି । ଦଶହରା ଛୁଟି ଥିବାରୁ ସ୍କୁଲ ବନ୍ଦ ରହିଛି । ଏଥି ଯୋଗୁଁ ସାଙ୍ଗମାନଙ୍କ ସହ ଖେଳୁ ଖେଳୁ ସାଙ୍ଗର ଘର ଛାତ ଚଢିଯାଇଥିଲେ । ଶ୍ୟାମସୁନ୍ଦର ଯେଉଁ ଛାତ ଉପରେ ଚଢି ବିଦ୍ୟୁତ ଆଘାତ ପାଇଥିଲେ ସେହି ଘରରେ ପୂର୍ବରୁ ମଧ୍ୟ ବିଦ୍ୟୁତ ଆଘାତ ଲାଗି ଜଣେ ମୃତ୍ୟୁବରଣ କରିଥିବାର ସୂଚନା ପ୍ରଦାନ କରିଛନ୍ତି ଗ୍ରାମବାସୀ । ଏହା ସହ ଦୁଇରୁ ତିନି ଜଣ ଏପରି ଏହି ଉଚ୍ଚ ସମ୍ପନ୍ନ ବିଦ୍ୟୁତ ସଂସ୍ପର୍ଷରେ ଆସି ଆଘାତ ହୋଇ ଅକର୍ମଣ୍ୟ ମଧ୍ୟ ହୋଇଥିବାର ପ୍ରକାଶ କରିଛନ୍ତି ।  ଏନେଇ ବିଦ୍ୟୁତ ବିଭାଗ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବାର ଜଣାଇଛନ୍ତି । ଜନବସତି ଆଡେ ନେଇଥିବା ବିଦ୍ୟୁତ ତାରକୁ ତୁରନ୍ତ ସ୍ଥାନାନ୍ତରିତ କରିବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ । ଯଦି ବିଭାଗ ପକ୍ଷରୁ କୌଣସି ବନ୍ଦୋବସ୍ତ ନ କରାଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଗୁରାଣ୍ଡି ଗ୍ରାମବାସୀ ।

Leave A Reply

Your email address will not be published.

18 + 7 =