ନିର୍ବାଚନ ସମୟରେ ନକ୍ସଲ ହିଂସା

 * ପୋଲିସ ଇନଫର୍ମର୍ ସନ୍ଦେହରେ ତିନି ଗ୍ରାମବାସୀଙ୍କୁ  ହତ୍ୟା

ନବରଙ୍ଗପୁର : ଆଗକୁ ଛତିଶଗଡରେ ବିଧାନସଭା ନିର୍ବାଚନ ରହିଛି। କିନ୍ତୁ ଏହା ପୂର୍ବରୁ ଛତିଶଗଡ କାଙ୍କେର ଜିଲ୍ଲା ରେ ନକ୍ସଲ ଉପଦ୍ରବ ଦେଖିବାକୁ ମିଳିଛି । ଗୋଟିଏ ପଟ ନିର୍ବାଚନୀ ହୱାରେ ଲୋକ ଉତ୍ସାହିତ ରହିଥିବାବେଳେ ଅନ୍ୟ ପକ୍ଷରେ ନକ୍ସଲଙ୍କ ଉପଦ୍ରବ ଦେଖି ଆତଙ୍କିତ କାଙ୍କେର ବାସି । ଘଟଣା ଅନୁସାରେ ଚାରି ଦିନ ପୂର୍ବରୁ ତିନିଜଣ ସାଧାରଣ ଲୋକଙ୍କୁ ପୋଲିସ ଇନ୍ଫର୍ମର ସନ୍ଦେହରେ ନକ୍ସଲମାନେ ଘରୁ ଉଠାଇ ନେଇ ଯାଇଥିଲେ । ଗତକାଲି  ସେମାନଙ୍କ ମୃତଦେହକୁ  ଗାଁ ମୁଣ୍ଡରେ ଫିଙ୍ଗି ଦେଇ ଚାଲିଯାଇଛନ୍ତି  । ଏଭଳି ଏକ ଘଟଣା ଘଟିଛି ନବରଙ୍ଗପୁର ଜ଼ିଲ୍ଲା ସୀମାନ୍ତ ଛତିଶଗଡର କାଙ୍କେର ଜିଲ୍ଲା ଅନ୍ତର୍ଗତ ଛୋଟେବେଠିଆ ଥାନା ଅଂଚଳରେ । ଅପରପକ୍ଷରେ ଗତକାଲି କାଙ୍କେର ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ରହିଥିଲା ।  ନିର୍ବାଚନ ସମୟରେ ଏଭଳି ଘଟଣା ଘଟିବା ପୋଲିସର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତ ଠାରୁ ପ୍ରାୟ ୬୦ କିଲୋମିଟର ଦୂରରେ ଅବସ୍ଥିତ ଛତିଶଗଡର କାଙ୍କେର ଜିଲ୍ଲା ଅନ୍ତର୍ଗତ ମୁର୍ଖେଣ୍ଡି ଗ୍ରାମର ତିନିଜଣ ବ୍ୟକ୍ତିଙ୍କୁ ଗତ ଚାରି ଦିନ ପୂର୍ବେ ନକ୍ସଲ ମାନେ ଗ୍ରାମରୁ ଉଠାଇ ନେଇଥିଲେ । ତେବେ ଗତ କାଲି ସନ୍ଧ୍ୟାରେ ସେମାନଙ୍କୁ ହତ୍ୟା କରି ଗାଁ ମୁଣ୍ଡରେ ସେମାନଙ୍କ ମୃତଦେହ ଫିଙ୍ଗି ଦେଇ ଚାଲି ଯାଇଥିଲେ । ଗ୍ରାମବାସୀ ମାନେ ସେମାନଙ୍କ ମୃତଦେହକୁ ଏକ ଟ୍ରାକ୍ଟର ସାହାଯ୍ୟରେ ଛୋଟେବେଠିଆ ଥାନା ପରିସରକୁ ନେଇ ଯାଇଥିଲେ । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଏ ନେଇ ଛୋଟେବେଠିଆ ଥାନାରେ ଏକ ମାମଲା ଋଜ୍ଜୁ ହୋଇଛି । ତେବେ ଏପରି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି l

Leave A Reply

Your email address will not be published.

eighteen − 2 =