ବଙ୍ଗୀୟ ସମାଜର ସମସ୍ୟା ଖୁବ ଶୀଘ୍ର ହେବ ସମାଧାନ: ପ୍ରଣବ ପ୍ରକାଶ ଦାସ

ଉମରକୋଟ : ପୂର୍ବରୁ ରାଜ୍ୟ ସରକାର ଅନେକ ସମସ୍ୟା ସମାଧାନ କରିଛନ୍ତି କିନ୍ତୁ ବଙ୍ଗୀୟ ସମାଜର  ଯାହା କିଛି କିଛି ସମସ୍ୟା ରହିଛି ତାହା ଅତି ଶୀଘ୍ର ସମାଧାନ କରାଯିବ ବୋଲି ବିଜେଡ଼ିର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି। ଶ୍ରୀ ଦାସ କାଲି ରାତି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ନିକଟସ୍ଥ ୫୨ ନମ୍ବର ବଙ୍ଗୀୟ ଗ୍ରାମରେ ଅନୁଷ୍ଠିତ ହେଉଥିବା କାଳୀ ପୂଜାରେ ଉପସ୍ଥିତ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ବଙ୍ଗୀୟ ସମାଜର ଲୋକଙ୍କୁ ଉଦବୋଧନ ଦେଇ ଏହା କହିଛନ୍ତି। ଓଡିଶା ସରକାର ସୀମାନ୍ତ ଅଞ୍ଚଳର ବିକାଶକୁ ଗୁରୁତ୍ଵ ଦେଇଛନ୍ତି। ଯେହେତୁ ଏହି ଅଂଚଳଟି ସୀମାନ୍ତ ଅଞ୍ଚଳ ଏହାର ବିକାଶ ନବୀନ ପଟନାୟକଙ୍କର ପ୍ରାଥମିକତାରେ ରହିଛି ବୋଲି ଶ୍ରୀ ଦାସ କହିଛନ୍ତି। କାଲି ଶ୍ରୀ ଦାସ ୫୨ ନମ୍ବର ପହଞ୍ଚିବା ପରେ ବଙ୍ଗୀୟ ସମାଜର ଶହ ଶହ ପୁରୁଷ ଓ ମହିଳା ପୁଷ୍ପ ବର୍ଷା ଓ ବାଜା ବଜାଇ ସମ୍ବର୍ଦ୍ଧନ। ଜ୍ଞାପନ କରିଥିଲେ। ପ୍ରଥମେ ଶ୍ରୀ ଦାସ କାଳୀ ମାଙ୍କ ପ୍ରତିମୂର୍ତ୍ତି ନିକଟକୁ ଯାଇ ପୂଜାର୍ଚ୍ଚନା କରି ପରେ ଉପସ୍ଥିତ ଜନତାକୁ ସମ୍ବୋଧନ କରିଥିଲେ। ପୂଜା କମିଟି ସଭାପତି ମାନସ ଭୌମିକ ସ୍ବାଗତ ଭାଷଣ ପ୍ରଦାନ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ଝରିଗା ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, କେ ସି ସି ବ୍ୟାଙ୍କ ସଭାପତି ତଥା ଉମରକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ରାଜ୍ୟ ଉଠା ଜଳସେଚନ ନିଗମର ଉପଦେଷ୍ଟ। ପ୍ରମୋଦ କୁମାର ପାଢୀ, ଜିଲ୍ଲା ପରିଷଦର ଉପ ସଭାପତି ଲିପିକା ବାରୋଇ, ଉମରକୋଟ ବ୍ଳକ୍ ଅଧ୍ୟକ୍ଷା ସୁଶୀଳା ମାଝୀ, ଉମରକୋଟ ପୌରା ପରିଷଦର ଅଧ୍ୟକ୍ଷା ରାଧା ଭତ୍ର।, ରାଇଘର ବ୍ଲକ ଅଧ୍ୟକ୍ଷା ,ବିଜେଡିର ପୁର୍ବତନ ବିଧାୟକ ଓ ଜିଲ୍ଲା ବି ଜେ ଡି ମହିଳା ସଭାନେତ୍ରୀ ମଞ୍ଜୁଳା ମାଝୀ ପ୍ରମୁଖ ଉପସ୍ଥିତ ରହି ଉଦବୋଧନ ଦେଇଥିଲେ।

Leave A Reply

Your email address will not be published.

11 + 14 =