ଉଦଘାଟନ ସରିବା ସପ୍ତାହେ ପୁରିନାହିଁ, ପ୍ଲେଟ ଭାଙ୍ଗି ଡ୍ରେନରେ ପଶିଗଲା ସିମେଣ୍ଟ ବୋଝେଇ ଟ୍ରକ

ଉମରକୋଟ : ଉମରକୋଟ ସହର ପ୍ରାରମ୍ଭରେ ଆଇ ଲଭ ଉମରକୋଟ ସେଲଫି ପଏଣ୍ଟ ଉଦଘାଟନ ହୋଇ ସପ୍ତାହେ ହୋଇନାହିଁ, ଚାଳକ ଡ୍ରେନ ଉପରେ ପଡିଥିବା କଭର ପ୍ଲେଟ ଉପରେ ମାଲ ବୋଝେଇ ଟ୍ରକ ପାର୍କିଙ୍ଗ କରିବା ଯୋଗୁଁ ନୂତନ ଭାବେ ନିର୍ମାଣଧୀନ ଡ୍ରେନର କଭର ପ୍ଲେଟ ସବୁ ଭାଙ୍ଗିଗଲା।ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ୭ ଘଣ୍ଟା ସମୟରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଗାଡି ନଂ ସିଜି ୦ ୪ଏମ ଏକ୍ସ ୧୭୦୬ ରାଇପୁରରୁ ମାଲକାନଗିରି ଯାଉଥିଲା। ତେବେ ଟ୍ରକ୍ ଡ୍ରାଇଭର କୌଣସି କାରଣ ଯୋଗୁ ଶେଲଫି ପଏଣ୍ଟ ସମ୍ମୁଖରେ ନିର୍ମାଣ ହୋଇଥିବା ଡ୍ରେନ ଉପରେ ବାଇକ ପର୍କିଙ୍ଗ ପାଈଁ ପଡ଼ିଥିବା ପ୍ଲେଟ ଉପରେ ଟ୍ରକ ପର୍କିଙ୍ଗ ପାଈଁ ଚେଷ୍ଟା କରିବା ଯୋଗୁଁ ପ୍ଲେଟ ଭାଙ୍ଗିଯାଇ ଡ୍ରେନ ଭିତରେ ପଶି ଯାଇଥିଲା। ଖବର ପାଇ ପୌର ଅଧକ୍ଷ ରାଧା ଭତ୍ରା, ଉପାଧ୍ୟକ୍ଷ ସୁଧାଂଶୁ ଦାସ, ସହକାରୀ ଯନ୍ତ୍ରୀ ମନୋଜ  କୁମାର ପାତ୍ର, କନିଷ୍ଠ ଯନ୍ତ୍ରୀ ହିମାଂଶୁ ଭୁଷଣ ମହାନ୍ତି, ଓ ଅନ୍ୟ କର୍ମଚାରୀ ପହଞ୍ଚି ଘଟଣାର ସମାଧାନ ପାଇଁ ଚେଷ୍ଟା କରିଛନ୍ତି l

Leave A Reply

Your email address will not be published.

2 × 2 =