ସର୍ବଭାରତୀୟ କରାଟେ ଚମ୍ପିଆନସିପ-୨୦୨୩: କନିଷ୍ଠ ବିଭାଗରେ କେରଲା ଇଂରାଜୀ ବିଦ୍ୟାଳୟର ପ୍ରିୟାଂଶୀଙ୍କୁ ବ୍ରୋଞ ପଦକ

ଚମ୍ପୁଆ : ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଜାତୀୟ କରାଟେ ପ୍ରତିଯୋଗିତା -୨୦୨୩ କନିଷ୍ଠ ବର୍ଗରେ ସ୍ଥାନୀୟ କେରଲା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ରୀ ପ୍ରିୟାଂଶୀ ଖଣ୍ଡାୟତ ବ୍ରୋଞ ପଦକ ହାସଲ କରି ଅନୁଷ୍ଠାନ ତଥା ରାଜ୍ୟର ଗୌରବ ବୃଦ୍ଧି କରିଛନ୍ତି ।ଏବେ ସେ ଏ ଅନୁଷ୍ଠାନର ୭ମ ଶ୍ରେଣୀରେ ଅଧ୍ୟୟନରତ । ଏଠାରେ ସ୍ମରଣଯୋଗ୍ୟ କି ଜୋନ ସ୍ତରରେ ଚତ୍ମକାରୀ ଖେଳ ପ୍ରଦର୍ଶନ କରି ପ୍ରିୟାଂଶୀ ଜାତୀୟ ସ୍ତରକୁ  ମନୋନୀତ ହୋଇଥିଲେ । ଦିଲ୍ଲୀର ତାଲକୋଟରା ଷ୍ଟାଡିୟମ ଠାରେ ନଭେମ୍ବର ୧୮ ଓ ୧୯ ଦୁଇଦିନ ଧରି ଚାଲିଥିବା ଜାତୀୟ କରାଟେ ଚମ୍ପିୟାନସିପ -୨୦୨୩ ରେ ଅପୂର୍ବ କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କରି କନିଷ୍ଠ ବିଭାଗରେ ବ୍ରୋଞ ପଦକ ହାସଲ କରିଛନ୍ତି ପ୍ରିୟାଂଶୀ । ତାଙ୍କର ଏହି ଅନନ୍ୟ ସଫଳତା ପାଇଁ ବିଦ୍ୟାଳୟ ପରିସରରେ ଖୁସିର ମାହୋଲ ଖେଳାଇ ଦେଇଛି । ଏଥିପାଇଁ ବିଭିନ୍ନ ଆଡୁ ତାଙ୍କୁ ଶୁଭେଛାର ସୁଅ ଛୁଟିଲା ରେ ଲାଗିଛି । ପ୍ରିୟାଂଶୀଙ୍କ ଏହି ବିରାଟ ସଫଳତା ପାଇଁ ଅନୁଷ୍ଠାନର ଚେୟାରମେନ ଡ଼ଃ.ରାଜମୋହନ ପି.ଏସ,ସମ୍ପାଦିକା ଉମା ରାଜ ମୋହନ, ସେକେଣ୍ଡାରୀ ସ୍କୁଲର ଅଧ୍ୟକ୍ଷ ବି.କେ.ଭାରତୀ, ଡିଗ୍ରୀ କଲେଜ ଅଧ୍ୟକ୍ଷ ଡ଼ଃ.ଵି.ରାମାରାଜୁ, ସମସ୍ତ ଅଧ୍ୟାପକ/ଅଧ୍ୟାପିକା, କର୍ମଚାରୀ, ସାଙ୍ଗସାଥୀ ତାଙ୍କୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧିତ କରିବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । 

Leave A Reply

Your email address will not be published.

nine + 17 =