ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଜନ ଶୁଣାଣି ଶିବିର

ବ୍ୟାସନଗର : ବ୍ୟାସନଗର ସ୍ଥିତ କେ.ଏନ.ଡି.ଏ ସମ୍ମିଳନୀ ଗୃହରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଜନ ଶୁଣାଣି ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋରଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିବାବେଳେ ଜନଶୁଣାଣି ଶିବିର ଏକ ପ୍ରକୃଷ୍ଟ ମାଧ୍ୟମ ଓ ପ୍ରଶାସନ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଏକ ଉତ୍ତମ ସମ୍ପର୍କର ସେତୁ ବୋଲି କହିଥିଲେ l ଏହି ଜନଶୁଣାଣି  ଶିବିରରେ ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲ, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ ଅଶୋକ କୁମାର ବେହୁରିଆ, ଉପଜିଲ୍ଲାପାଳ ଗୋପୀନାଥ କୁଅଁର ସହକାରୀ ଜିଲ୍ଲାପାଳ, ସାଧାରଣ ଓ ବିବିଧ ଲକ୍ଷ୍ମୀପ୍ରିୟା ଦାସ, କୋରାଇ ବିଡ଼ିଓ ଅଶୋକ ମାଝୀ, ବ୍ୟାସନଗର ତହସିଲଦାର ଦେବାଶିଷ ରାଉତ, ଅଧିକ୍ଷକ ଯନ୍ତ୍ରୀ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଯାଜପୁର ଇଂ କ୍ଷେତ୍ରମୋହନ ସାହୁ, ଅଧିକ୍ଷଣ ଯନ୍ତ୍ରୀ କ୍ଷୁଦ୍ର ଜଳସେଚନ ସଞ୍ଜୟ କୁମାର ବେହେରା, ଅଧିକ୍ଷଣ ଯନ୍ତ୍ରୀ ଜଳସେଚନ ଜାରକା ଖଣ୍ଡ କାମଦେବ ଦାସ, ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣି, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଉଦୀପ୍ତ କୁମାର ତ୍ରିପାଠୀ, ପୌର ନିର୍ବାହୀ ଅଧିକାରୀ ତରୁଣ କୁମାର ମହାପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା ଶିବାଶିଷ ମହାରଣା, ସରକାରୀ ନିବନ୍ଧକ, ସମବାୟ ସମିତି ଶରତ ଚନ୍ଦ୍ର ମଲ୍ଲିକ, ବନ ଅଧିକାରୀ ଯାଜପୁର ରୋଡ଼, ସୁକିନ୍ଦା ନୀଳିମା ପ୍ରିୟଦର୍ଶିନୀ ନାୟକ, ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ରବିନ୍ଦ୍ରନାଥ ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ ଶରତ ଚନ୍ଦ୍ର ବେହେରା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମଞ୍ଜୁଲତା ନାୟକ,     ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର, ଜିଲ୍ଲା ଶ୍ରମ ଅଧିକାରୀ ସନ୍ତୋଷ କୁମାର ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ସ୍ଥରୀୟ ଅଧିକାରୀ ମାନେ ଯୋଗଦେଇ ଅଭିଯୋଗ ଶୁଣାଣିରେ ସହଯୋଗ କରିଥିଲେ l ଏହି ଅଭିଯୋଗ ପ୍ରକୋଷ୍ଠରେ ମୋଟ ୬୪ ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ତାମଧ୍ୟରୁ ୨୧ ଟି ଅଭିଯୋଗ ବ୍ୟକ୍ତିଗତ ଏବଂ ୨ ଟି ସମୂହ ଅଭିଯୋଗ ରହିଥିଲା l ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ପ୍ରଦାନ ନିମନ୍ତେ ୧୯ ଗୋଟି ଅଭିଯୋଗ ଥିବାବେଳେ ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ଚିଜିସା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ ଜନିତ ୧୮ ଟି ଅଭିଯୋଗ ରହିଥିଲା l ଶିବିର ପ୍ରକୋଷ୍ଠରେ ଜିଲ୍ଲାପାଳ ଶ୍ରୀ ରାଠୋର ୩୯ ଟି ଅଭିଯୋଗର ତୁରନ୍ତ ସମାଧାନ କରିଥିଲେ l ପଞ୍ଜିକୃତ ହୋଇଥିବା ଅଭିଯୋଗ ମଧ୍ୟରୁ ୪ ଗୋଟି ଅଭିଯୋଗର ଅଭିଯୋଗକରି ଅନୁପସ୍ଥିତ ରହିଥିଲେ l ପ୍ରକାଶ ଥାଉକି ନଭେମ୍ବର ମାସ ୨୮ ତାରିଖରେ ମଙ୍ଗଳବାର ଦଶରଥପୁର ବ୍ଲକ କାର୍ଯ୍ୟାଳୟ ଠାରେ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ପୂର୍ବାହ୍ନ ୧0 ଘଟିକା ଠାରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି l

Leave A Reply

Your email address will not be published.

5 × one =