ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ବିଜେପିର ଜନ ଆକ୍ରୋଶ ସମାବେଶ

ଚମ୍ପୁଆ : ଦୁର୍ନିତୀଗ୍ରସ୍ତ ଓ ଭ୍ରଷ୍ଟାଚାରୀ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଚମ୍ପୁଆ ଵିଜେପି ପକ୍ଷରୁ ଆଜି ଜନ ଆକ୍ରୋଶ ସମାବେଶ ଓ ବ୍ଲକ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସ୍ଥାନୀୟ ଶିବ ମନ୍ଦିର ପଡିଆ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମାକରି ଵ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରାରେ ବିଜେପି କାର୍ଯ୍ୟକର୍ତ୍ତାମାନେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଵିଭିନ୍ନ ନାରା ଦେଇଥିଲେ । କାର୍ଯ୍ୟାଳୟ ସାମନାରେ ଵିଜେପିର ବିଧାନସଭା କ୍ଷେତ୍ରର ଵର୍ଷିଆନ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡ଼ଃ.ମୁରଲୀ ମନୋହର ଶର୍ମାଙ୍କ ନେତୃତ୍ବରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ବିଜେପି ଉପ ସଭାନେତ୍ରୀ ସୁଶ୍ରୀ ସୁକେଶୀ ଓରାମ ଆଦିବାସୀଙ୍କ ଜମିକୁ ଶାଗ ମାଛ ଦରରେ ହଡ଼ପ କରି ସେମାନଙ୍କୁ ଦାଣ୍ଡର ଭିକାରୀ କରିବାକୁ ରାଜ୍ୟ ସରକାରଙ୍କ ନୀତିକୁ ବିରୋଧ କରିଥିଲେ । ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାଧାକାନ୍ତ ମହାନ୍ତ ରାଜ୍ୟ ସରକାରଙ୍କ ଉପରେ ଜନ ବିରୋଧି, ଦୁର୍ନୀତି ଓ ଭ୍ରଷ୍ଟାଚାର ଶାସନ ବିରୁଦ୍ଧରେ ଵର୍ଷିଵା ସହ ରାଜ୍ୟ ସରକାରଙ୍କୁ ପ୍ରବଳ ସମାଲୋଚନା କରିଥିଲେ   । ସେହିପରି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପସଭାପତି ପ୍ରକାଶ ମଲ୍ଲିକ ରାଜ୍ୟ ସରକାରଙ୍କ ଆବାସ ଯୋଜନା,ମନରେଗା, ପାଇଖାନା, ପାନୀୟ ଜଳ,ରାସନ୍ ଓ ଭତ୍ତା ପାଇଁ ଆସୁଥିବା ଅର୍ଥ ସଠିକ ଭାବେ ବିନିଯୋଗ ହେଉନଥିବା ବେଳେ ଵିନା ପିସିରେ କୌଣସି କାମ ହେଉନଥିବା ଅଭିଯୋଗ କରିଥିଲେ । କେନ୍ଦ୍ର ସରକାର ଗ୍ରାମାଞ୍ଚଳରେ ବିକାଶ ପାଇଁ ପର୍ଯ୍ୟାପ୍ତ ପରିମାଣର ଅର୍ଥ ପଠାଉଥିବା ବେଳେ ରାଜ୍ୟ ସରକାର ମନ୍ଦ ଉଦ୍ଦେଶ୍ୟ ରଖି ଅନୈତିକ ଭାବେ ନିଜ ଦଳର ବିଜେଡ଼ି ନେତା ଓ ଚାମଚାଙ୍କୁ ପୋଷିବା ପାଇଁ ଚଞ୍ଚକତା କରି ଟଙ୍କା ହଡପ କରୁଥିବା ଦୋଷାରୋପ କରିଥିଲେ । ଡ଼ଃ.ଶର୍ମା ରାଜ୍ୟରେ ବେବିନା,ପରି, ଇତିଶ୍ରୀ,ମମତା ଆଦି ଅନେକ ମହିଳାଙ୍କ ଉପରେ ହେଉଥିବା ବ୍ୟଭିଚାର ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଥିଲେ । ଏହାପରେ ବିଜେପିର ଏକ ପ୍ରତନିଧି ଦଳ ଏକ ଦାବି ପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଚମ୍ପୁଆ ବିଡ଼ିଓଙ୍କୁ ପ୍ରଦାନ କରିଥିଲେ । ଆଜିର ଏହି ସମାବେଶରେ ବିଧାନସଭା କ୍ଷେତ୍ରର ସମସ୍ତ ମଣ୍ଡଳର କାର୍ଯ୍ୟକର୍ତ୍ତାଏବଂ ଦୁଇ ହଜାରରୁ ଊର୍ଦ୍ଧ୍ବ କର୍ମୀ ଉପସ୍ଥିତ ଥିଲେ । 

Leave A Reply

Your email address will not be published.

ten − 2 =