ପାରାଦୀପରେ ମହତାବଙ୍କ ୧୨୫ତମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ

ପାରାଦୀପ : ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁ ପାରାଦ୍ଵୀପ ଆସିବା ପୂର୍ବରୁ ପାରାଦ୍ଵୀପ ଠାରେ ତାଙ୍କୁ ସ୍ୱାଗତ କରିବା ପାଇଁ ଛାତ୍ରଛାତ୍ରୀଙ୍କ ମହଲରେ ପ୍ରବଳ ଉତ୍କଣ୍ଠା ପ୍ରକାଶ ପାଇଛି । ଡଃ ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜୟନ୍ତୀ ଉତ୍ସବରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ରାଷ୍ଟ୍ରପତିଙ୍କ ପ୍ରତିଛବି ଚିତ୍ରାଙ୍କନ ପ୍ରତିଯୋଗିତା ବେଶ୍ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହି ଉତ୍ସବରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଅଙ୍କିତ ରାଷ୍ଟ୍ରପତିଙ୍କ ପ୍ରତିଛବିକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି । ମଧୁବନସ୍ଥିତ ଆମ୍ବେଦକର ଭବନ ପରିସରରେ ମଙ୍ଗଳବାର ଦିନ ଆୟୋଜିତ ମହତାବ ଜୟନ୍ତୀ କର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ଡା. କୁଳମଣି  ସାମଲ, ଓଡିଶା ଗ୍ରାମ୍ୟ ଉନ୍ନୟନ ବିଭାଗ ଅନ୍ତର୍ଗତ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ଉପଦେଷ୍ଟା   ସବିତା ମହାପାତ୍ର , ପାରାଦ୍ଵୀପ ପୌରପରିଷଦର ଅଧ୍ୟକ୍ଷ ବସନ୍ତ କୁମାର ବିଶ୍ଵାଳ ଅତିଥି ଭାବରେ ଯୋଗ ଦେଇ ଥିବାବେଳେ ବିଶିଷ୍ଟ ସ୍ତମ୍ବକାର ହିମାଂଶୁ ଆଚାର୍ଯ୍ୟ ଓ  ସାମ୍ବାଦିକ ଚିତ୍ତ ସ୍ୱାଇଁ ବକ୍ତା ଭାବେ ଯୋଗ ଦେଇଥିଲେ। ପାରାଦ୍ଵୀପ ନଦୀ ବନ୍ଦର ଓ ବୃହତ୍ ବନ୍ଦର ପରିକଳ୍ପନା ମହତାବ ଓ ବିଜୁବାବୁଙ୍କର ଓଡ଼ିଶା ବିକାଶ ର ସଙ୍ଗମ ସ୍ଥଳ ଥିଲା ।  ସମଗ୍ର ନୌବାଣିଜ୍ୟ ଇତିହାସରେ ପାରାଦ୍ଵୀପ ଆଜି ବେଶ୍ ପରିଚିତ ଲାଭ କରିଛି। ଆଧୁନିକ ଓଡ଼ିଶାର ନିର୍ମାତା ଭାବେ ଡଃ. ମହତାବ ଚିରସ୍ମରଣୀୟ । ଏହି ଉତ୍ସବରେ କମିଟି ଉପସଭlପତି ଅକ୍ଷୟ ରାଉତ ସଭାପତିତ୍ୱ କରିଥିବା ବେଳେ ସଭାପତି ନୃସିଂହ ନାରାୟଣ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ପୋୖରାଧକ୍ଷ ବସନ୍ତ ବିଶ୍ଵାଳ ରାଷ୍ଟ୍ରପତିଙ୍କ ପ୍ରତିଛବି ଅଙ୍କନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ । ଏହି ଅବସରରେ ଆୟୋଜିତ କବିତା ପାଠ ଉତ୍ସବରେ ହlରାମଣି ମହାପାତ୍ର, ପ୍ରେମଲତା ବାରିକ, ଧ୍ରୁବ ମହାପାତ୍ର, ରମେଶ ତ୍ରିପାଠି, ନୃସିଂହ ବାରିକ୍, ଆରତୀ ଦାସ , ମଧୁସ୍ମିତା ମହାନ୍ତି, ତୁଳସୀ ବରାଳ, ନିହlରିବlଳl ବାରିକ୍, ନିମାଇଁ ମହାପାତ୍ର, ଶ୍ୟାସୁନ୍ଦର ବେହେରା, ନଗେନ୍ଦ୍ର ସ୍ୱାଇଁ ପ୍ରମୁଖ  ଯୋଗ ଦେଇ କବିତା ପାଠ କରିଥିଲେ । ସହ ସଂପାଦକ ପ୍ରଶାନ୍ତ ରାଉତ ଧନ୍ୟବାଦ ଅର୍ପଣ କରିଥିବା ବେଳେ ପ୍ରଦୀପ ଜେନା , ପଦ୍ମନlଭ ଦାସ, ଭୀମସେନ୍ ବଳ ଉତ୍ସବ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Leave A Reply

Your email address will not be published.

fourteen − thirteen =