ହିରୋଇନ୍ ଭାବେ ନଜିର ଆସିବ ମାଲକାନଗିରି ଝିଅ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଝିଅ ଏବେ ସିନେମା ସୁଟିଂ ସେଟରେ। ତେଲୁଗୁ ଚଳଚ୍ଚିତ୍ରରେ ହିରୋଇନ୍ ଭାବେ ନିଜ ଅଭିନୟକୁ ଡେବ୍ବୁ କରିଛନ୍ତି “ମନିକା” ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି ୭୫ ନମ୍ବର ଗ୍ରାମରେ ମଧ୍ୟ ବିତ୍ତ ପରିବାରରେ ଏକ ମାତ୍ର ଝିଅ ହେଉଛି “ମନିକା ସମାଦ୍ଦାର” ମନିକା ଙ୍କ ପରିବାର କହିଲେ ବାପା, ମାଆ ଓ ବଡ଼ ଭାଇ ରହିଛନ୍ତି। ବାପା ଗୌତମ ସମାଦ୍ଦାର ପେଶାରେ ଜଣେ ଛୋଟ ବ୍ୟବସାୟୀ, ବଡ଼ ଭାଇ ହାଇଦ୍ରାବାଦରେ ଏକ ପ୍ରାଇଭେଟ୍ କମ୍ପାନୀରେ ଜଵ୍ କରନ୍ତି। ବେଙ୍ଗଲୀ ପରିବାରରୁ ବିଲୋଙ୍ଗ କରନ୍ତି ମନିକା, ମାଲକାନଗିରିଠାରେ ଏକ ଘରୋଇ ରେସିଡେନ୍ସିଆଲ କଲେଜ୍ରେ +୨ ପାଠ ଶେଷ କରିଥିଲେ ମନିକା। ପରେ ନିଜ ବଡ଼ ଭାଇଙ୍କ ସହିତ ହାଇଦ୍ରାବାଦ ଡ୍ୟାନ୍ସ ଶିଖିବା ପାଇଁ ପହଞ୍ଚିଥିଲେ ମନିକା। ତାଙ୍କର ଏଭଳି ଇଚ୍ଛା ଦେଖି,ତାଙ୍କ ବଡ଼ ଭାଇ ମନିକାଙ୍କୁ ହାଇଦ୍ରାବାଦର “ହାଇ- ଡ୍ୟାନ୍ସ ଷ୍ଟୁଡିଓ” ନାମକ ଏକ ଏକାଡେମୀରେ ଭର୍ତ୍ତି କରିଥିଲେ। ୨ ବର୍ଷ ସେଠାରେ ଡ୍ୟାନ୍ସ ଶିଖିଲେ ମନିକା। ପରେ ପରେ ତାଙ୍କର ନୃତ୍ୟର ଶୈଳୀ ଏବଂ ଛୋଟ ଛୋଟ ଅଭିନୟକୁ ଦେଖି ସର୍ଟ ମୁଭିରେ କାର୍ଯ୍ୟ କରିବା ପାଇଁ ଅଫର୍ ଆସିଥିଲା ଯାହାକୁ ସେ ଅଙ୍ଗେ ନିଭାଇ ଥିଲା। ତେବେ ବର୍ତ୍ତମାନ ମନିକା ସମାଦ୍ଦାର ହିରୋଇନ୍ ଏବଂ କାଲାକ ଶ୍ରୀନିବାସ ରାଓ ହିରୋ ଭାବରେ ନଜିର ଆସିବେ ଶ୍ରୀନିବାସ କ୍ରିୟେସନ୍ ନ୍ଦ୍ବାରା ନିର୍ମିତ ବ୍ୟାନରର ତେଲୁଗୁ ଚଳଚ୍ଚିତ୍ର “ଗାରାଗା” ଚଳଚ୍ଚିତ୍ରରେ ନଜିର ଆସିବେ। ଅନ୍ୟ ଜଣେ ହିରୋଇନ୍ ସୁନିତାକୁ ମଧ୍ୟ ଏହି ଚଳଚ୍ଚିତ୍ରରେ ଦେଖାଯିବ। ଆର. ଆର ଏବଂ ହୁଇନ୍ଦାଭି ସହିତ ଜଣାଶୁଣା ଏଭି ଫାନିରାମ (ତୁଫାନ) ଏହି ପ୍ରଜେକ୍ଟ ପାଇଁ ମେଗା ଫୋନ୍ ପରିଚାଳନା କରୁଛନ୍ତି। ଚଳଚ୍ଚିତ୍ରରେ ଡଃ ଚନ୍ଦଳୱଡ଼ା ହରିବାବୁ ,ରାମବାବୁ, ରାମସ୍ବମୀ ସହିତ ଅନେକ ନାମିଦାମୀ ଚେହେରା ସୁଟିଂ ସେଟରେ ରହିଛନ୍ତି। ବର୍ତ୍ତମାନ ବିଜିୟୱଡ଼ା ଅଞ୍ଚଳରେ ଏହି ଚଳଚ୍ଚିତ୍ର ର ସୁଟିଂ ଚାଲିଥିବା ବେଳେ, ସୁଟିଂ ସେଟରେ ରହିଛନ୍ତି ମନିକା। ପିଲାଟି ଦିନରୁ ନାଚ,ଗୀତ ସହିତ ଫିଲ୍ମ ରେ କାମ କରିବା ପାଇଁ ବହୁତ ଆଗ୍ରହ ରହିଥିଲା ମନିକାଙ୍କର। ଯେଉଁ ସ୍ବପ୍ନ ଏବେ ତାଙ୍କ ସାକାର ହେବାକୁ ଯାଉଛି। ତେବେ ଏହି ଚଳଚ୍ଚିତ୍ର ପ୍ରଥମେ ତେଲୁଗୁ ଏବଂ ହିନ୍ଦୀରେ ଖୁବଶିଘ୍ର ମୁକ୍ତିଲାଭ କରିବାକୁ ଯାଉଛି। ଆଦିବାସୀ ବହୁଳ ଉପାନ୍ତ ଜିଲ୍ଲା ମାଲକାନଗିରିରେ ଚାଷୀ ପରିବାରରୁ ଜନ୍ମଗ୍ରହଣ କରି, ପଡ଼ୋଶୀ ରାଜ୍ୟରେ ଯାଇ ନିଜର ପରିଚୟ ସୃଷ୍ଟି କରିବା ରାସ୍ତା ତାଙ୍କ ଜୀବନରେ ବଡ଼ କଷ୍ଟ ରହିଥିଲା। “ଗାରାଗା” ଚଳଚ୍ଚିତ୍ର ଟି ମୁକ୍ତିଲାଭ ପରେ ଭାରତବର୍ଷରେ ଲୋକେ ତାଙ୍କୁ ଚିହ୍ନିବେ। ବହୁ ସମୟରେ ଓଡ଼ିଶାର ଶେଷ ଜିଲ୍ଲା ଭାବରେ ପରିଗଣିତ ହୋଇଥିବା ମାଲକାନଗିରି ଜିଲ୍ଲା ପାଇଁ ଏବେ ଗର୍ବ ଓ ଗୌରବ ସାଜିଛନ୍ତି ମନିକା , ଜିଲ୍ଲାର ତାଙ୍କୁ ଏବେ ଶୁଭେଚ୍ଛାର ସୁଅ ଛୁଟୁଛି।

Leave A Reply

Your email address will not be published.

11 − three =