ବିକଶିତ ଭାରତ ସଂକଳ୍ପ ଯାତ୍ରା “ଶୁଭାରମ୍ଭ”

ଉମରକୋଟ : ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ପକ୍ଷରୁ ବଡଭରଣ୍ଡି ପଞ୍ଚାୟତ ସ୍ଥିତ ପୂଜାରୀଗୁଡା ଖେଳ ପଡିଆ ଠାରେ ଭାରତ ସରକାରଙ୍କ “ବିକଶିତ ଭାରତ ସଂକଳ୍ପ ଯାତ୍ରା “ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ସଂକଳ୍ପ ଯାତ୍ରା ରଥ ବଡଭରଣ୍ଡି ବଗା ପୂଜାରୀ ସହିଦ ସ୍ତମ୍ବ ନିକଟରେ ପହଞ୍ଚିଥିଲା ସ୍ମୃତି ସ୍ତମ୍ବରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା।ଜିଲାପାଳ ଏବଂ ଅନ୍ୟ ସମସ୍ତେ ସେହି ରଥକୁ ସ୍ୱାଗତ ସମ୍ବର୍ଦ୍ଧନା କରି ସଭା ସ୍ଥଳକୁ ନେଇଥିଲେ।ଏହି କାର୍ଯ୍ୟକ୍ରମ ଆସନ୍ତା ୫ତାରିଖ ପର୍ଯ୍ୟନ୍ତ ଚାଲିବ। ଗୁରୁବାର ଠାରୁ ପ୍ରତିଦିନ ଦୁଇଟି ଲେଖାଏଁ ପଞ୍ଚାୟତରେ କାର୍ଯ୍ୟକ୍ରମ କରାଯାଇ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ଓ ଏହାର ଲାଭ ବିଷୟରେ ଲୋକଙ୍କୁ ସଚେତନ କରାଯିବ।କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ସ୍କୁଲ ପିଲା ଓ ଅନ୍ୟମାନେ ୨୦୪୭ ମସିହା ସୁଦ୍ଧା ଦେଶକୁ ଏକ ବିକଶିତ ରାଷ୍ଟ୍ର ଭାବେ ଗଢିବାକୁ ସମସ୍ତେ ସଂକଳ୍ପ ନେଇଥିଲେ। ବିକାଶ ଭାରତ ସଂକଳ୍ପ ଯାତ୍ରା ବିଷୟରେ ୨୫୦୦ ରୁ ଉର୍ଦ୍ଧ ଭ୍ରାମ୍ୟ ମାଣ ଗାଡି ଦେଶର ପ୍ରତ୍ୟେକ ଅଞ୍ଚଳକୁ ଯିବ ଏବଂ କେନ୍ଦ୍ର ସରକାରଙ୍କ ଯୋଜନା ଗୁଡିକ ଓ ଏହାର ଲାଭ ବିଷୟରେ ଦେଶର ଶେଷ ଓ ଅନ୍ତିମ ବ୍ୟକ୍ତି ପର୍ଯ୍ୟନ୍ତ ପହଞ୍ଚାଇ ଲୋକଙ୍କୁ ସଚେତନ କରାଇବ। ଯାହା ଦ୍ୱାରା ହିତାଧିକାରୀ ମାନେ ଏହାର ଲାଭ ପାଇ ପାରିବେ ଏବଂ ଲୋକଙ୍କ ବିକାଶ ସହ ସାଧରଣ ବ୍ୟକ୍ତି ଏକତ୍ରିତ ଓ ଜାଗ୍ରତ ହୋଇପାରିବେ।ଏହି କାର୍ଯ୍ୟକ୍ରମରେ ଗ୍ରାମୀଣ ଆବାସ ଯୋଜନା,ଶିକ୍ଷା, ମହିଳା ଶିଶୁ ବିକାଶ,ପ୍ରାଣୀ ସମ୍ପଦ, ସ୍ୱାସ୍ଥ୍ୟ ବିଭାଗ, ଖାଦ୍ୟ ସୁରକ୍ଷା ଯୋଜନା, ଉଜ୍ବଲା ଯୋଜନା, ସ୍ୱଚ୍ଛ ଭାରତ ମିଶନ, କୃଷି ବିଭାଗ ପକ୍ଷରୁ ଷ୍ଟଲ ଲାଗିଥିଲା ଓ ଅଧିକାରୀମାନେ ହିତାଧିକାରୀଙ୍କୁ କେନ୍ଦ୍ର ସରକାରଙ୍କ ଯୋଜନା ଓ ଏହାର ଲାଭ ବିଷୟରେ ବୁଝାଇଥିଲେ। ଭାରତୀ କଳା ନିକେତନ ପକ୍ଷରୁ “ଧରତି କହେ ପୁକାର କେ” ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ସ୍କୁଲ ଓ କଲେଜରେ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା ଏଥିରେ କୃତି ପାଇଥିବା ୬ଜଣ ପିଲାଙ୍କୁ ପୁରସ୍କୃତ କରାଯାଇଛି ଏବଂ ୫ଜଣ ହିତାଧିକାରୀଙ୍କୁ ଉଜ୍ବଲା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଗ୍ୟାସ ବଣ୍ଟନ କରାଯାଇଛି।  ପ୍ରଧାନମନ୍ତ୍ରୀ ଆବାସ ଗୃହ ପାଇଥିବା ବ୍ୟକ୍ତି ମାନେ କେନ୍ଦ୍ରରେ ଥିବା ମୋଦି ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଏଥିରେ  ଉମରକୋଟ ବିଧାୟକ ପ୍ରତିନିଧି ଭାବେ ରାଜ୍ୟ ସମ୍ପାଦକ ରମେଶଚନ୍ଦ୍ର ସାହୁ,ବ୍ଲକ ଅଧକ୍ଷା, ସମିତି ସଭ୍ୟା ଗୌରୀ ମାଝୀ, ସରପଞ୍ଚ ଦୁର୍ଯ୍ୟଧନ ଗଣ୍ଡ, ନବରଙ୍ଗପୁର ଜିଲାପାଳ କମଳ ଲୋଚନ ମିଶ୍ର,ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ (PD) ଅନ୍ୟା ଦାସ ଓ ଉମରକୋଟ ବିଡ଼ିଓ ଏବଂ ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିବା ସହ ଭାଜପା ପକ୍ଷରୁ ଗୋପାଳ ପୂଜାରୀ,ବାସନ୍ତୀ ମାଝୀ,କମଲୁ ମାଝୀ,ନଗର ସାଧାରଣ ସମ୍ପାଦକ ପ୍ରଭାତ ନାୟକ,ଯୁବନେତା ମିଲୁ ପଣ୍ଡା, ସୀମାଞ୍ଚଳ ମଲ୍ଲିକ ପ୍ରମୁଖ ବହୁ କାର୍ଯ୍ୟକର୍ତା ଯୋଗଦେଇଥିଲେ । ଅନୁରୂପ କାର୍ଯ୍ୟକ୍ରମ ବଡ଼କୁମାରି ପଞ୍ଚାୟତରେ କରାଯାଇଥିଲା।

Leave A Reply

Your email address will not be published.

6 + twelve =