ବ୍ୟାସନଗରରେ ଇତିହାସ ରଚିଲା ଭସାଣି ଉତ୍ସବ ଓ କାଳି ମେଳଣ ଉତ୍ସବରେ ପାଞ୍ଚ ଲକ୍ଷରୁ ଅଧିକ ଦର୍ଶକ

ବ୍ୟାସନଗର  : ଯାଜପୁର ଜିଲ୍ଲାର  ବ୍ୟାସନଗର ଠାରେ ଚଳିତ ବର୍ଷ ଭସାଣି  ଓ ମେଳଣ ଉତ୍ସବ ମାହଲରେ ପାଞ୍ଚ ଲକ୍ଷ ଦର୍ଶକମାନଙ୍କ ମନକୁ ମୋହିଥିଲା ଏହି ଉତ୍ସବ, ଇତିହାସ ରଚିଛି l ବୁଧବାର ଥିଲା ବ୍ୟାସନଗରର ସହରର  ଜଗତ ଜନନୀ ମା କାଳୀଙ୍କ ମେଲାଣି ଉତ୍ସବ l ଏହି ସହରରେ  ୧୫ ଗୋଟି ପୂଜା ମଣ୍ଡପରେ ମା କାଳୀଙ୍କୁ ବିଭିନ୍ନ ବାଦ୍ୟ ବେଙ୍ଗଲୀ ମାଠିଆ  ନୃତ୍ୟ, ଅଘୋରୀ ନୃତ୍ୟ , ଷେଣ୍ଢ ଘୋଡା ନୂତ୍ୟ,  ଶିବ ତାଣ୍ଡବ, ଗୋପାଳ ଓଗାଳ ଓ ବିଭିନ୍ନ ନାଚ ସଂକ୍ରିତନ ଘଣ୍ଟ ବାଦ୍ୟ ପ୍ରମୁଖ ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରଦର୍ଶନ କରାଯାଇଥିଲା l ଦର୍ଶକମାନଙ୍କ ମନକୁ ମୁଗ୍ଧ କରିଥିଲା ଗୋପବନ୍ଧୁ ଚକ ଚୋରାଦା ବାଇ ପାସ ଓ ମେଳଣ ପଡିଆରେ ଦର୍ଶକମାନଙ୍କ ଭିଡ଼ ଜମିଥିଲା  । ଗୋପବନ୍ଧୁ ଛକଠାରୁ ମେଳଣ ପଡିଆ ପର୍ଯ୍ୟନ୍ତ ଦୁଇ କିଲୋମିଟର ପ୍ରସେସନରେ ମେଢ଼ ଗୁଡିକ ଯାଇ ମେଳଣ ପଡିଆରେ ପହଞ୍ଚିଥିଲେ । ସେଠାରେ ଚଣ୍ଡୀ କ୍ଲବ ପକ୍ଷରୁ ମେଳଣ ଉତ୍ସବ ଅନୁଷ୍ଠିତ ହୋଇଥିଲା l ଚଣ୍ଡୀ କ୍ଲବର ସଭାପତି ପ୍ରମୋଦ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କଳିଙ୍ଗନଗର ଏଡ଼ିଏମ ସନ୍ତୋଷ କୁମାର ମିଶ୍ର, କୋରେଇ ବିଧାୟକ ଅଶୋକ କୁମାର ବଳ ପୌର ପରିଷଦର ଅଧ୍ୟକ୍ଷା ସଂଗୀତା ପିଙ୍ଗୁଆ ଉପ-ନଗରପାଳ ସୁବାସ ବଳ,  ପୌର ଅଧିକାରୀ ତରୁଣ କୁମାର ମହାପାତ୍ର ପ୍ରତେକ ପୂଜା କମିଟିର ସଭାପତି ସମ୍ପାଦକ ପ୍ରମୁଖ ଯୋଗ ଦେଇ ବ୍ୟାସନଗର ଭାଇ ଚାରାର ସହର ବୋଲି କହିଥିଲେ । ଚଣ୍ଡୀ କ୍ଲବର ସମ୍ପାଦକ ଶିଶିର କୁମାର ରାଉତ ମେଳଣ ଆଭିମୂଖ୍ୟ ସମ୍ପର୍କରେ ବିବରଣୀ ପାଠ କରିଥିଲେ । ସହରରେ ଶାନ୍ତି ଶୃଙ୍ଖଳା  ସହ କାଳୀପୂଜା ଓ ମେଳଣ ଉତ୍ସବ ଶେଷ ହୋଇଥିବାରୁ ଶାନ୍ତି କମିଟିର ଆବାହକ,  ଜିଲ୍ଲା ପ୍ରଶାସନ, ପୋଲିସ, କଳିଙ୍ଗନଗର ଏଡିଏମ ଥାନା ଅଧିକାରୀ ଏସ ଡ଼ି ପିଓ ଓ ପୂଜା କମିଟିର ସଭାପତି ଓ ସଂପାଦକ ଓ ସହରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପ୍ରଦ୍ୟୁମ୍ନ କୁମାର ବୋଇତାଇ, ଅଜୟ ରାଉତ, ଶ୍ରୀକାନ୍ତ ମହାନ୍ତି, ହରିହର ସାମଲ, ସନାତନ ଦାସ ଓ ରଞ୍ଜିତ ନାୟକଙ୍କ ଶହ କାଉନସିଲର ସିଦ୍ଧାର୍ଥ ସାମଲ, ମଣିନ୍ଦ୍ର ସାହୁ ପ୍ରମୁକଙ୍କ ସହ କ୍ଲବର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ମେଳଣ ଉତ୍ସବଟିକୁ ସଫଳ କରିଥିଲେ l ଏହି ଉତ୍ସବରେ ଲକ୍ଷାଧିକ ସଂଖ୍ୟାର ଭିଡକୁ ନେଇ ଆଇନ ଶୃଙ୍ଖଳାକୁ ଆଖିଆଗରେ ରଖି ଯାଜପୁର ରୋଡ଼ ପୋଲିସ ପ୍ରଶାସନ ପକ୍ଷରୁ ସାରା ସହରରେ ସିସି କ୍ୟାମେରା ଶହ କଢ଼ା ନଜର ରଖାଯାଇଥିଲା l ବିଭିନ୍ନ ପୋଷ୍ଟ ଗୁଡିକରେ ଶତାଧିକ ସଂଖ୍ୟାରେ ପୋଲିସ ମୃତୟନ କରାଯାଇଥିଲା l ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଥିଲା l ତେବେ ଆଜି ମେଲଣ ଉତ୍ସବ କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ବେଶ ପ୍ରଶଂସା କରାଯଇଛି ।

Leave A Reply

Your email address will not be published.

two × 5 =