ମୌଳିକ ସୁବିଧାରୁ ବଞ୍ଚିତ ଏଲକାନୁର ଗ୍ରାମ

କାଲିମେଳା : ଆଦିବାସୀ ବହୁଳ ଜିଲ୍ଲା ଗୁଡିକ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ତାହା ବାସ୍ତବରେ ପ୍ରଣୟନ ହୋଇପାରୁନି l  ଦଶନ୍ଧି ଦଶନ୍ଧି ବିତି ଯାଇଥିଲେ ସୁଦ୍ଧା ଏମିତି କେତେ ଗୁଡିଏ ଗାଁ ରହିଛି ଆଜି ପର୍ଯ୍ୟନ୍ତ ବିଜୁଳି ପହଞ୍ଚି ପାରି ନାହି କି, ନଳକୂପ ନାହି କି,ସରକାରଙ୍କ ଦ୍ୱାରା ମିଳୁଥିବା ଇନ୍ଦିରା ଆବାସ ଗୃହ, ମୋ ଘର, ମୋ କୁଡିଆ କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଘର ଖଣ୍ଡିଏ ମଧ୍ୟ ମିଳିନାହି ଗ୍ରାମବାସୀମାନଙ୍କୁ । ସେହିପରି ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି ବିଭିନ୍ନ ଗ୍ରାମ ଲୋକେ l କାଲିମେଳା ବ୍ଲକର ଏମିତି କିଛି ଗୁଡ଼ାଏ ଗାଁ ରହିଛି ଆଜି ବି ମୌଳିକ ସୁବିଧା ପାଇଁ ସଂଘର୍ଷ କରୁଛନ୍ତି l ଦେଶ ସ୍ୱାଧୀନତା ହୋଈ ଦୀର୍ଘ ବର୍ଷ ବିତିଯାଇଛି ହେଲେ ନଳକୂପ ପାଣିର ସ୍ୱାଦ ଚାଖି ନାହାନ୍ତି ଲୋକେ ଚୁଆ ପାଣି ପାଇଁ ଜଙ୍ଗଲ ରାସ୍ତାରେ ଅଧୋ କିଲୋମିଟର ଯିବାକୁ ପଡୁଛି l ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅଧିନ ତଥା ଚିତ୍ରକୋଣ୍ଡା ବ୍ଲକର କୁର୍ମାନୁର ପଞ୍ଚାୟତ ଏଲକାନୂର ଗ୍ରାମର ଦୁର୍ଦ୍ଦଶା l ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକରୁ ପ୍ରାୟ 30 କିଲୋମିଟର ଦୂରରେ ରହିଛି କୁର୍ମାନୁର ଗ୍ରାମପଂଚାୟତ ଜିଲ୍ଲାଠାରୁ ମାତ୍ର 80 କି.ମି. ଦୂରରେ ଅବସ୍ଥିତ ଏଲକାନନୁର ଗାଁ l କାଲିମେଳା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗାଁ ମଧ୍ୟରୁ ଏହି ଗାଁ ଟି ସମ୍ପୂର୍ଣ୍ଣ ଅଲଗା l ଏଠିକାର ଲୋକେ ଭାରି ସରଳ ଓ ଦୟାଳୁ ଓ କୋଣ୍ଡାରେଡ୍ଡୀ ସମ୍ପ୍ରଦାୟର ଅଟନ୍ତି l ବିଶେଷ କରି ବଣ, ପାହାଡ଼ ଜଙ୍ଗଲ ରହିଥିବା ସ୍ଥାନକୁ ଏମାନେ ରହିବାକୁ ପସନ୍ଦ କରିଥାନ୍ତି କାରଣ ଏହି ଜାଗା ମାନଙ୍କରେ ପ୍ରଦୂଷଣ ନଥାଏ l ବଣ ଜଙ୍ଗଲ ପାହାଡ଼ ପର୍ବତ ଘେରା ମାଲକାନଗିରି ଜିଲ୍ଲାର ଏଲକାନନୁର ଗାଁ l ଏଲକାନନୁର ଗ୍ରାମରେ ମାତ୍ର 16 ଗୋଟି ପରିବାରର ଲୋକେ ବସ ବାସ କରନ୍ତି l ଏହି ଗାଁ ଟି କୋଉ ବ୍ରିଟିଶ ଅମଳର ଗାଁ ଅଟେ ପ୍ରାୟ ୨୦୦ ବର୍ଷ ପୂର୍ବରୁ ଏହି ଗାଁ ଟି ରହିଛି l ଏହି ଗାଁ କାଲିମେଳା ବ୍ଲକ ଠାରୁ 30 କିଲୋମିଟର ଦୂରରେ ପାଖାପାଖି 300 ମିଟର ଉଚ୍ଚତାରେ ପାହାଡ଼ ଉପରେ ଦୁର୍ଗମ ଅଞ୍ଚଳରେ ଅବସ୍ଥାପିତ ଅଛି । ଗାଁ କୁ ଯାତାୟାତ ପାଇଁ ପ୍ରଧାନମନ୍ତ୍ରୀ ସଡକ ଯୋଜନାର ରାସ୍ତା ଖଣ୍ଡିଏ ହୋଇଛି। ଏହି ରାସ୍ତା ବ୍ୟତୀତ ଅନ୍ୟ କୌଣସି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନାର ସୁବିଧା ସୁଯୋଗ ପାଇ ନାହାନ୍ତି ।ଗାଁ ଚାରି ଆଡେ ବଡ଼ ବଡ଼ ପାହାଡ଼ ପର୍ବତ ଗୁଡିକ ଘେରି ରହିଛି। ରାତି ପାହିଲେ ହିଂସ୍ର ଜୀବଜନ୍ତୁର ଡର ଲାଗି ରହିଥାଏ।ଗାଁ ରେ ରହିଛି ନା ଅଙ୍ଗନବାଡି କେନ୍ଦ୍ର, ନା ଗାଁ ରେ ଅଛି ବିଦ୍ୟାଳୟ ଖଣ୍ଡିଏ , ନା ଗାଁ ରେ ଅଛି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ,ସେହିପରି ୧୬ ପରିବାର ବିଶିଷ୍ଟ ପାଖାପାଖି 90 ଜଣ ସଂଖ୍ୟ। ବିଶିଷ୍ଟ ଏହି ଏଲକାନୁର ଗ୍ରାମବାସୀଙ୍କ ମଧ୍ୟରୁ ମାତ୍ର 5 ଟା ପରିବାରଙ୍କ ରାସନ କାର୍ଡ,୨ ଜଣଙ୍କର ବିଧବା ଭତା ଓ ୫ ଜଣଙ୍କର ବାର୍ଦ୍ଧକ୍ୟ ଭତା ପାଉଥିବା ବେଳେ ଗ୍ରାମ ର ଅଧିକାଂଶ ଲୋକମାନଙ୍କର ଆଧାର କାର୍ଡ ନାହି, କି କାହାକୁ ହେଲେ ଘର ଖଣ୍ଡେ ମିଳିନାହି। କିଏ ଜରି ବାନ୍ଧି ରହୁଛି ତୋ ଆଉ କି ବଣ ରୁ ବାଉଁଶ ଆଣି ବାଡ଼ ବୁଣି ଘରର ଛାତ ଅଜୱେଷ୍ଟ, ଟାଇଲସ ଛାପର କରି ଖୋଲା ଆକାଶ ତଳେ ଜୀବନ ବିତାଉଛନ୍ତି। ଦିନ ଟା ଯେମିତି ସେମିତି ବିତାଉ ଥିବାବେଳେ ରାତି ପାଇଲେ ହିଂସ୍ର ଜନ୍ତୁର ଭୟରେ କାଳାତିପାତ କରୁଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜଣହିତକର ଯୋଜନା ଏହି ଏଲକାନନୁର ବାସୀମାନଙ୍କ ପାଇଁ ସାତ ସପନ ପାଲଟିଛି l କୁର୍ମାନୁର ପଞ୍ଚାୟତର ଏଲକାନନୁର ଗାଁ ରେ ଆଜିକୁ ୨୦୦ ବର୍ଷ ରୁ ଉର୍ଦ୍ଧ୍ବ ହେବ ଏମାନେ ପାହାଡ଼ ଭିତରେ ବସବାସ କରି ଆସୁଛନ୍ତି l କୋଉ ବ୍ରିଟିଶ ଅମଳର ଗାଁ ଗ୍ରାମରେ ତ ହୋଇଛି ପ୍ରଧାନମନ୍ତ୍ରୀ ରାସ୍ତା ଗୋଟିଏ ମାତ୍ର କାର୍ଯ୍ୟ ହେଲେ ସମସ୍ୟା ମଧ୍ୟ ତାହାଠାରୁ ଶହ ଗୁଣ ଅଧିକ ରହିଛି l ସରକାର ପାନୀୟ ଜଳ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ଏଲକାନନୁର ଗ୍ରାମ ଲୋକମାନଙ୍କ ପାଇଁ ନଳ କୂପ ଖଣ୍ଡିଏ ହେଲେ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇ ନାହି ଯାହା ଫଳରେ ପାହାଡ଼କୁ ଚାଲି ଚାଲି ଯାଇ ପାହାଡ଼ ତଳେ ଗୋଟିଏ ନାଳରୁ ପାଣିକୁ ଛୁଆଁ କରି ସେହି ଜାଗାରୁ ପାଣି ଆଣି ପିଉଛନ୍ତି। ଯାହା ଫଳରେ ନାହି ନ ଥିବା ଅସୁବିଧା ସମ୍ମୁଖୀନ ଭୋଗୁଛନ୍ତି ଏହି ଗ୍ରାମର ଗ୍ରାମବାସୀ ଓ ଏହି ନାଳ ପାଣି ପିଇ ବିଭିନ୍ନ ରୋଗର ସ୍ୱୀକାର ହେଉଛନ୍ତି ଵୋଲି ପ୍ରକାଶ କରିଛନ୍ତି। ଦୀର୍ଘବର୍ଷ ହେବ ନଳକୂପ ପାଣିର ସ୍ୱାଦ ଏମାନେ ଚାଖି ନାହାନ୍ତି l ପାଣି ପାଇଁ ମହିଳାମାନେ ଜଙ୍ଗଲ ରାସ୍ତାର ଅଧୋକିଲୋମିଟର ସଂଘର୍ଷ କରିଥାନ୍ତି। ସେମାନଙ୍କ ସହ ଆମେ ବି ଯାଇଥିଲୁ ଏବଂ ଦେଖିଥିଲୁ ପାଣିର ସମସ୍ୟା l ଚୁଆ ପାଣିରେ ବେଙ୍ଗ, ବିଭିନ୍ନ ପୋକ ଇତ୍ୟାଦି ରହୁଥିବା ପାଣି ପିଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ସାରିଲେଣି ଗାଁ ଲୋକେ l ବିଶେଷ କରି ମୋବାଇଲ ନେଟୱର୍କ ମଧ୍ୟ ନାହିଁ ଉପାନ୍ତ ଗାଁରେ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି ହେଲେ କେବେ ଏଲକାନନୁର ଗ୍ରାମବାସୀମାନଙ୍କ ଠାରେ ମୌଳିକ ସୁବିଧା ପହଁଚୁଛି ଓ ପ୍ରଶାସନ କଣ ପଦକ୍ଷେପ ନେଉଛନ୍ତି ତାହା କୁ ହିଁ ଅପେକ୍ଷାl

Leave A Reply

Your email address will not be published.

2 × one =