ବ୍ୟାସନଗର. : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଏହି ଅବସରରେ ଉତ୍କଳୀୟ ପରମ୍ପରା ଅନୁଯାୟୀ ବୋଇତ ବନ୍ଦାଣ କରାଯାଏ। ଏଥିପାଇଁ ଯାଜପୁର ଓ ବ୍ୟାସ ନଗର ସହର ଥିବା ବିଭିନ୍ନ ଜଳାଶୟ ଗୁଡିକରେ ପ୍ରାତ ସମୟରେ ପ୍ରବଳ ଭିଡ଼ ଦେଖା ଯାଇ ଥିଲା l ଶ୍ରଦ୍ଧାଳୁ ମାନେ ମଧ୍ୟରାତ୍ରିରୁ ଉଠି ବିଭିନ୍ନ ଜଳାଶୟ ଗୁଡିକରେ ସ୍ନାନ କରି ଡ଼ଙ୍ଗା ଭସାଇବା ସହ ଦେବଦେବୀଙ୍କୁ ଦର୍ଶନ କରି ପୂଜା ପାଠ କରିଥିଲେ ଏହି ସହରର ମାଳିକା ବଣ୍ଣିତ ଧବଳ ଗିରି ଅଂଚଳରେ ଥିବା ପଞ୍ଚ ମୁଖି ହନୁମାନ ମନ୍ଦିର ଗଣ୍ଡା ନାଳ ବିଭିନ୍ନ ଜଳାଶୟରେ ଡ଼ଙ୍ଗା ବସାଇ ଥିଲେ ସମେତ ବିଭିନ୍ନ ଦେବା ଦେବୀଙ୍କୁ ଦର୍ଶନ କରିଛନ୍ତି । ଏହି ସହର ଥିବା ୫୦ ରୁ ଉର୍ଦ୍ଧ ପୁଷ୍ପକରଣୀ ଗୁଡିକ ଦଳ ଓ ଆବର୍ଜନା ପର୍ଣ୍ଣ ଦୂଷିତ ପୋଖରୀ ଗୁଡିକ ଜଳ ବ୍ୟବହାର ପାଇଁ ଅନପଯୁକ୍ତ ଥିବା ରୁ ଡ଼ଙ୍ଗା ବସାଇବାକୁ ଧବଳ ଗିରି ଦଳା ଉମାପଦା ଓ କୋପଣ୍ଡ ଛକ ପୂଖରୀ ଯାଇ ଡ଼ଙ୍ଗା ବସାଇ ଥିଲେ l ବିଶେଷ କରି ଧବଳ ଗିରି ପଞ୍ଚ ମୁଖୀ ହନୁମାନ ମନ୍ଦିର, ଚୋରଦା ଚଣ୍ଡୀ ମନ୍ଦିର, କୋପଣ୍ଡ ରାଧା କୃଷ୍ଣ ମନ୍ଦିର, ବ୍ୟାସ ସରୋବର ଜଗନ୍ନାଥ ମନ୍ଦିର ଲକ୍ଷ୍ମୀ ନାରାୟଣ ମନ୍ଦିର ଚୋରଦା ଦୁର୍ଗା ମନ୍ଦିର ଧବଳଗିରି ଲକ୍ଷ୍ମୀ ନାରାୟଣ ମନ୍ଦିର ନଟପଡା ନହକା ଚନ୍ଦମା ଓଁନାଥ ମନ୍ଦିର କହ୍ନେଇ ପୁର ଶିବ ମନ୍ଦିର ଚୋରଦା ବାଇ ପାସ ମନ୍ଦିର ନିକଟରେ ଶ୍ରଦ୍ଧାଳୁ ମାନେ ଠାକୁର ଙ୍କୁ ଦର୍ଶନ କରି ପୂଜା ପାଠ କରି ଥିଲେ। ଚୋରଦା ବାଇ ପାସ ତାରିଣୀ ମନ୍ଦିର ସମେତ ବିଭିନ୍ନ ଦେବାଳୟରେ ହରିନାମ ଭଂଜନ କ୍ରୀତନରେ ସମଗ୍ର ସହର ଆଧ୍ୟାତ୍ମିକ ବତାବାରଣ ସୃଷ୍ଟି ହୋଇଥିଲା.।