ପାରାଦୀପ : ପାରାଦୀପ ବିଜୁ ମଇଦାନରେ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ଅନୁଷ୍ଠିତ ଅବସରରେ ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ଦ୍ୱାରା ସ୍ଥାପିତ ଏକ ଷ୍ଟଲ୍ ଓଡିଶା ସରକାରଙ୍କ ଶିଳ୍ପ, ଏମଏସଏମଇ ଏବଂ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି ଅବସରରେ, ଜଗତସିଂହପୁର ସାଂସଦ, ଡା. ରାଜଶ୍ରୀ ମଲ୍ଲିକ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ଏଏମ୍/ଏନ୍ଏସ୍ ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ଓଡିଶା ଅପରେସନ୍ସ ସୁରେଶା ଜି, ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ସ୍ଥାନୀୟ ମହିଳାମାନଙ୍କୁ ସଶକ୍ତିକରଣ ଏବଂ ଶକ୍ତିଶାଳୀ କରିବା ପାଇଁ ଏହାର ପ୍ରୟାସରେ, ଏମ୍ଏମ୍/ଏନ୍ଏସ୍ ଇଣ୍ଡିଆର ସିଏସ୍ଆର୍ ୱିଙ୍ଗ୍ ପାରାଦୀପରେ ବିଭିନ୍ନ ଏସଏଚଜି ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଉତ୍ପାଦ ଷ୍ଟଲରେ ପ୍ରଦର୍ଶନ କରିବାର ଏକ ନିଆରା ପଦକ୍ଷେପ ନେଇଛି କମ୍ପାନୀ । ପରିଦର୍ଶକମାନେ ଷ୍ଟଲରେ ଏକତ୍ରିତ ହୋଇ ଆପ୍ଲିକ୍ ହସ୍ତତନ୍ତ (ଚାନ୍ଦୁଆ), ବିଭିନ୍ନ ମିଲେଟ୍ ଉତ୍ପାଦ, ପ୍ରକ୍ରିୟାକୃତ ଶୁଖିଲା ଖାଦ୍ୟ, ଟେରାକୋଟା ହାଣ୍ଡି ଏବଂ ହସ୍ତତନ୍ତ ଖେଳଣା ପରି ହସ୍ତତନ୍ତ ସାମଗ୍ରୀ କ୍ରୟ କରିଥିଲେ l ନୁଆଗଡର ଜାଗୃତି ଭେରାଇଟି ଉତ୍ପାଦକ ଗୋଷ୍ଟୀ ଏସଏଚଜି ସଦସ୍ୟ, ନିଲମାଧବ ଗୃପ ଏବଂ ବଳଦିଆ କୋହିନୁର ଉତ୍ପାଦକ ଏବଂ ଚକ୍ରଧରପୁରର ମା ମଙ୍ଗଳା ଏସଏଚଜି ସଦସ୍ୟ ଏଏମ୍/ଏନ୍ଏସ୍ ଇଣ୍ଡିଆର ଷ୍ଟଲରେ ଅଂଶଗ୍ରହଣ କରିଛନ୍ତି । ଶିଳ୍ପ, ଏମଏସଏମଇ ଏବଂ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ, ଏସଏଚଜି ଗୋଷ୍ଠୀର ମହିଳାମାନଙ୍କୁ ସଶକ୍ତିକରଣ ତଥା ସେମାନଙ୍କ ଜୀବିକା ନିର୍ବାହ ପାଇଁ ସହାୟତା ପ୍ରଦାନ ପାଇଁ ଏଏମ/ଏନଏସ ଇଣ୍ଡିଆ ନେଇଥିବା ସିଏସଆର ପଦକ୍ଷେପକୁ ପ୍ରଶଂସା କରିଛନ୍ତି । କଳିଙ୍ଗ ବାଲିଯାତ୍ରା ମହୋତ୍ସବର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଏଏମ୍/ଏନ୍ଏସ୍ ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ଓଡିଶା ଅପରେସନ୍ସ, ସୁରେଶା ଜି, କହିଛନ୍ତି, “ସମୃଦ୍ଧ ସଂସ୍କୃତି ଏବଂ ପରମ୍ପରା ସହିତ ଓଡିଶା ଆମ ପାଇଁ ମହତ୍ଵପୁର୍ଣ ଅଟେ। ଏହାର ପରମ୍ପରାରେ ଅଂଶଗ୍ରହଣ କରିବା ଆମକୁ ଅପାର ଆନନ୍ଦ ଏବଂ ଗର୍ବ ପ୍ରଦାନ କରେ l ଆମେ ଏହି ଅଂଚଳର ବିକାଶ ପାଇଁ ଦୃଢ ଭାବରେ ଠିଆ ହୋଇଛୁ ଏବଂ ମହିଳା ସଶକ୍ତିକରଣ ଆମର ମୁଖ୍ୟ ଲକ୍ଷ୍ୟ ମଧ୍ୟରୁ ଅନ୍ୟତମ। ”