ଜଗତସିଂହପୁର ଜିଲ୍ଲା ଲୋକସଭା ସାଂସଦ ପାଇଁ ଇଂଞ୍ଜିନିୟର ଶ୍ୟାମସୁନ୍ଦର ସେଠୀ ଖୁବ ଆଗରେ

ଏରସମା : ଓଡ଼ିଶାରେ ବିଜେଡ଼ି ସୁପ୍ରିମ ନବୀନ ପଟ୍ଟନାୟକ ଯେମିତି ଗୋଟି ଚାଳନା କରି ପଚିଶ ବର୍ଷ ଶାସନ କରି ଆସୁଛନ୍ତି ତାହା ସମସ୍ତେ ହୃଦୟଙ୍ଗମ କରିଛନ୍ତି । ସେ ଚାହାନ୍ତି ଦଳରେ ନୂଆ ଏବଂ ଉଚ୍ଚ ଶିକ୍ଷା ପ୍ରାପ୍ତ ଯୁବକଙ୍କୁ ସାମିଲି କରି ଆସନ୍ତା ନିର୍ବାଚନରେ ପୁଣି କ୍ଷମତାକୁ ବିଜେଡ଼ି ଆସି ନୂଆ ଅଧ୍ୟାୟ ଆରମ୍ଭ କରିବ। ଜଗତସିଂହପୁର ଜିଲ୍ଲା ସାଂସଦ ପ୍ରାଥୀ ପାଇଁ ଜଣେ ନୂଆ ପ୍ରତିଭା ଦକ୍ଷ ସଂଗଠକ, ଉଚ୍ଚ ଶିକ୍ଷା ଲାଭ କରିଥିବା ଇଞ୍ଜିନିଅର ଶ୍ୟାମସୁନ୍ଦର ସେଠୀ ଆଗରେ ରହି ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଘର ଏରସମା ବ୍ଲକ ଜିରାଇଲୋ ଗ୍ରାମପଞ୍ଚାୟତ କିମିଲୋ ଗ୍ରାମରେ। ସେ ସ୍କୁଲ ଓ କଲେଜ ସମୟରେ ଖୁବ ଭଲ ପଢୁଥିଲେ, ଶିକ୍ଷକମାନେ ତାଙ୍କୁ ଖୁବ ଆଦର କରୁଥିଲେ। ଚାକିରୀ କ୍ଷେତ୍ରରେ ପାରାଦୀପ ବନ୍ଦର ପିପିଏଲ ରେ କାର୍ଯ୍ୟ ଆରମ୍ଭ କରି ଅନେକ ସଂଗଠନ ସହିତ ଯୋଡି ହୋଇଥିଲେ। ବିଜେଡ଼ି ମୁଖ୍ୟ ନେତାମାନଙ୍କ ଦୃଷ୍ଟି ଆକର୍ଷଣ ହୋଇଥିବାରୁ ସେ ଖୁସି ଅଛନ୍ତି। ଆଗାମୀ ନିର୍ବାଚନରେ ଲୋକମାନଙ୍କ ସମର୍ଥନ ଓ ଆଶୀର୍ବାଦ ମିଳିଲେ ସେ ନିଷ୍ଠାର ସହିତ କାମ କରି ନିଜକୁ ଧନ୍ୟ ମନେକରିବେ।

Leave A Reply

Your email address will not be published.

18 − sixteen =