କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ବ୍ୟାସନଗର  : କଳିଙ୍ଗନଗର ଅତିରିକ୍ତ ଜିଲାପାଳ ଡ଼ଃ ସନ୍ତୋଷ କୁମାର ମିଶ୍ର ଗୁରୁବାର ଓଡିଶା ପ୍ରଶାସନିକ ସେବାରୁ ଅବସର ନେଇଛନ୍ତି | ଡ଼ଃ ମିଶ୍ର ଜଣେ ଦକ୍ଷ ପ୍ରଶାସକ ତଥା କଳା ସାହିତ୍ୟ ଓ ସଂସ୍କୃତି ସମ୍ପର୍ଣ୍ଣ ବ୍ୟକ୍ତି ହୋଇଥିବାରୁ ତାଙ୍କର ଲୋକପ୍ରିୟତା ପାଇଁ ଯାଜପୁରରୋଡ଼ ସିଭିଲ ସୋସାଇଟି ଓ କାଳୀପୂଜା ଶାନ୍ତିକମିଟି ପକ୍ଷରୁ ସ୍ଥାନୀୟ କେ ଏନ ଡି ଏ ସେଲିବ୍ରେସନ ମଣ୍ଡପ ଠାରେ ଏକ ଅବସରକାଳୀନ  ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା | ଉକ୍ତ ସଭାରେ ଶାନ୍ତି କମିଟିର ଆବାହକ ବିଦ୍ୟାଧର ମହାନ୍ତି ଅଧକ୍ଷତା କରିଥିଲେ | ସିଭିଲ ସୋସାଇଟିର ଆବାହକ ଆଇନଜିବୀ ବିବେକାନନ୍ଦ ମହାନ୍ତି ପ୍ରଶାସନିକ ଅଧିକାରୀ ଡ଼ଃ ମିଶ୍ରଙ୍କର ପ୍ରଶାସନିକ ଦକ୍ଷତା ଓ ଲୋକପ୍ରିୟତା ଉପରେ ଆଲୋକପାତ କରିଥିଲେ | ଏହି ସଭାରେ ବ୍ୟାସନଗର ପୌର ପରିଷଦର ଉପନଗରପାଳ ସୁଭାଷ ଚନ୍ଦ୍ର ବଳ,ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ଚନ୍ଦ୍ରମଣି ସାମଲ, ମେଳଣ କମିଟି ସମ୍ପାଦକ ଶିଶିର କୁମାର ରାଉତ, ନବଉତ୍କଳ ମହିଳା ସମିତି ସମ୍ପାଦିକା ଜୟନ୍ତୀ ଜେନା ଓ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ତରୁଣ କୁମାର ମହାପାତ୍ର ପ୍ରମୁଖ ମଞ୍ଚାସିନ ହୋଇ ପ୍ରଶାସକ ଡ଼ଃ ମିଶ୍ରଙ୍କ ଦକ୍ଷତା ଓ କାର୍ଯ୍ୟଶୈଳି ଉପରେ ବକ୍ତବ୍ୟ ରଖିଥିଲେ | ଡ଼ଃ ମିଶ୍ର ଜଣେ ସୁ ପ୍ରଶାସକ ସହ ସାହିତ୍ୟ, ସଂସ୍କୃତି ଓ କଳା ପ୍ରତି ତାଙ୍କର ପ୍ରତିଭାକୁ ଉପସ୍ଥିତ ବକ୍ତାମାନେ ଭୁୟସୀ ପ୍ରଶଂସା କରିବାସହ ବିଭିନ୍ନ ସଂଗଠନ ପକ୍ଷରୁ ପୁଷ୍ପଗୁଚ୍ଛ, ଉତ୍ତରୀୟ, ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ | ସେ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ହୋଇ ମଧ୍ୟ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହ ଜଡିତ ଥିଲେ | ବ୍ୟାସନଗର ତଥା ସମଗ୍ର ଯାଜପୁର ଜିଲାରେ ତାଙ୍କର ଲୋକପ୍ରିୟତା ଆଶାତିତ ଭାବେ ବୃଦ୍ଧି ପାଇଥିଲା | କଳିଙ୍ଗନଗର ନଗର ଶିଳ୍ପାଞ୍ଚଳର ବିସ୍ଥାପିତ, ଶ୍ରମିକ ଏବଂ ବ୍ୟାସନଗର ସହରର ବହୁ ସମସ୍ୟାକୁ ଗୁରୁତ୍ୱ ଦେଇ ସୁଚାରୁରୂପେ ସମାଧାନ କରି ଜନମାନସର ହୃଦୟ ଜିଣିପାରିଥିଲେ | ଦୀର୍ଘ ୫ ବର୍ଷ ଧରି କଳିଙ୍ଗନଗର ଅତିରିକ୍ତ ଜିଲାପାଳ ଭାବେ ଦାୟିତ୍ୱ ନିର୍ବାହ କରିବା ସହ ବ୍ୟାସନଗର ପୌର ପରିଷଦର ପ୍ରଶାସକ ଭାବେ ୨ ବର୍ଷ କାର୍ଯ୍ୟନିର୍ବାହ ସମୟରେ ବହୁ ଉର୍ନତି ମୂଳକ କାର୍ଯ୍ୟକରି ସହରର ବିକାଶ ଧାରାକୁ ଆଗେଇ ନେଇଥିଲେ | ଏତତଃ ସହିତ କେ ଏନ ଡି ଏର ସମ୍ପାଦକ ଭାବେ କାର୍ଯ୍ୟ ନିର୍ବାହ କରି ବହୁ ସୁନାମ ଅର୍ଜନ କରିଥିଲେ | ଯାହା ବ୍ୟାସନଗର ସହରବାସୀଙ୍କ ମନରେ ସବୁଦିନ ପାଇଁ ସ୍ମୁତି ହୋଇ ରହିବବୋଲି ଉପସ୍ଥିତ ବକ୍ତାମାନେ ମତବ୍ୟକ୍ତ କରିଥିଲେ | ଏହି ସମ୍ବର୍ଦ୍ଧନା ସଭାରେ ଡ଼ଃ ମିଶ୍ର ନିଜକୁ ଜଣେ ପ୍ରଶାସନିକ ଅଧିକାରୀ ଭାବେ ଲୋକଙ୍କ ନିକଟରେ ନରଖି ସେମାନଙ୍କ ସମସ୍ୟା ଗୁଡିକୁ ଗୁରୁତ୍ୱଦେଇ ସେବା ମନୋଭାବରେ ସମାଧାନ ପାଇଁ ଆପ୍ରାଣ ଚେଷ୍ଟା କରିଥିବା ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ | ବ୍ୟାସନଗର ସହରବାସୀଙ୍କ ସାହାଯ୍ୟ ସହଯୋଗ, ଭଲପାଇବା ଏବଂ ଆଜିର ଏହି ସମ୍ବର୍ଦ୍ଧନା ସଭା ତାଙ୍କର ସବୁଦିନ ପାଇଁ ମନେ ରହିବବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ | ଯାହା ଏକ ଭାବ ବିହ୍ଵଳ ପରିବେଶ ସୃଷ୍ଟି କରିଥିଲା | ଏହି ସଭାରେ ବରିଷ୍ଠ ଆଇନଜିବୀ ଚନ୍ଦ୍ରଶେଖର ପଣ୍ଡା, ଶ୍ରମିକ ନେତା ପ୍ରଫୁଲ୍ଲ ନାୟକ, ସଦାଶିବ ଦାସ, ରବିନାରାୟଣ ପୁହାଣ, ପ୍ରମୋଦ କୁମାର ରାଉତ,  ଅଜୟ କୁମାର ରାଉତ, ମାୟାଧର ମଲ୍ଲିକ, ହୃଷିକେଶ ସାହୁ, ପ୍ରିୟବ୍ରତ ମହାପାତ୍ର, ଆଲୋକ ମହାନ୍ତି, ଅଭିମନ୍ୟୁ ମିଶ୍ର, ଚିନ୍ତାମଣି ପାଢ଼ୀ, ଉଦୟ ଖଣ୍ଡାଇ, ଅସୀତା ନନ୍ଦ ବିଶ୍ୱାଳ,ପ୍ରବିତ୍ର ମହାନ୍ତି, ପ୍ରଦ୍ୟୁମ୍ନ କୁମାର ବୋଇତାଇ , ହେମନ୍ତ କୁମାର ମହାନ୍ତି,ରବିନ୍ଦ୍ର ସିଂ,ରାଇଚରଣ ମହାନ୍ତି ସହରର ବହୁ ବୁଦ୍ଧିଜୀବୀ,ସମସ୍ତ ପୂଜା କମିଟିର କାର୍ଯ୍ୟକର୍ତ୍ତା,ଜନସାଧାରଣ ଓ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ | ଶେଷରେ ସିଭିଲ ସୋସାଇଟିର ବରିଷ୍ଠ ସଭ୍ୟ ସନ୍ତୋଷ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ |

Leave A Reply

Your email address will not be published.

9 − four =