ଚମ୍ପୁଆ : ସ୍ଥାନୀୟ ଏନ୍ଏସି ମୁଖ୍ୟାଳୟରେ ଅବସ୍ଥିତ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାନୁଷ୍ଠାନର ୩୦ତମ ବାର୍ଷିକ କ୍ରୀଡା ଉତ୍ସବ ଆଜି ଉଦଘାଟିତ ହୋଇଯାଇଛି । ସ୍ଥାନୀୟ ନେହେରୁ ଷ୍ଟାଡିୟମଠାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ବ୍ଲକ ଶିକ୍ଷା ଅଧିକାରୀ ପ୍ରକାଶ କୁମାର ସାହୁ । ସେ ଵିଦ୍ୟା ଅଧ୍ୟୟନ ସହ ଖେଳକୁଦର ପ୍ରାସଙ୍ଗିକତା ଉପରେ ନିଜ ସ୍କୁଲ ଜୀବନର ସ୍ମୃତିକୁ ଉଜ୍ଜୀବିତ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ନନ୍ଦ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବାକୁ ଖେଳର ମହତ୍ତ୍ଵ ଉପରେ କହିଥିଲେ । ସେହିପରି ବିଦ୍ୟାଳୟର ସଭାପତି ସାମ୍ବାଦିକ ଶାନ୍ତନୁ କୁମାର ଦାଶ କ୍ରୀଡା କୈ।ତୁକ ଓ ଶରୀର ଚର୍ଚ୍ଚା ହିଁ ଶାରିରୀକ ଓ ବୈ।ଦ୍ଧିକ ପୁଷ୍ଟି ସାଧନ ସହ ଉତ୍ତମ ସ୍ଵାସ୍ଥ୍ୟ ଗଠନରେ ସାହାଯ୍ୟ କରିଥାଏ ବୋଲି କହିଥିଲେ । କ୍ରୀଡା ମାଧ୍ୟମରେ ଶୃଙ୍ଖଳା, ସହଯୋଗ,ଏକତା ଓ ପାରମ୍ପାରିକ ବୁଝାମଣା ପ୍ରତିଷ୍ଠା ସମ୍ଭବ ବୋଲି ପ୍ରକାଶ କରିଥିଲେ । ଅଧ୍ୟକ୍ଷ ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ମଞ୍ଚ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ ଵରିଷ୍ଠ ଶିକ୍ଷକ ଲଗ୍ନଜିତ ମହାରଣା । ବିଦ୍ୟାଳୟର ଶାରିରୀକ ପ୍ରମୁଖ ପବନ କୁମାର ସାହୁ ଓ ପ୍ରଫୁଲ୍ଲ ମିଶ୍ର ଏହି ପ୍ରତିଯୋଗିତାକୁ ପରିଚାଳନା କରିଥିବା ବେଳେ ଏଥିରେ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।