ଏରସମା : ଏରସମା ବ୍ଲକ ମିଶନ ଶକ୍ତି ପକ୍ଷରୁ ଗୁରୁବାର ଏକ ଋଣମେଳା ଅନୁଷ୍ଠିତ ହୋଇଛି। ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବାଲିକୁଦା ଏରସମା ବିଧାୟକ ରଘୁନନ୍ଦନ ଦାସ ମୂଖ୍ୟ ଅତିଥି ଭାବେ ଯୋଗଦେଇ ବ୍ଲକ୍ ଅଞ୍ଚଳର ୪୧୫ ଟି ସ୍ଵୟଂ ସହାୟକ ଗୋଷ୍ଠୀକୁ ୧୬ କୋଟି ୩ ଲକ୍ଷ ୨୦ ହଜାର ଟଙ୍କାର ୠଣ ଚେକ୍ ପ୍ରଦାନ କରିଛନ୍ତି। ଏଥିସହିତ ମିଶନ ଶକ୍ତିର ସଦସ୍ୟାମାନେ ନେଉଥିବା ଋଣର ସଠିକ ଉପଯୋଗ ସହିତ ସଠିକ୍ ସମୟରେ ଋଣ ପରିଶୋଧ କରିବାକୁ ଉପସ୍ଥିତ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା,ଏମ ବି କେ,ସି ଆର ପି ଓ ବ୍ୟାଙ୍କମିତ୍ର ମାନଙ୍କୁ ପରାମର୍ଶ ଦେଇଥିଲେ। ଏରସମା ମଣ୍ଡଳ ଉନ୍ନୟନ ଅଧିକାରୀ ଲମ୍ବୋଦର ଖୁଣ୍ଟିଆଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ,ପଞ୍ଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀ ପ୍ରିୟା ମହାପାତ୍ର, ଏରସମା ବ୍ଲକ ବିଜୁଜନତାଦଳ ଉପସଭାପତି ତଥା ତିନି ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ପୀତବାସ ଗଛାୟତ,ପ୍ରଣବ ସ୍ବାଇଁ,ଜିଲ୍ଲା ପରିଷଦ ସଭ୍ୟା ରାଣୀ ଟୁଡୁ,ବ୍ଲକ୍ ଉପାଧ୍ୟକ୍ଷ ବିକାଶ ପରିଡା,ଡିପିସି ମୋନାଲିସା ଭଞ୍ଜ,ନାବାର୍ଡ ଡିଡିଏମ ବିଶ୍ବଭୂଷଣ ମହାନ୍ତି,ବାଲିତୁଠ ୟୁକୋ ବ୍ୟାଙ୍କ ଶାଖା ପରିଚାଳକ ଶୁଭକାନ୍ତ ସ୍ଵାଇଁ ପ୍ରମୁଖ ଯୋଗଦେଇ ଋଣମେଳାର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ଓଡିଶା ଜୀବିକା ମିଶନ ବିପିସି କାର୍ତ୍ତିକ ସ୍ଵାଇଁ ଧନ୍ୟବାଦ ଦେଇଥିଲେ। ମିଶନ ଶକ୍ତି କର୍ମଚାରୀ ଜ୍ଞାନ ରଞ୍ଜନ ବାରିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।